• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପରିଶ୍ରମର ଫଳ କଦାପି ବୃଥା ଯାଏନି । ଯେ ପରିଶ୍ରମ କରେ ସେ ନିଶ୍ଚୟ ଦିନେ ନା ଦିନେ ସଫଳତାର ଶୀର୍ଷରେ ପହଞ୍ଚିଥାଏ । ସେହିଭଳି ଜଣେ ବ୍ୟକ୍ତିଙ୍କ କାହାଣୀ ରହିଛି, ଯିଏ ଚାକିରି ପାଇବା ପାଇଁ ଚେଷ୍ଟା କରିବା ବନ୍ଦ କରିନଥିଲେ ଏବଂ ଶେଷରେ ଗୁଗୁଲ୍‌ରେ ଚାକିରି ପାଇଲେ । ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ତାଙ୍କ କାହାଣୀ ଏବେ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ।

ଟାଏଲର୍‌ କୋହୋନ୍‌ ନାମକ ବ୍ୟକ୍ତି ଟେକ୍‌ ଜାଏଣ୍ଟରେ ଚାକିରି ପାଇଁ ଥରେ ନୁହେଁ ବରଂ ୩୯ ଥର ଆବେଦନ କରିଥିଲେ । ଶେଷରେ ଗତ ଜୁଲାଇ ୧୯ ରେ ଗୁଗୁଲ୍‌ରେ ଚାକିରି ପାଇଥିଲେ । ଟାଏଲର୍‌ କୋହାନ ଆମେରିକାର ସେନ୍‌ ଫ୍ରାନ୍ସିସ୍କୋରେ ରୁହନ୍ତି । ଗୁଗୁଲ୍‌ରେ ଚାକିରି ପାଇବା ପୂର୍ବରୁ ସେ ଡୋରଡ୍ୟାସ୍‌ କମ୍ପାନୀରେ ଆସୋସିଏଟ୍‌ ମ୍ୟାନେଜର ଭାବେ କାମ କରୁଥିଲେ ।

କୋହାନ୍‌ଙ୍କ ଲିଙ୍କ୍‌ଡଇନ୍‌ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି ଯେ, ‘ସ୍ଥିରତା ଓ ପାଗଳାମୀ ମଧ୍ୟରେ ଏକ ରେଖା ରହିଛି । ମୁଁ ଜାଣିବାକୁ ଚେଷ୍ଟା କରୁଛି କି ମୋର ସେଥିରେ ୩୯ ପ୍ରତ୍ୟାଖ୍ୟାନ ରହିଛି ନା ଗୋଟିଏ ଅନୁମୋଦନ ରହିଛି’ । ସେହି ପୋଷ୍ଟ ବର୍ତ୍ତମାନ ଯାଏଁ ୩୫ ହଜାର ଲୋକ ଲାଇକ୍‌ କରିଛନ୍ତି । ୮୦୦ ରୁ ଅଧିକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି ।

Special story

ଗୁଗୁଲ୍‌କୁ କରିଥିବା ମେଲ୍‌ର ଏକ ସ୍କ୍ରିନସଟ୍‌ ସେ ସେୟାର କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ, ସେ ପ୍ରଥମେ ଅଗଷ୍ଟ ୨୫, ୨୦୧୯ରେ ଗୁଗୁଲ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ, କିନ୍ତୁ ତାହା ପ୍ରତ୍ୟାଖ୍ୟାନ୍‌ କରାଯାଇଥିଲା । କିନ୍ତୁ ସେ ହାର ମାନିନଥିଲେ ଏବଂ ସେପ୍ଟେମ୍ବର ୨୦୧୯ ରେ ଆଉ ଏକ ପଦ ପାଇଁ ପୁନର୍ବାର ଆବେଦନ କରିଥିଲେ । ଉଭୟଥର ତାଙ୍କର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ପୁଣିଥରେ କୋହାନ୍‌ କୋଭିଡ୍‌ ମହାମାରୀ ସମୟରେ ଜୁନ୍‌ ୨୦୨୦ରେ ଗୁଗୁଲ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ । ସେତେବେଳେ ମଧ୍ୟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଗଲେ, କିନ୍ତୁ ସେହି ସମୟରେ କୋହାନ୍‌ ଟେକ୍‌ ଜାଏଣ୍ଟରେ ଚାକିରି ପାଇଁ ମନୋନୀତ ହୋଇଥିଲେ । ୩୯ ଥର ପ୍ରତ୍ୟାଖ୍ୟାନ ପରେ ସେ ଶେଷରେ ଗୁଗୁଲ୍‌ରେ ଚାକିରି ପାଇଥିଲେ ।

କୋହାନ୍‌ଙ୍କ ପାଇଥିବା ଉପଲବ୍ଧୀ ନେଇ ବହୁ ଲୋକ ତାଙ୍କର ପ୍ରଶଂସା କରିବା ସହ ନିଜ ନିଜର ସଂଘର୍ଷର କାହାଣୀ ବଖାଣିଛନ୍ତି । ସେଥିମଧ୍ୟରୁ ଜଣେ କହିଛନ୍ତି ଯେ, ‘ମୁଁ ମଧ୍ୟ ଆମାଜନ୍‌ରେ ଚାକିରି ପାଇବା ପାଇଁ ୧୨୦ ଥର ଆବେଦନ କରିଥିଲି, ଏବଂ ସବୁଥର ମୋର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଶେଷ ଯାଏଁ ମୁଁ ଚେଷ୍ଟା କରି ଆମାଜନ୍‌ରେ ଚାକିରି ପାଇଲି’ ।