Advertisment

ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟିପଣୀ, ମାଳଦ୍ୱୀପର ୩ ମନ୍ତ୍ରୀ ସସ୍‌ପେଣ୍ଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପର ୩ ଜଣ ମନ୍ତ୍ରୀ ସସପେଣ୍ଡ ।

Maldives suspends 3 ministers

Maldives suspends 3 ministers

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପର ୩ ଜଣ ମନ୍ତ୍ରୀ ସସପେଣ୍ଡ । ୩ ମନ୍ତ୍ରୀ ମାରିୟମ ସୁଇନା, ମାଲଶା ଶରିଫ ଓ ମହମୁମ ମାଜିଦଙ୍କୁ ମାଳଦ୍ୱୀପ ସରକାର ସସପେଣ୍ଡ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦି ଗତ ସପ୍ତାହରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ । ଏହି ଗସ୍ତର ଫଟୋକୁ ପରେ ପ୍ରଧାନମନ୍ତ୍ରୀ ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଟୁଇଟ୍ ପରେ ଲକ୍ଷାଧିକ ଲୋକ ଗୁଗଲରେ ଲାକ୍ଷାଦ୍ୱୀପକୁ ସର୍ଚ୍ଚ କରିଥିଲେ। ଏଥିସହିତ ଅଧିକାଂଶ ୟୁଜର୍ସ ମାଳଦ୍ୱୀପ ବଦଳରେ ଲାକ୍ଷାଦ୍ୱୀପରେ ଛୁଟି ମନାଇବା ଲାଗି ଯୁକ୍ତି ବାଢିଥିଲେ । ଏହା ପରେ ମାଳଦ୍ୱୀପରେ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ଆଶଙ୍କାରେ ସେଠାରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଥିଲା। ସେଠାକାର ସରକାରରେ ଡେପୁଟି ମନ୍ତ୍ରୀ ଥିବା ମାରିୟମ ସୁଇନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ଏକ୍ସରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ପରେ ସେ ଏହାକୁ ଡିଲିଟ ମଧ୍ୟ କରିଦେଇଥିଲେ । ସେହିପରି ମାଳଦ୍ୱୀପର ଅନ୍ୟ କିଛି ନେତା ମଧ୍ୟ ନକରାତ୍ମକ ମନ୍ତବ୍ୟ ଦେଇଥିଲେ । ଆଉ ଏହାକୁ ନେଇ
ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Advertisment

ମୋଦିଙ୍କ ସମର୍ଥନରେ ଦେଶର ଅନେକ ସେଲିବ୍ରିଟି ସାମ୍ନାକୁ ଆସି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଅକ୍ଷୟ କୁମାର, ସଲମନ ଖାନ୍, ଜନ୍ ଆବ୍ରାହମ୍, ଶ୍ରଦ୍ଧା କପୁର, ସଚିନ ତେନ୍ଦୁଲକର ଲାକ୍ଷାଦ୍ୱୀପ ସହିତ ଭାରତୀୟ ବେଳାଭୂମିର ପ୍ରଶଂସା କରିଥିଲେ। ଏଥିସହିତ ଭାରତରେ ଥିବା ଅନେକ ଆକର୍ଷଣୀୟ ସ୍ଥାନରେ ଛୁଟି କାଟିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଘଟଣାକୁ ନେଇ ବିବାଦ ବଢ଼ିବା ପରେ ମାଳଦ୍ୱୀପ ସରକାର ବିବୃତି ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଉଥିବା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି । ନିକଟରେ ମାଳଦ୍ୱୀପରେ ଚୀନ୍‌ ସପକ୍ଷବାଦୀ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଭାରତ ସହ ଏହି ଦ୍ୱୀପ ରାଷ୍ଟ୍ରର ସମ୍ପର୍କରେ ଅବନତି ଘଟିଛି ।

Narendra Modi India Maldives
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ