ଆଶ୍ଚର୍ଯ୍ୟ! ଆମ୍ବ ୬ଟାକୁ ୨୪୦୦, ଭେଣ୍ତି କିଲୋ ୭୦୦; ଦର ଦେଖି ତାଜୁବ୍ ଗ୍ରାହକ

ଭାରତରେ ଲଗାତାର ଭାବେ ବଢ଼ି ଚାଲିଛି ପରିବା ଦର । ନିର୍ବାଚନ ଶେଷ ହେବା ପରେ ଯେପରି ବଜାର ଦରରେ ରୋକ୍ ଲାଗୁନି । ଆଲୁ ମହଙ୍ଗା, ଡାଲି ମହଙ୍ଗା.. ଫଳ ମହଙ୍ଗା । ଖାଉଟି ବଜାରକୁ ବାଧୁଛି ପରିବା ଦର ।

Vegetables Rate

ଭାରତରେ ଲଗାତାର ଭାବେ ବଢ଼ି ଚାଲିଛି ପରିବା ଦର । ନିର୍ବାଚନ ଶେଷ ହେବା ପରେ ଯେପରି ବଜାର ଦରରେ ରୋକ୍ ଲାଗୁନି । ଆଲୁ ମହଙ୍ଗା, ଡାଲି ମହଙ୍ଗା.. ଫଳ ମହଙ୍ଗା । ଖାଉଟି ବଜାରକୁ ବାଧୁଛି ପରିବା ଦର । ଭାରତରେ ଏପରି ଅବସ୍ଥା ଥିବା ବେଳେ ସୁଦୂର ଲଣ୍ଡନରେ ମଧ୍ୟ ଅଧିକ ମୂଲ୍ୟ ରହିଛି । ଗତ କିଛିଦିନ ତଳେ ସୋସିଆଲ ମିଡିଆ ଆପ୍ ଇନ୍‌ଷ୍ଟାଗ୍ରାମରେ ଏନେଇ ଭିଡିଓ ଭାଇରାଲ ହୋଇଥିଲା ।

ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଲଣ୍ତନରେ ଥିବା ଭାରତୀୟ ଦୋକାନରେ ମଧ୍ୟ ଅତି ଉଚ୍ଚା ରହିଛି ପରିବା ଦର । ଫଳରେ ଏହା ଭାରତୀୟ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦିଲ୍ଲୀରେ ଚାଭି ଅଗ୍ରୱାଲ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଭିଡିଓରେ ସେ ଭାରତୀୟ ଦର ଓ ବ୍ରିଟିଶ ଦର ମଧ୍ୟରେ କିପରି ଆକାଶ ପାତାଳ ପ୍ରଭେଦ ରହିଛି ତାହା ଦର୍ଶାଇଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତୀୟ ମସଲା କ୍ୟାନସର କାରଣ ! ବ୍ୟାନ୍ କଲା ହଂକଂ

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆଳୁ ଚିପ୍ସ ଏଠାରେ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେଠାରେ ୯୫ ଟଙ୍କାରେ ବିକ୍ରି ହେଉଛି । ସେହିଭଳି, ଲଣ୍ଡନର ସେ ଷ୍ଟୋର୍‌ରେ ମ୍ୟାଗିର ଏକ ପ୍ୟାକେଟ ୩୦୦ ଟଙ୍କା ଥିବା ମଧ୍ୟ ଦର୍ଶାଇଥିଲେ । ପନିର୍‌ର ଦର ସେଠାରେ ୭୦୦ ଟଙ୍କା ଥିବା ବେଳେ ଆଲଫୋନ୍ସୋ ଆମ୍ବ ୬ଟାକୁ ୨୪୦୦ ଟଙ୍କା ରହିଛି ।

ସେହିପରି ଭେଣ୍ତିର ଦର କିଲୋ ପ୍ରତି ୬୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଲରା କେଜିକୁ ୧୦୦୦ ଟଙ୍କାର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓଟି ୬ ମିଲିୟନ୍‌ରୁ ଅଧିକ ଭ୍ୟୁ ସଂଗ୍ରହ କରିସାରିଛି । ବହୁ ସଂଖ୍ୟାରେ ୟୁଜର୍ସ ଏଠାରେ କମେଣ୍ଟ ମଧ୍ୟ ଦେଇଛନ୍ତି । କେତେ ଜଣ ଦୁଇ ଦେଶର ଆୟ ଓ ବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥିବା ବେଳେ ଅନ୍ୟ କେତେ ଜଣ ଏପରି ତାରତମ୍ୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ସେଠାରେ ରୋଜଗାର ଅଧିକ ତେଣୁ ଦର ମଧ୍ୟ ଅଧିକ । ଅନ୍ୟଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ ମୂଲ୍ୟ ଦେଖିବା ପରେ ସେଗୁଡ଼ିକୁ କିଣିବାକୁ ମୋର ହୃଦୟ କେବେବି ରହିବ ନାହିଁ । ଜଣେ ତୃତୀୟ ଉପଭୋକ୍ତା ଥଟ୍ଟା କରି କହିଛନ୍ତି, “ଚାଲ ଲଣ୍ଡନରେ ଏକ କଲରାର ଦୋକାନ ଖୋଲିବା ।

ଅଧିକ ପଢ଼ନ୍ତୁ: ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଖାଇବାକୁ ଆସିଲେ ମିଳେ ମାଗଣା ମଦ, ଜାଣନ୍ତୁ କାରଣ...