/odishatv-khabar/media/post_attachments/uploadimage/library/16_9/16_9_0/marriage__1652952814.jpg)
marriage
କୁକୁର ମଣିଷର ଅତି ବିଶ୍ୱସ୍ତ । ମାଲିକର ଭଲପାଇବା ପ୍ରତିବଦଳରେ ଅନେକ କିଛି କରିଯାଏ ନିରୀହ ପଶୁ । ଅନେକ ସମୟରେ ପୋଷା କୁକୁର ମାଲିକ ପାଇଁ ଜୀବନ ଦେଉଥିବା ଦେଖିବାକୁ ମିଳିଛି । ସିନେମା ହେଉ କି ବାସ୍ତବିକ ଜୀବନ, ଏପରି ଅନେକ କାହାଣୀ ଦେଖିବାକୁ ମିଳେ । ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଓଲଟା ଚିତ୍ର ଦେଖିବାକୁ ମିଳିଛି । କୁକୁରର ଜୀବନ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ବିବାହ ସମାରୋହ ଛାଡ଼ି ଆସିଥିବା ପରି ଘଟଣା ସାମ୍ନାକୁ ଆସିଛି ।
ଧୁମଧାମରେ ଚାଲିଥିବା ବିବାହ । ବିବାହ ସମାରୋହରେ ମସଗୁଲ ଥିଲେ ଶହ ଶହ ଲୋକ । ତେବେ ଏହି ସମୟରେ ଆକାଶୀ ରଙ୍ଗର ସାର୍ଟ ଓ କଳା ପ୍ୟାଣ୍ଟ୍ ପିନ୍ଧା ବ୍ୟକ୍ତି ଜଣକ ବିବାହ ସମାରୋହ ଛାଡ଼ି ପ୍ରଖର ପାଣିର ସ୍ରୋତ ଆଡ଼କୁ ଯାଉଥିବା ଦେଖିବାକୁ ମିଳୁଛି । ନୀରିହ ଜୀବଟି ପାଣିରେ କୂଳକିନାରା ପାଉନଥିବା ବେଳେ ଅଚାନକ୍ ଦେବଦୂତ ପରି ଉଭା ହୋଇଯାଆନ୍ତି ବ୍ୟକ୍ତି ଜଣକ । ନିଜ ଜୀବନକୁ ଖାତିର ନକରି ସେ ପ୍ରଖର ଜଳାଶୟ ସଂଲଗ୍ନ କଂକ୍ରିଟ୍ ପୋଲ ଉପରେ ଶୋଇଯାଆନ୍ତି ଓ କୁକୁରକୁ ଉଦ୍ଧାର କରିବାକୁ ଚେଷ୍ଟା କରନ୍ତି ।
ତଳେ ଭୟାନକ ଶଦ୍ଦ କରି ବହି ଯାଉଥାଏ ନଦୀ । ଜୀବନ ମରଣ ସହ ସଂଘର୍ଷ କରୁଥାଏ କୁକୁରଟି । ଆଉ ସେତେବେଳେ ସୁଟବୁଟ୍ ପିନ୍ଧା ବାବୁ ଜଣକ ସେଠାରେ ପହଞ୍ଚି କୁକୁରକୁ ନୂଆ ଜୀବନ ଦିଅନ୍ତି । ପ୍ରଖର ସ୍ରୋତ ମଧ୍ୟରୁ କୁକରକୁ ଟାଣି ଆଣନ୍ତି । ତେବେ ଏହି ସମୟରେ ଆଉ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି ।
ଏହି ଭିଡିଓ ଦେଖି ୟୁଜର ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । କିଛି ଘଣ୍ଟା ପୂର୍ବରୁ ରେଡିଟରେ ସେୟାର ହୋଇଥିବା ଭିଡିଓଟି ରାତାରାତି ଭାଇରାଲ ହୋଇଯାଇଛି । ଏବେ ସୁଦ୍ଧା ଶହ ଶହ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)