• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳିଲା 

  • ମିଳିଲା ୭୦୦ ବର୍ଷର ପୁରୁଣା ଖଜାନା

ଜାକର୍ତ୍ତା: ମତ୍ସ୍ୟଜୀବୀଙ୍କୁ ମିଳିଲା ୭୦୦ ବର୍ଷର ପୁରୁଣା ଖଜାନା । ଇଣ୍ଡୋନେସିଆର ସୁମାତ୍ର ଦ୍ୱୀପ ପାଖ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଏହି ଖଜାନାକୁ ପାଇଛନ୍ତି । ଖଜାନାରେ ବହୁମୂଲ୍ୟ ପୁରାତନ ସୁନାଗହଣା ସହ ବିବିନ୍ନ ମୂର୍ତ୍ତି ତଥା ଅଳଙ୍କାରମାନ ରହିଛି ।

ଇଣ୍ଡୋନେସିଆର ସୁମାତ୍ର ଦ୍ୱୀପରେ ପ୍ରାୟ ସପ୍ତମ ଶତାବ୍ଦୀରୁ ୧୩ ତମ ଶତାବ୍ଦୀ ପର୍ଯ୍ୟନ୍ତ ଶ୍ରୀବିଜୟ ରାଜବଂଶର ରାଜତ୍ୱରେ ଶାସନ କରାଯାଉଥିଲା । ପେଲାଙ୍ଗବାଙ୍ଗକୁ ଏହି ରାଜବଂଶର ସୁବର୍ଣ୍ଣ ଦ୍ୱୀପ କୁହାଯାଉଥିଲା । ପ୍ରଚୁର ଧନସମ୍ପତ୍ତି ଥିବାରୁ ରାଜ୍ୟ ଉପରେ ଭାରତୀୟ ରାଜାମାନେ ଆକ୍ରମଣ କରି ବହୁମୂଲ୍ୟ ଧନ ସମ୍ପତ୍ତି ଲୁଟି ନେବାସହ ଶ୍ରୀବିଜୟ ରାଜବଂଶର ରାଜାମାନଙ୍କୁ ବନ୍ଦୀ ବନାଇଦେଇଥିଲେ ।

lost island of gold been found sumatran fishermen find a huge treasure(୭୦୦ ବର୍ଷ ପୁରୁଣା ଖଜାନା)

ସମୁଦ୍ର ଉପରେ ରାଜ୍ କରୁଥିଲେ ଶ୍ରୀଜୟ ରାଜବଂଶ

ବନ୍ଦୀ ହୋଇଥିବା ରାଜା ଯେତେବେଳେ ମୁକୁଳିଥିଲେ ସେତେବେଳେ ତାଙ୍କ ରାଜ୍ୟରେ ପୂର୍ବରୁ ଥିବା ସବୁ ଧନସମ୍ପତ୍ତି ସେଠାରେ ନଥିଲା । ଯାହା ଧିରେ ଧିରେ ସର୍ବସାଧାରଣରେ ପ୍ରକାଶ ପାଇଥିଲା । ସୁନା ଲୋଭରେ ସମସ୍ତେ ଅଦୃଶ୍ୟ ହୋଇଥିବା ଖଜାନାକୁ ଖୋଜିବାକୁ ଲାଗପଡିଥିଲେ । ଏମିତିକି ବହୁମୂଲ୍ୟ ଧନକୁ ଖୋଜିବା ପାଇଁ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ବିପଜ୍ଜନକ କୁମ୍ଭୀର ପରିପୂର୍ଣ୍ଣ ଥିବା ପେଲାଙ୍ଗବାଙ୍ଗର ମୁସି ନଦୀରେ ମଧ୍ୟ ଖୋଜାଖୋଜି ଜାରି ରଖିଥିଲେ । ହେଲେ କେହି ମଧ୍ୟ ଖଜାନାର ଖୋଜଖବର ପାଇନଥିଲେ । ଶେଷରେ ଏବେ ଦୀର୍ଘ ୭୦୦ ବର୍ଷ ପରେ ମତ୍ସ୍ୟଜୀବିମାନେ ସେହି ମୂଲ୍ୟବାନ ଖଜାନାକୁ ଖୋଜିପାଇଛନ୍ତି ।

ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ଏସିଆର ସୁମାତ୍ରା ଦ୍ୱୀପରେ ଶ୍ରୀବିଜୟ ରାଜବଂଶ ୧୩ ତମ ଶତାଦ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ । ଶ୍ରୀବିଜୟ ରାଜବଂଶ ଏକ ଛତ୍ରବାଦ ଶାସନ ଉପରେ ବିଶ୍ୱାସ ରଖୁଥିଲେ । ଫଳରେ ଏହି ରାଜବଂଶ ଜାଭାର ମାଲାୟୁରେ ହିଁ ସୀମିତ ରହିଯାଇଥିଲା । ଖଜାନା ମିଳିଥିବା ସମୁଦ୍ର ଭାରତର ପୂର୍ବ ଉପକୂଳ ଏବଂ ଦକ୍ଷିଣ ଚୀନ୍ ମହାସାଗର ପର୍ଯ୍ୟନ୍ତ ବିସ୍ତାରିତ ଥିଲା । ଫଳରେ ଭାରତ ତଥା ଚୀନ୍‌ ମଧ୍ୟ ସମୁଦ୍ରରୁ ବହୁ ପୁରାତ୍ତନ ଭାରତୀୟ ଏବଂ ଚାଇନିଜ୍ ମୁଦ୍ରା ପାଇଥିବାର ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି । ମତ୍ସଜୀବୀମାନେ ପାଇଥିବା ଖଜାନାରେ ବୌଦ୍ଧ, ହିନ୍ଦୁ ଧର୍ମର ମୂର୍ତ୍ତିମାନ ସହ ବିଭିନ୍ନ ସୁନା ଅଳଙ୍କାରମାନ ରହିଛି ।

Has the Lost Island of Gold been found? Sumatran fishermen find a huge treasure trove including a bu