Advertisment

Melania's Letter To Putin: ପୁଟିନଙ୍କ ପାଇଁ ଚିଠି ପଠାଇଲେ ମେଲାନିଆ, ନିଜ ହାତରେ ଦେଲେ ଟ୍ରମ୍ପ; ଭିତରେ ଲେଖା ଥିଲା....

ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାମିଲ ନଥିଲେ ମେଲାନିଆ ଟ୍ରମ୍ପ। ହେଲେ ପୁଟିନଙ୍କ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ହାତରେ ଏକ ଚିଠି ପଠାଇଥିଲେ।

ଅଦ୍ୟତନ ହୋଇଛି
Trump-Hand-Delivers-Melania’s-Personal-Letter-to-Putin

Trump-Hand-Delivers-Melania’s-Personal-Letter-to-Putin

Advertisment

ପୁଟିନଙ୍କୁ ନିଜ ମନ କଥା କହିଦେଲେ ଟ୍ରମ୍ପଙ୍କ ପତ୍ନୀ। ଭେଟି ପାରିଲେନି ସିନା, ହେଲେ ଚିଠି ଲେଖି ଜଣାଇଦେଲେ। ଏହି ଚିଠିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କ’ଣ ଅଛି ଏହି ଚିଠିରେ? ପୁଟିନ୍‌ଙ୍କ ପାଇଁ କ’ଣ ଲେଖିଥିଲେ ଆମେରିକାର ପ୍ରଥମ ମହିଳା? ଏହାକୁ ନେଇ ଏବେ ସମସ୍ତେ ଜାଣିବାକୁ ଇଚ୍ଛୁକ।

Advertisment

ଆମେରିକାର ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷର ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି, ଯାହାର ଲକ୍ଷ୍ୟ ହେଉଛି କିଛି ସମାଧାନ ବାହାର କରିବା ଯାହା ଦ୍ୱାରା ରୁଷ-ୟୁକ୍ରେନ ବିବାଦର ଅନ୍ତ ଘଟିବ।

ବୈଠକ ପୂର୍ବରୁ, ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ପୁଟିନଙ୍କ ପାଇଁ ଏକ ଚିଠି ଲେଖିଥିଲେ, ଯାହାକୁ ଟ୍ରମ୍ପ ନିଜ ହାତରେ ପୁଟିନଙ୍କୁ ଦେଇଥିଲେ। ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ତାଙ୍କ ସହିତ ନଥିଲେ, କିନ୍ତୁ ସେ ପୁଟିନଙ୍କୁ କିଛି କହିବାକୁ ଚାହୁଁଥିଲେ। ତେଣୁ, ମେଲାନିଆ ଏକ ଚିଠି ଲେଖି ଟ୍ରମ୍ପଙ୍କ ହାତରେ ଦେଇଥିଲେ। ପୁଟିନଙ୍କ ସହ ସାକ୍ଷାତ ବେଳେ ଟ୍ରମ୍ପ ତାଙ୍କ ପକେଟରୁ ଏହି ଚିଠିଟିକୁ ବାହାର କରିଥିଲେ ଆଉ ତାଙ୍କୁ ବ୍ୟକ୍ତିଗତ ଭାବରେ ଦେଇଥିଲେ।

Advertisment

ଉକ୍ତ 'ଶାନ୍ତି ପତ୍ର'ରେ ମେଲାନିଆ କହିଥିଲେ, “ପ୍ରତ୍ୟେକ ପିଲା ଦେଶର ଗ୍ରାମାଞ୍ଚଳରେ ଜନ୍ମ ହୁଅନ୍ତୁ ଅବା ସହରାଞ୍ଚଳରେ, ସେମାନେ ତାଙ୍କ ହୃଦୟରୁ ଶାନ୍ତି ପୂର୍ଣ୍ଣ ବାର୍ତ୍ତା ବାଣ୍ଟନ୍ତି। ସେମାନେ ପ୍ରେମ, ସମ୍ଭାବନା ଏବଂ ସୁରକ୍ଷାର ସ୍ୱପ୍ନ ଦେଖନ୍ତି। ଆମର କର୍ତ୍ତବ୍ୟ ହେଉଛି ପରବର୍ତ୍ତୀ ପିଢ଼ିର ଆଶାକୁ ଧ୍ୟାନ ଦେବା। ନେତା ହିସାବରେ, ଆମର ପିଲାମାନଙ୍କୁ ଟିକିଏ ସୁଖ ସୁବିଧା ବାହାରେ ପ୍ରତିପାଳନ କରିବାର ଦାୟିତ୍ୱ ରହିଛି। ନିଶ୍ଚିତ ଭାବରେ, ଆମକୁ ସମସ୍ତଙ୍କ ପାଇଁ ବିଶ୍ୱକୁ ରଙ୍ଗୀନ କରିବାକୁ ଚେଷ୍ଟା କରିବାକୁ ପଡିବ; ଯାହା ଦ୍ଵାରା ପ୍ରତ୍ୟେକ ଆତ୍ମା ଶାନ୍ତି ପାଇଁ ଜାଗ୍ରତ ହୋଇପାରିବ, ଏବଂ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ।”

“ଶ୍ରୀ ପୁଟିନ, ମୁଁ ନିଶ୍ଚିତ ଯେ ଆପଣ ମୋ କଥାରେ ସହମତ, ପ୍ରତ୍ୟେକ ପିଢ଼ିର ବଂଶଧରମାନେ ଏକ ପବିତ୍ରତା ସହିତ ସେମାନଙ୍କର ଜୀବନ ଆରମ୍ଭ କରନ୍ତି। ସେମାନଙ୍କର ସରଳତା ଭୂଗୋଳ, ସରକାର ଏବଂ ବିଚାରଧାରାର ଊର୍ଦ୍ଧ୍ୱରେ ଥାଏ।”

Advertisment

“ଆଜିର ଦୁନିଆରେ, କିଛି ପିଲାମାନଙ୍କୁ ସେମାନଙ୍କ ଚାରିପାଖର ଅଦୃଶ୍ୟ ଅନ୍ଧକାରରେ ଏକ ନୀରବ ହସ ବହନ କରିବାକୁ ବାଧ୍ୟ ହେଉଛନ୍ତି। ପୁଟିନ୍ କେବଳ ଆପଣ ହିଁ ସେମାନଙ୍କ ମଧୁର ହସକୁ ଫେରାଇ ଆଣିପାରିବେ। ପିଲାମାନଙ୍କର ଏହି ସରଳତାକୁ ରକ୍ଷା କରିବାରେ ଆପଣ କେବଳ ରୁଷର ସେବା କରିବା ଅପେକ୍ଷା ମାନବତାର ସେବା କରିବେ।"

“ଏହା ଏପରି ଏକ ସାହସିକ ଚିନ୍ତାଧାରା, ଯାହା ସମସ୍ତ ମାନବ ବିଭାଜନକୁ ଅତିକ୍ରମ କରେ। ଆପଣ କେବଳ ଏକ କଲମରେ ଏହାକୁ କାର୍ଯ୍ୟକାରୀ କରି ପାରିବେ।”

ତେବେ ଆଜି ପର୍ଯ୍ୟନ୍ତ ରୁଷ ଓ ୟୁକ୍ରେନ୍ ଯୁଦ୍ଧରେ ବେଶୀ କ୍ଷତି ସହିବାକୁ ପଡିଛି ୟୁକ୍ରେନକୁ। ୟୁକ୍ରେନ୍‌ର କହିବା କଥା, ରୁଷ ଏପର୍ଯ୍ୟନ୍ତ ହଜାର ହଜାର ପିଲାଙ୍କୁ ଅପହରଣ କରି ବଳପୂର୍ବକ ନିଜ କବ୍‌ଜାକୁ ନେଇଛି। ୟୁକ୍ରେନ୍ ସରକାର ଏହାକୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ 'ନରସଂହାର' ବୋଲି କହିଛି।

ଏହି ମାମଲାରେ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ମଧ୍ୟ ଏକ ଏକ ରିପୋର୍ଟ ଦେଇଛି। ଏଥିରେ ସେ କହିଛି ଯେ ୨୦୨୨ ମସିହାରେ ରୁଷର ପୂର୍ଣ୍ଣ ଆକ୍ରମଣ ଆରମ୍ଭ ହୋଇଥିଲା। ଏହା ପରଠାରୁ ଲକ୍ଷ ଲକ୍ଷ ୟୁକ୍ରେନୀୟ ପିଲାମାନେ ଯନ୍ତ୍ରଣା ଏବଂ ଅଧିକାର ଉଲ୍ଲଂଘନର ଶିକାର ହୋଇଛନ୍ତି।

ଅନ୍ୟପକ୍ଷରେ ରୁଷ କିନ୍ତୁ ଦାବି କରିଆସୁଛି ଯେ 'ଯୁଦ୍ଧ କ୍ଷେତ୍ରରୁ ଦୁର୍ବଳ ଏବଂ ଅନାଥ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ' ସେ ଏମିତି କରୁଛି।

ଅଧିକ ପଢନ୍ତୁ: ନିଷ୍କର୍ସରେ ପହଞ୍ଚିପାରିନୁ, କିନ୍ତୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି: ପୁଟିନଙ୍କ ସହ ବୈଠକ ପରେ ଟ୍ରମ୍ପଙ୍କ ବୟାନ

Russian President Vladimir Putin Melania Trump American President Donald Trump Open Letter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ