Advertisment

ଫୁସ୍‌ଫୁସ୍‌ରୁ ବାହାରିଲା ୫ ବର୍ଷ ତଳେ ହଜି ଯାଇଥିବା ନୋଜ୍ ରିଂ

ଅସ୍ତ୍ରୋପଚାର ସମୟରେ ପେଟରେ ଭୁଲ୍‌ରେ ଛୁଞ୍ଚି, କଇଞ୍ଚି ରହିଯିବା, ଗଜକନା ରହିଯିବା, ଯନ୍ତ୍ରଣା ହେବା ପରେ ଏକ୍ସ-ରେରୁ ଜଣାପଡିବା ଏବଂ ପୁଣି ଅସ୍ତ୍ରୋପଚାର ପରେ ଏହାକୁ ବାହାର କରିବା ପରି ଘଟଣା ଆପଣ ଅନେକ ଶୁଣିଥିବେ। ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେନି। କଥାଟି ଏମିତି। ଜଣେ ବ୍ୟକ୍ତିଙ୍କ ଲଙ୍ଗସ୍‌ରେ ରିଂ ଆପେ ଆପେ ପଶିଗଲା। ଦୀର୍ଘ ୫ ବର୍ଷ କାଳ ରହିବା ପରେ ତାହାକୁ ପୁଣି ଅସ୍ତ୍ରୋପଚାର ପରେ ବାହାର କରାଯାଇଛି। ଏମିତି କଥା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ।

ଅଦ୍ୟତନ ହୋଇଛି
nose ring found in lungs

 ଏହି ବ୍ୟକ୍ତିଙ୍କ ନାଁ ହେଉଛି ଜୟ ଲାଇକିନ୍ସ। ଜଣେ ବ୍ୟକ୍ତିଙ୍କ ଛାତିରେ ଯନ୍ତ୍ରଣା ହେଲା। ଡାକ୍ତରଙ୍କ ପାଖକୁ ଯିବା ପରେ ଜଣା ପଡ଼ିଲା ତାଙ୍କ ଲଙ୍ଗ୍‌ସରେ ରହି ଯାଇଛି ଏକ ନୋଜ ରିଂ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ନୋଜ ରିଂ ତାଙ୍କର ୫ ବର୍ଷ ହେଲା ହଜି ଯାଇଥିଲା। ଏମିତି ଘଟଣା ଘଟିଛି ଆମେରିକାରେ।

ତାଙ୍କ କହିବା ଅନୁଯାୟୀ, ୫ ବର୍ଷ ତଳେ ସେ ଶୋଇ ଉଠିବା ପରେ ଜାଣିବାକୁ ପାଇଲେ ତାଙ୍କର ନୋଜ ରିଂ କେଉଁଠି ପଡି ଯାଇଛି। ବହୁତ ଖୋଜାଖୋଜି କରିଥିଲେ । ବିଛଣା, ଘର ସବୁଆଡେ ଖୋଜିଲେ। ହେଲେ କେଉଁଠୁ ନ ପାଇବାରୁ ଚୁପ୍‌ଚାପ୍‌ ଥିଲେ। ହେଲେ ସେ ଭାବି ନ ଥିଲେ ଯେ ଏହା ତାଙ୍କ ଲଙ୍ଗସ୍‌କୁ ଏମିତି ଚାଲି ଯାଇଥିବ ବୋଲି। ଦିନେ ରାତିରେ ଶୋଇଥିଲେ। ହଠାତ୍ ଖୁବ୍‌ ଜୋରରେ କାଶିବାକୁ ଲାଗିଲେ। ଏତେ କାଶିଲେ ଯେ ତାଙ୍କ ପିଠି ଦରଜ ହୋଇଗଲା। ତା’ ପରେ ଲାଗିଲା ଯେମିତି ତାଙ୍କ ନିଃଶ୍ୱାସ ରୁନ୍ଧି ହୋଇ ଯାଉଛି। ଧୀରେ ଧୀରେ ତାଙ୍କର ଅସ୍ୱାଭାବିକତା ବଢିବାକୁ ଲାଗିଲା।

Advertisment

ଅବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ପାଖ ଡାକ୍ତରଖାନା ନେଇ ଗଲେ। ପ୍ରଥମେ ଡାକ୍ତରମାନେ ନିମୋନିଆ ହୋଇଥିବା ସନ୍ଦେହ କରୁଥିଲେ। ହେଲେ ଏକ୍ସରେ କଲେ। ଏକ୍ସ ରେ ରୁ ଦେଖିବାକୁ ମିଳିଲା ତାଙ୍କ ଲଙ୍ଗସର ଉପର ଭାଗରେ ରହିଛି ୦.୬ ଇଞ୍ଚର ଏକ ନୋଜ ରିଂ। ପରେ ଅସ୍ତ୍ରୋପଚାର କରାଯାଇ ଏହି ନୋଜ ରିଂକୁ ବାହାର କରି ଦିଆଗଲା। ତେବେ ଭାଗ୍ୟର କଥା ଯେ, ୫ ବର୍ଷ କାଳ ଏହି ନୋଜ ରିଂ ଲଙ୍ଗସରେ ରହିଥିଲେ ହେଁ ଲଙ୍ଗସକୁ ପଙ୍କଚର୍‌ କରିନାହିଁ।

ତେବେ ଡାକ୍ତରମାନେ ଯେତେବେଳେ ଏହି ଏକ୍ସରେ ଫଟୋ ଦେଖାଇଲେ ଲାଇକିନ୍ସ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ। ସେ ଏହି ଫଟୋକୁ ନିଜ ପାଖରେ ରଖିଛନ୍ତି। ଯଦି କେହି ଏ କଥାକୁ ନେଇ ଥଟା କରନ୍ତି ବା ବିଶ୍ୱାସ କରନ୍ତି ନାହିଁ ତାଙ୍କୁ ଏହା ଦେଖାଇଥାନ୍ତି। ଯାହା ବି ହେଉ, ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଅଛନ୍ତି।

Advertisment
Nose Ring
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ