Shocking: ଉଡୁଥିଲା ବିମାନ, ହଠାତ୍ ବନ୍ଧୁକ ବାହାରକଲା ଆତତାୟୀ, ତା' ପରେ ଘଟିଗଲା ଏମିତି...

ବିମାନ ଭିତରେ ବନ୍ଧୁକଧାରୀର ଆତଙ୍କ । ମଝି ଆକାଶରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଲା । ଜାଣନ୍ତୁ ତା' ପରେ କ'ଣ ଘଟିଲା

ମଝି ଆକାଶରେ ବନ୍ଧୁକ ଦେଖାଇ ଧମକ

ମଝି ଆକାଶରେ ଆତଙ୍କ ସୃଷ୍ଟି ହେଲା । ଯେତେବେଳେ ହଠାତ୍ ଜଣେ ଆତତାୟୀ ବିମାନ ଭିତରେ ବନ୍ଧୁକ ବାହାର କରି ଅନ୍ୟ ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଲା । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ସେଣ୍ଟ୍ରାଲ ଆମେରିକା ଅନ୍ତର୍ଗତ ହଣ୍ଡୁରସର ରାଜଧାନୀ ତେଗୁସିଗଲ୍ପାର ହୋଇଥିବା ଜଣାପଡିଛି ।

ତେଗୁସିଗଲ୍ପା ସ୍ଥିତ ଟୋନକଣ୍ଟିନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଏକ ବିମାନ ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ଏମିତି ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ହଠାତ୍ ବନ୍ଧୁକ ବାହାର କରି ସହଯାତ୍ରୀମାନଙ୍କୁ ମାରିଦେବାକୁ ଧମକାଇଥିଲା । ଯାହାକୁ ନେଇ ବିମାନ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା । ଏହି ସମୟରେ ଫ୍ଲାଇଟ ଆଟେଣ୍ଡାଣ୍ଟ ଉପସ୍ଥିତ ବୁଦ୍ଧି ଖଟାଇ ସାହସର ସହ ବନ୍ଧୁକଧାରୀକୁ କାବୁ କରି ନେଇଥିଲେ । 

ଅଧିକ ପଢନ୍ତୁ: ଭୟଙ୍କର ଘଟଣା; ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବିମାନ, ଦେଖନ୍ତୁ ଭିଡ଼ିଓ...

ଏହାପରେ ପାଇଲଟ ବିମାନକୁ ଟୋନକଣ୍ଟିନ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଥିଲେ । ବିମାନଟି ସୁରକ୍ଷିତ ଅବତରଣ କରିଛି । ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । 

ଯାହା ସୂଚନା ମିଳିଛି, ଉକ୍ତ ବିମାନ ତେଗୁସିଗଲ୍ପାରୁ ରୋଏଟନ ଅଭିମୁଖେ ଯାତ୍ରା କରୁଥିଲା । ମାତ୍ର ବିମାନ ଭିତରେ ଏଭଳି ଅଭାବନୀୟ ଘଟଣା ପରେ ପାଇଲଟ ଟୋନକଣ୍ଟିନ ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଥିଲେ । ଏହାପରେ ପୋଲିସ ପହଞ୍ଚି ସମ୍ପୃକ୍ତ ବନ୍ଧୁକଧାରୀକୁ ଗିରଫ କରିଥିଲା । ଏଥିସହ ଅନ୍ୟ ଏକ ବିମାନ ବ୍ୟବସ୍ଥା କରାଯାଇ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚା ଯାଇଥିଲା ।

ତେବେ ଏହି ଘଟଣା ବର୍ତ୍ତମାନ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । କଡା ଚେକିଂ ସତ୍ତ୍ୱେ କିପରି ଜଣେ ବ୍ୟକ୍ତି ବିମାନକୁ ବନ୍ଧୁକ ନେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି ।