Massive Power Breakdown Hits Pakistan
ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଆଜି ସକାଳେ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍ ବିଭ୍ରାଟ ହୋଇଛି। ଏଥିଯୋଗୁ ଇସଲାମାବାଦ, କରାଚି ଓ ପେଶାୱର ଅଞ୍ଚଳର ୨୨ ଜିଲ୍ଲାରେ ବିଦ୍ୟୁତ୍ ସପ୍ଲାଏ ବନ୍ଦ ରହିଛି। ଏପରିକି ଏନେଇ ପାକିସ୍ତାନ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି କରିବାକୁ ପଡ଼ୁଛି।
ଅଧିକ ପଢ଼ନ୍ତୁ: ପିଆଜ କିଲୋ ୨୨୦, ଅଟା ୧୫୦ : ପାକିସ୍ତାନରେ କାଙ୍ଗାଳ ସରକାର, ବିକଳ ଜନତା
ନ୍ୟାସନାଲ୍ ଗ୍ରିଡ୍ରେ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି। ସେଠାକାର ସ୍ଥାନୀୟ ସମୟ ସକାଳ ୭ଟା ୩୪ରେ ପାକିସ୍ତାନର ବିଭିନ୍ନ ସହରରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଛି। ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ଠପ୍ ହୋଇଯାଇଛି। ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି।
ସୂଚନାଥାଉ କି, ଗତବର୍ଷ ଅକ୍ଟୋବର ମାସରେ ମଧ୍ୟ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1674456039.jpg)