Earthquake
ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରହିଛି । ଦୀର୍ଘ ୨୫ ବର୍ଷ ମଧ୍ୟରେ ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ଭୂମିକମ୍ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
ତୀବ୍ର ଭୂକମ୍ପରେ ଏକାଧିକ କୋଠା ଭୁଶୁଡ଼ି ପଡ଼ିଛି। ଭୂକଂପ କାରଣରୁ ସୁନାମୀ ଆଲର୍ଟ ଜାରି କରିଛି ପଡ଼ୋଶୀ ଜାପାନ । ସମୁଦ୍ର ଜୁଆର ୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେର ସୂଚନା ଅନୁଯାୟୀ, ଭୂକଂପର କେନ୍ଦ୍ରସ୍ଥଳ ଥିଲା ହୁଆଲିଆନ ସହରର ଦକ୍ଷିଣ ପଟୁ ୧୮ କିଲୋମିଟର ଦୂରରେ ।
ଏହା ପୂର୍ବରୁ ୧୯୯୯ ସେପ୍ଟେମ୍ବର ମାସରେ ତାଇୱାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୭.୬ । ସେତେବେଳେ ୨ ହଜାର ୪ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ହଜାର ବିଲ୍ଡିଂ ଭୁଶୁଡି ପଡିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Earthquake_1712111129.jpg)