• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମେରିକାରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ସହ ଭାରତୀୟଙ୍କୁ ଆକ୍ରମଣ । ସୋସିଆଲ୍ ମିଡିଆରେ ଆକ୍ରମଣ ଭିଜୁଆଲ୍ ଭାଇରାଲ ହେବା ପରେ ଆକ୍ରମଣକାରୀ ମହିଳାଙ୍କୁ ଗିରଫ କରିଛି ଟେକ୍ସାସ ପୋଲିସ । ଆକ୍ରମଣକାରୀ ମହିଳା ଜଣକ ମେକ୍ସିକୋର, ତେବେ ସେ ଆମେରିକାରେ ରୁହନ୍ତି । ଆକ୍ରମଣକାରୀ ମହିଳା ଜଣକ ଭାରତୀୟ ମହିଳାଙ୍କୁ ବର୍ଣ୍ଣବୈଷ୍ୟମ ନେଇ ଗାଳି ଗୁଲଜ କରିବା ସହ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓରେ ସେ ଗୋ ବ୍ୟାକ୍ ଇଣ୍ଡିଆ ବୋଲି କହୁଥିବା ଶୁଣିବାକୁ ମିଳିଛି । ବୁଧବାର ରାତିରେ ଟେକ୍ସାସରେ ଏହି ଘଟଣା ଘଟିଛି । ଏହାସହ ମୁଁ ଭାରତୀୟଙ୍କୁ ଘୃଣାକରେ ବୋଲି କହି ଗାଳିଗୁଲଜ କରିଛନ୍ତି ଆକ୍ରମଣକାରୀ । ଚାରି ଜଣ ଭାରତୀୟ ମହିଳା ଏକ ରେଷ୍ଟୁରାଣ୍ଟରେ ରାତ୍ରି ଭୋଜନ ପରେ ବାହାରୁ ବାହାରିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଆକ୍ରମଣ କରିତଥିବା ମହିଳା ଜଣଙ୍କ କହିଛନ୍ତି, “ମୁଁ ଭାରତୀୟଙ୍କୁ ଘୃଣା କରେ । ସବୁ ଭାରତୀୟମାନେ ଉତ୍ତମ ଜୀବନଯାପନ ପାଇଁ ଆମେରିକା ଆସୁଛନ୍ତି । ତୁମେ ଭାରତୀୟମାନେ ସବୁଆଡ଼େ ଅଛ।”

ସେହିପରି ଏହି ଘଟଣାର ଭିଡିଓକୁ ପୋଷ୍ଟ କରିଥିବା ସୀମା ରସୁଲ କହିଛନ୍ତି, ଭିଡିଓଟି ଅତ୍ୟନ୍ତ ଭୟଭୀତ କରୁଛି । ମହିଳା ଜଣଙ୍କ ନିଜ ପାଖରେ ବନ୍ଧୁକ ରଖିଥିଲେ । ସେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳାମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । କାରଣ ସେମାନେ ଇଂରାଜୀ କହିବା ବେଳେ ସେଥିରେ ଭାରତୀୟ ଛାପ ରହିଥିଲା  । ଏହା ଅତ୍ୟନ୍ତ ଅଶୋଭନୀୟ ।