Advertisment

ଇସ୍ରାଏଲ ଟାର୍ଗେଟରେ ହମାସ୍‌ର ମାଷ୍ଟରମାଇଣ୍ଡ, ୭ ଦିନରେ ୪ ଆତଙ୍କୀ ସଫା

ଇସ୍ରାଏଲ ଟାର୍ଗେଟରେ କେବଳ ଗାଜା ନୁହେଁ ହମାସର ସେହି 'ମାଷ୍ଟରମାଇଣ୍ଡ' ଅଛନ୍ତି, ଯେଉଁମାନେ ଆରମ୍ଭରୁ ଏହି ସଂଗଠନର ସଦସ୍ୟ କିମ୍ବା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଥିଲେ ।

ଅଦ୍ୟତନ ହୋଇଛି
Hamas Terrorists

Hamas Terrorists

Advertisment

ଅକ୍ଟୋବର ୭ରେ ହମାସ୍‌ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିଲା ଆକ୍ରମଣ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଏହାର ଜବାବରେ ଇସ୍ରାଏଲ ମଧ୍ୟ ଗାଜାରେ ଆକ୍ରମଣ ଜାରି ରଖିଛି। ହମାସର ଅସ୍ତିତ୍ୱ ବିଲୋପ କରିବାକୁ ଜିଦ୍ ଧରିଥିବା ଇସ୍ରାଏଲ୍ ଏପର୍ଯ୍ୟନ୍ତ ୩୬୦୦ ହମାସର ବେସ୍‌କୁ ଧ୍ୱଂସ କରିସାରିଛି । ଇସ୍ରାଏଲ ଟାର୍ଗେଟରେ କେବଳ ଗାଜା ନୁହେଁ ହମାସର ସେହି 'ମାଷ୍ଟରମାଇଣ୍ଡ' ଅଛନ୍ତି, ଯେଉଁମାନେ ଆରମ୍ଭରୁ ଏହି ସଂଗଠନର ସଦସ୍ୟ ଥିଲେ କିମ୍ବା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ।

Advertisment

ୟାହିୟା ସିନୱାର

ଇସ୍ରାଏଲ୍ ହିଟ୍ ଲିଷ୍ଟ ତାଲିକାରେ ୟାହିୟା ସିନୱାରଙ୍କ ନାମ ଶୀର୍ଷରେ ଅଛି। ଅକ୍ଟୋବର ୭ ଆକ୍ରମଣର ଦୁଇ ଦିନ ପରେ ଇସ୍ରାଏଲ ସେନାର ବରିଷ୍ଠ ମୁଖପାତ୍ର ରିୟର ଏଡମ ହଗାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୟାହିୟା ସିନୱାର ଏହି ଅପରେସନର କମାଣ୍ଡର ଥିଲେ। ଏହାର ଶୀର୍ଷ ନେତା ଇସମାଇଲ ହନିୟେଙ୍କ ପରେ ସିନୱାର ହେଉଛି ହମାସର ଦ୍ୱିତୀୟ ଶକ୍ତିଶାଳୀ ସଦସ୍ୟ। ସେ ଗାଜାରେ ସର୍ବୋଚ୍ଚ ପଦବୀରେ ରହିଛି। ସିନୱାର ୧୯୬୨ ମସିହାରେ ଗାଜା ଷ୍ଟ୍ରିପର ଦକ୍ଷିଣରେ ଥିବା ଖାନ ୟୁନିସର ଏକ ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ ଦଶକରେ ସିନୱାରଙ୍କୁ ଗାଜାର ସୁରକ୍ଷା ଶାଖାର ମୁଖ୍ୟ କରାଯାଇଥିଲା।

ମହମ୍ମଦ ଦିଫ୍‌

ମହମ୍ମଦ ଦିଫ୍‌ ହେଉଛି ହମାସ୍‌ର ସାମରିକ ୱିଙ୍ଗ୍ ଆଲ୍ କସମ ବ୍ରିଗେଡ୍‌ର ମୁଖ୍ୟ । ଇସ୍ରାଏଲ ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ଇସ୍ରାଏଲ ବିରୋଧରେ ଆକ୍ରମଣ ପରେ ସେ ତୁରନ୍ତ ଏକ ଅଡିଓ ଟେପ୍‌ରେ ଏହି ଆତଙ୍କବାଦୀ ଅପରେସନ୍‌କୁ ‘ଅଲ୍ ଅକ୍ସା ବାଡ୍‌’ ବୋଲି କହିଥିଲା। ଦିଫ୍‌ ୧୯୬୫ ମସିହାରେ ଖାନ୍‌ ୟୁନିସ୍‌ ଶରଣାର୍ଥୀ ଶିବରରେ ଜନ୍ମଗ୍ରହଣ କରିଥିଲା। ଦିଫ୍‌ ହମାସ୍‌ ପାଇଁ ଏକ ଟନେଲ୍ ନେଟୱାର୍କ ତିଆରି କରିଥିଲା। ବୋମା ତିଆରି କରିବାରେ ସେ ମାହିର। ଇସ୍ରାଏଲରେ ହୋଇଥିବା ଅନେକ ବିସ୍ଫୋରଣ ପଛରେ ତା’ର ହାତ ଥିବା କୁହାଯାଏ। ତେବେ ମହମ୍ମଦ ଦିଫ୍‌ଙ୍କୁ ୧୯୮୯ରେ ଇସ୍ରାଏଲ୍ ଗିରଫ କରିଥିଲା। ସେ ୧୬ ମାସ ଇସ୍ରାଏଲ ଜେଲରେ ରହିଥିଲା। ପାଲେଷ୍ଟାଇନ ସୂତ୍ର ଅନୁଯାୟୀ, ଗାଜାରେ ଥିବା ତାଙ୍କ ପିତାଙ୍କ ଘରକୁ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଟାର୍ଗେଟ କରାଯାଇଥିଲା। ଏଥିରେ ଦିଫ୍‌ଙ୍କ ଭାଇ ଏବଂ ପରିବାରର ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisment

ଅବୁ ଓବୈଦା

ଅବୁ ଓବୈଦା ଅଲ-କସମ ବ୍ରିଗେଡ୍ସର ମୁଖପାତ୍ର । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଅଲ-କସମ ବ୍ରିଗେଡ ହିଁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଓବୈଦା ନିଜେ ଘୋଷଣା କରିଥିଲା ଯେ, ହମାସ୍‌ ଗାଜା ଷ୍ଟ୍ରିପରେ ଇସ୍ରାଏଲ ସୈନିକଙ୍କୁ କାବୁ କରିଛି। ଅବୁ ଓବୈଦାର ପ୍ରକୃତ ନାମ କେହି ଜାଣନ୍ତି ନାହିଁ। ତା’ ବିଷୟରେ କୌଣସି ସୂଚନା ମଧ୍ୟ ନାହିଁ। ଏୟାର ଷ୍ଟ୍ରାଇକରେ ଇସ୍ରାଏଲ ସେନା ମଧ୍ୟ ତାଙ୍କ ଘରକୁ ଧ୍ୱଂସ କରିଦେଇଛି।

ଅଲ-ଜହର

ଅଲ-ଜହର ପ୍ରାୟ ୬୦ ବର୍ଷ ବୟସ୍କ। ସେ ଆରମ୍ଭରୁ ହମାସ ସହିତ ଅଛନ୍ତି ଏବଂ ହମାସର ପ୍ରତିଷ୍ଠାତା ଅହମ୍ମଦ ୟାସିନଙ୍କ ନିକଟତର ଥିଲେ। ସେ ହମାସର ସହ-ପ୍ରତିଷ୍ଠାତା ଏବଂ ଗାଜା ଷ୍ଟ୍ରିପରେ ହମାସ ନେତୃତ୍ୱର ସଦସ୍ୟ । ଅଲ-ଜହର ମଧ୍ୟ ଇସ୍ରାଏଲ ସେନାର ଟାର୍ଗେଟ।

Advertisment

ଜିୟାଦ ଅଲ-ନଖଲା

ଜିୟାଦ ଅଲ-ନଖଲା ୨୮ ସେପ୍ଟେମ୍ବର ୨୦୧୮ ଠାରୁ ପାଲେଷ୍ଟାଇନ ଇସଲାମ ଜିହାଦ (PIJ) ର ନେତୃତ୍ୱ ନେଉଛି। ଏହି ସଂଗଠନକୁ ଆମେରିକା, ୟୁରୋପୀୟ ୟୁନିଅନ, ବ୍ରିଟେନ୍, ଜାପାନ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଇସ୍ରାଏଲ ଦ୍ୱାରା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ୨୦୧୪ରେ ଆମେରିକା ଦ୍ୱାରା ଅଲ-ନଖଲାକୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। କୁହାଯାଏ କି ଜିୟାଦ ଅଲ-ନଖଲା ଏବେ ଲେବାନନ୍‌ କିମ୍ବା ସିରିଆରେ ରହୁଛି।

ଅବ୍ଦ ଅଲ-ଫତହ ଦୁଖନ

ଏକ ରିପୋର୍ଟ ଅନୁସାରେ, ହମାସ୍‌ ପ୍ରତିଷ୍ଠାତା ସଦସ୍ୟ ଅବ୍ଦ ଅଲ-ଫତହ ଦୁଖନ ଯିଏ ଅବୁ ଓସାମା ନାମରେ ଜଣାଶୁଣା। ମଙ୍ଗଳବାର ଗାଜା ଉପରେ ହୋଇଥିବା ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ତାଙ୍କର ମୃତ୍ୟୁ ହୋଇଛି। ଅବ୍ଦ ଅଲ-ଫତହ ଦୁଖନ ୧୯୮୭ରେ ହମାସ୍‌ର ଚାର୍ଟ ପ୍ରସ୍ତୁତ କରିଥିଲା। ଯେଉଁଥିରେ ଇସ୍ରାଏଲକୁ ହଟାଇବା ପାଇଁ ଆବେଦନ କରାଯାଇଥିଲା।

ସାମି ଅଲହସ୍ନି

ସାମି ଅଲ ଶହୀଦ ବ୍ରିଗେଡର ଅନ୍ୟତମ ପ୍ରତିଷ୍ଠାତା ଥିଲେ | ଗାଜା ଷ୍ଟ୍ରିପରେ ହୋଇଥିବା ଆକ୍ରମଣରେ ସେ ମୃତ୍ୟୁବରଣ କରିଥିବା ଇସ୍ରାଏଲ ଦାବି କରିଛି।

ଆବୁ ମାମାର ଓ ଆବୁ ଶାମାଲା

ଏହା ବ୍ୟତୀତ ଇସ୍ରାଏଲ୍ ବାୟୁସେନା ଦାବି କରିଛି ଯେ ନିକଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ହମାସ୍‌ର ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀ ମଧ୍ୟ ନିହତ ହୋଇଛନ୍ତି। ଏଥିମଧ୍ୟରେ ପେଲିତ ବ୍ୟୁରୋର ଜଣେ ବରିଷ୍ଠ ସଦସ୍ୟ ଜକାରିଆ ଆବୁ ମାମାର ଏବଂ ଅର୍ଥମନ୍ତ୍ରୀ ଜାୱାଦ ଆବୁ ଶାମାଲା ଅଛନ୍ତି। ଇସ୍ରାଏଲ ବିରୋଧୀ ଅନେକ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ସେ ଜଡିତ ଥିଲେ।

Israel Palestine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ