Advertisment

ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତି ସୌଲସ ଚିଲିମାଙ୍କ ମୃତ୍ୟୁ । ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣ ମୃତ୍ୟୁବରଣ କରିଛନ୍ତି ।

ଅଦ୍ୟତନ ହୋଇଛି
malawis vice president Death By Plane Crash

malawis vice president

Advertisment

ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ମୃତ୍ୟୁ । ଉପରାଷ୍ଟ୍ରପତି ସୌଲସ ଚିଲିମା ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ଘୋଷଣା କଲେ ମାଲଓ୍ବିର ରାଷ୍ଟ୍ରପତି । ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣ ମୃତ୍ୟୁବରଣ କରିଛନ୍ତି । ଗତକାଲିଠାରୁ ବିମାନଟି ନିଖୋଜ ଥିଲା । ଉପରାଷ୍ଟ୍ରପତିଙ୍କ ମୃତ୍ୟୁ ସଂପର୍କରେ ମାଲଓ୍ବିର ରାଷ୍ଟ୍ରପତି ଲାଜାରୁସ ଚାକଓ୍ବେରା ନିଜ ଦେଶବାସୀଙ୍କୁ ସମ୍ବୋଧିନ କରିବା ଅବସରରେ ଏହି ଘୋଷଣା କରିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: ଇରାନ୍‌ରେ ହେଲିକପ୍ଟର କ୍ରାସ୍‌; ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ବହୁ ଅଧିକାରୀ ମୃତ

ଚିଲିମା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଗତକାଲି ପୂର୍ବାହ୍ନ ୯ଟା୧୭ରେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ। ତାଙ୍କ ସହ ଉକ୍ତ ବିମାନରେ ଆଉ ୯ ଜଣ ବି ଥିଲେ। ମାତ୍ର ଖରାପ ପାଗ ଯୋଗୁ ବିମାନଟି ଲ୍ୟାଣ୍ଡ କରି ପାରି ନଥିବା ବେଳେ ତାହାକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର କିଛି ସମୟ ପରେ ବିମାନଟି ରାଡାରରୁ ଗାଏବ ହୋଇ ଯାଇଥିଲା। ବିମାନ ଅଧିକାରୀଙ୍କ ଦ୍ୱାରା ଏଥିନିମନ୍ତେ ବହୁ ପ୍ରଚେଷ୍ଟା କରାଯିବା ସତ୍ତ୍ୱେ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା।

Advertisment

 

ଏହାପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ବିମାନଟି ଏକ ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ନିଖୋଜ ହୋଇଥିବା ଅନୁମାନ କରାଯାଉଥିବାରୁ ଜଙ୍ଗଲର ୧୦ କିମି ପରିଧି ମଧ୍ୟରେ ସର୍ଚ୍ଚ ଅପରେସନ ଚାଲୁ ରହିଥିଲା । 

୨୦୨୨ ମସିହାରେ ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚିଲିମା ଗତ ମାସ ଜେଲ୍‌ରୁ ବାହାରିଥିଲେ । ତାଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗକୁ ହଟାଇବାକୁ କୋର୍ଟ ଅର୍ଡର ଦେବା ପରେ ସେ କୋର୍ଟରୁ ମୁକୁଳିଥିଲେ। ଏଥିସହ ଆସନ୍ତା ନିର୍ବାଚନରେ ସେ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରମୁଖ ଦାବିଦାର ବୋଲି ବି ଚର୍ଚ୍ଚା ହେଉଥିଲା।

Advertisment

ଅଧିକ ପଢ଼ନ୍ତୁ: ଘୁରି ଘୁରି ତଳେ ପଡ଼ିଲା ହେଲିକପ୍ଟର; ଭୟରେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଭିଡ଼ିଓ...

Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ