Advertisment

୧୧ ବର୍ଷ ପରେ ଟ୍ୱିଟରକୁ ଫେରିଲେ ଜୁକରବର୍ଗ, ଟ୍ୱିଟ କରି ଏଲନ ମସ୍କଙ୍କୁ କଲେ ଟ୍ରୋଲ୍

୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?

ଅଦ୍ୟତନ ହୋଇଛି
Mark Zuckerberg returns to Twitter after 11 years

Mark Zuckerberg returns to Twitter after 11 years

Advertisment

ଟ୍ୱିଟରକୁ ଟକ୍କର ଦେବାକୁ ଆସିଲା ନୂଆ ପ୍ରତିଦ୍ୱନ୍ଦ୍ୱୀ। ଆପ୍ର ନାଁ ରହିଛି ଥ୍ରେଡ୍ସ। ଏହି ନୂଆ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମକୁ ତିଆରି କରିଛନ୍ତି ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ। ମେଟା କଂପାନି ପକ୍ଷରୁ ଲଞ୍ଚ୍ ହୋଇଥିବା ଏହି ଆପ୍ଲିକେସନର ଇନଷ୍ଟାଗ୍ରାମ୍ ସହିତ ରହିଛି ନିବିଡ଼ ସଂପର୍କ। ଲଞ୍ଚ ହେବା ମାତ୍ରେ ଲୋକପ୍ରିୟ ହେବାକୁ ଲାଗିଲାଣି ଥ୍ରେଡ୍ସ।

Advertisment

ବଜାରକୁ ଆସିଲା ନୂଆ ଆପ୍ ଥ୍ରେଡ୍ସ। ଇନଷ୍ଟାଗ୍ରାମ୍ ବେସଡ୍ ଏହି ଆପର ଟ୍ୱିଟର ସହ ବେଶ ସାମଞ୍ଜସ୍ୟ ରହିଛି। ମେଟା ସିଇଓ ମାର୍କ ଜୁକରବର୍ଗ ଭାରତ ସମେତ ଶହେରୁ ଅଧିକ ଦେଶରେ ଏହି ଆପକୁ ଲଞ୍ଚ୍ କରାଇଛନ୍ତି। ଲଞ୍ଚ କରୁକରୁ ବେଶ ଲୋକପ୍ରିୟତା ହାସଲ କରିସାରିଲାଣି ଥ୍ରେଡ୍ସ। ଲଞ୍ଚ ହେବାର ମାତ୍ର ୭ ଘଣ୍ଟା ଭିତରେ ୧ କୋଟି ଲୋକେ ଏଥିରେ ସାଇନ୍ ଅପ୍ କରିସାରିଲେଣି। କୁହାଯାଉଛି ଏହା ଟ୍ୱିଟରକୁ ଦେବ ଟକ୍କର।

ଏଲନ ମସ୍କଙ୍କ ପାଇଁ ଚିନ୍ତା ବଢ଼ାଇଲେ ମାର୍କ ଜୁକରବର୍ଗ। ଟ୍ୱିଟରକୁ ଟକ୍କର ଦେବାକୁ ଲଞ୍ଚ କଲେ ନୂଆ ଆପ୍ ଥ୍ରେଡ୍ସ। ଲଞ୍ଚ୍ କରୁ କରୁ ବେଶ୍ ଲୋକପ୍ରିୟକତା ହାସଲ କରିସାରିଲାଣି ମେଟାର ନୂଆ ଆପ୍ ଥ୍ରେଡ୍ସ। ଭାରତ ସମେତ ଶହେରୁ ଅଧିକ ଦେଶରେ ଏହି ଆପକୁ ଲଞ୍ଚ କରିଛନ୍ତି ମେଟା ସିଇଓ ତଥା ଫେସବୁକ ଓ ଇନଷ୍ଟାଗ୍ରାମ ମୁଖ୍ୟ ମାର୍କ ଜୁକରବର୍ଗ। କୁହାଯାଉଛି ଏହି ଆପ୍ ଟ୍ୱିଟର ପାଇଁ ଅଡୁଆ ବଢ଼ାଇପାରେ। କାହିଁକି ନାଁ ଏହି ଆପ୍ ଲଞ୍ଚ୍ ହେବାର ମାତ୍ର ୪ ଘଣ୍ଟା ଭିତରେ ୫ ମିଲିୟନ ବା ୫୦ ଲକ୍ଷ ଏବଂ ୭ ଘଣ୍ଟା ଭିତରେ ୧ କୋଟି ଲୋକ ସାଇନ୍ ଅପ୍ କରିସାରିଛନ୍ତି।

Advertisment

ମେଟା ସିଇଓ ମାର୍କ ଜୁକରବର୍ଗ ପ୍ରଥମ ପୋଷ୍ଟ କରି କହିଥିଲେ, ଥ୍ରେଡ୍ସ ପ୍ରଥମ ୨ ଘଣ୍ଟାରେ ୨୦ ଲକ୍ଷ ସାଇନ ଅପ୍ ପାଇସାରିଛି। ତେବେ ଥ୍ରେଡ୍ସ ଟ୍ୱିଟର ଠାରୁ ଅଧିକ ବ୍ୟାପକ ହୋଇପାରିବ କି ବୋଲି ପଚାରାଯିବାରୁ ଜୁକରବର୍ଗ କହିଛନ୍ତି, ଏଥିଲାଗି କିଛି ସମୟ ଲାଗିବ। କିନ୍ତୁ ମୋତେ ଲାଗୁଛି ୧ ଆରବ ଲୋକଙ୍କ ସହ ସାର୍ବଜନୀନ କଥାବାର୍ତ୍ତା ଲାଗି ଏକ ଆପ୍ ରହିବା ଆବଶ୍ୟକ। ଟ୍ୱିଟର ପାଖରେ ଏଭଳି କରିବାର ଅବସର ଥିଲା। ମାତ୍ର ଟ୍ୱିଟର ତାହା କରିପାରିନାହିଁ। ଆଶା କରୁଛୁ ଆମେ ତାହା କରି ଦେଖାଇବୁ ବୋଲି ଜୁକରବର୍ଗ କହିଛନ୍ତି।

କଥାବାର୍ତ୍ତା ଲାଗି ଥ୍ରେଡ୍ସକୁ ସଂପୂର୍ଣ୍ଣ ଭାବେ ଖୋଲାଖୋଲି ଏବଂ ବନ୍ଧୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଦର୍ଶାଇଛନ୍ତି ଜୁକରବର୍ଗ। ଇନଷ୍ଟାଗ୍ରାମର ସବୁଠୁ ଭଲ ଅଂଶ ନେଇ ଏକ ନୂଆ ଅନୁଭବ ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ଜୁକରବର୍ଗ କହିଛନ୍ତି। ଏଥିଲାଗି ଦୀର୍ଘ ଦିନ ଧରି ମେଟା କାମ ଚଳାଇଥିଲା। ସେହିପରି ଆପ୍ ଲଞ୍ଚ ପରେ ଜୁକରବର୍ଗ ପ୍ରତିକ୍ରିୟା ରଖି କହିଛନ୍ତି, ଯଦି ଏହି ସେହି ଭବିଷ୍ୟତ ଅଟେ, ଯାହା ଆପଣ ଦେଖିବାକୁ ଚାହାନ୍ତି, ତେବେ ଆଶା ଅଛି ଆପଣ ଆମ ସହ ଯୋଡ଼ିହେବେ। କାହିଁକିନା ଭବିଷ୍ୟତ ଆପଣଙ୍କ କଳ୍ପନା ବାହାରେ ହେବାକୁ ଯାଉଛି ବୋଲି ଜୁକରବର୍ଗ କହିଛନ୍ତି।

Advertisment

ଏପଟେ ୧୧ ବର୍ଷ ଧରି ଟ୍ବିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି । ଜୁକରବର୍ଗ ଆଜି ଏକ ଫଟୋ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଦୁଇ ଜଣ ସ୍ପାଇଡର ମ୍ୟାନ୍ ନଜର ଆସୁଛନ୍ତି। ଏଭଳି ଫଟୋ ଜରିଆରେ ସେ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଟ୍ରୋଲ କରିଥିବା କୁହାଯାଉଛି। ଜୁକରବର୍ଗ ୨୦୦୯ ମସିହାରୁ ଟ୍ୱିଟର ଜଏନ କରିଥିଲେ ମଧ୍ୟ ଦୀର୍ଘ ସମୟ ଧରି ସେ ଟ୍ୱିଟରରେ ଆକ୍ଟିଭ୍ ନଥିଲେ। ୧୮ ଜାନୁଆରୀ ୨୦୧୨ରେ ସେ ଶେଷ ଟ୍ୱିଟ୍ କରିଥିଲେ।

ଏହା ପରେ ଆଜି ସେ ଏହି ଟ୍ବିଟ୍ କରିଛନ୍ତି। ଅନ୍ୟପକ୍ଷରେ ମସ୍କ ସିଧାସଳଖ କୌଣସି ପ୍ରତିକ୍ରିୟା ରଖିନଥିଲେ ବି, ଥ୍ରେଡ୍ସ ଆପ୍ ସଂପୂର୍ଣ୍ଣ ଭାବେ କପି କରାଯାଇଛି ବୋଲି ଜଣେ ୟୁଜର ପୋଷ୍ଟ କରିଥିବା ମିମ୍ ତଳେ ଏକ ହସର ଇମୋଜି ରିପ୍ଲାଏ ଦେଇଛନ୍ତି।

Twitter Facebook Mark Zuckerberg Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ