Advertisment

Saifullah Kasuri: ପୁଣିଥରେ ନଜର ଆସିଲା ପହଲଗାମ୍‌ ଆଟାକ୍‌ ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ, ପାକିସ୍ତାନରେ ବସି ଭାରତ ବିରୋଧରେ ବିଷ ଓଗାଳିଲା

ପହଲଗାମ୍ ବୈସରନ ଘାଟିରେ ଏପ୍ରିଲ ୨୨ରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣ ପଛରେ କୁଖ୍ୟାତ ଆତଙ୍କବାଦୀ ସୈଫୁଲ୍ଲା କସୁରୀର ହାତ ଥିବା କୁହାଯାଉଛି । ଏବେ ସୈଫୁଲ୍ଲାକୁ ପାକିସ୍ତାନର ଏକ ରାଜନୈତିକ ରାଲିରେ ଦେଖାଯାଇଛି, ଯେଉଁଠି ଭାରତ ବିରୋଧି ନାରା ଦିଆଯାଇଥିଲା ।

ଅଦ୍ୟତନ ହୋଇଛି
Saifullah Kasuri

Saifullah Kasuri

Advertisment

ଯଦିଓ 'ଅପରେସନ ସିନ୍ଦୂର'ରେ ପାକିସ୍ତାନସ୍ଥିତ ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ କରି ଭାରତ ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେଇଛି ବୋଲି କୁହାଯାଉଛି, ତଥାପି ଏହି ପ୍ରତିଶୋଧ ଏ ଯାଏଁ ପୂରା ହୋଇନି । ସେଦିନ ପହଲଗାମ୍‌ରେ ରକ୍ତର ନଦୀ ବୁହାଇଥିବା ୩ ଆତଙ୍କୀ ନା ଧରାପଡିଛନ୍ତି, ନା ଏହି ହାମ୍‌ଲାର ମାଷ୍ଟରମାଇଣ୍ଡ ଲସ୍କର କମାଣ୍ଡର ସୈଫୁଲ୍ଲା କସୁରୀର କିଛି କ୍ଷତି ହୋଇଛି । ଏବେ ବି ପାକିସ୍ତାନରେ ବେଶ୍ ଆରାମରେ ବୁଲାବୁଲି କରିବା ସହ ଭାରତ ବିରୋଧରେ ଖୁଲମ୍‌ଖୁଲା ବିଷ ଓଗାଉଛି ସୈଫୁଲ୍ଲା, ଯାହାର ଚିତ୍ର ପୁଣିଥରେ ସାମ୍ନାକୁ ଆସିଛି  । 

Advertisment

ବୁଧବାର ପାକିସ୍ତାନର ପଞ୍ଜାବରେ ସୈଫୁଲ୍ଲା କସୁରୀକୁ ସର୍ବସାଧାରଣରେ ଦେଖାଯାଇଥିଲା । କାଲି ସୈଫୁଲ୍ଲା ଏକ ରାଜନୈତିକ ରାଲିରେ ପହଞ୍ଚିଥିଲା ଯେଉଁଠି ପାକିସ୍ତାନୀ ନେତା ଏବଂ ଅନ୍ୟାନ୍ୟ କୁଖ୍ୟାତ ଆତଙ୍କବାଦୀମାନେ ଉପସ୍ଥିତ ରହିଥିଲେ । ଏହି ରାଲିରେ ହିଂସା ଉଦ୍ରେକକାରୀ ଭାଷଣ ଦିଆଯିବା ସହ ଭାରତ ବିରୋଧୀ ନାରା ଲଗାଯାଇଥିଲା । 

ଅଧିକ ପଢନ୍ତୁ: ହାର୍ଡକୋର ମାଓନେତା ଗିରଫ: ୭ଟି ବଡ଼ ହିଂସାକାଣ୍ଡରେ ଥିଲା ସମ୍ପୃକ୍ତ, ଜାଣନ୍ତୁ କିଏ...

Advertisment

ପାକିସ୍ତାନର ପରମାଣୁ ନିରୀକ୍ଷଣର ବର୍ଷ ପୂର୍ତ୍ତି ଅବସରରେ 'ପାକିସ୍ତାନ ମରକାଜି ମୁସଲିମ ଲିଗ୍‌' (PMML) ପଞ୍ଜାବ ପ୍ରଦେଶର କସୁରଠାରେ ଏହି ରାଲି ଆୟୋଜନ କରିଥିଲା । ଏହି ରାଲି ଏକପ୍ରକାର ଆତଙ୍କୀ ମେଳିଥିଲା, ଯେଉଁଥିରେ ଭାରତ ବିରୋଧରେ ବିଷୋଦଗାର୍ କରାଯାଇଥିଲା । ଏଠାରେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ହାଫିଜ ସଇଦର ପୁଅ ତଲହା ସଇଦକୁ ବି ଦେଖିବାକୁ ମିଳିଥିଲା । 

ରାଲିରେ ସୈଫୁଲ୍ଲା କସୁରୀ କହିଥିଲା, ମୋତେ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଦୋଷ ଦିଆଯାଉଛି । ଏବେ ମୋ ନାଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଛି । ଆହୁରି ମଧ୍ୟ ଘୋଷଣା କରିଥିଲା ଯେ, ସେ ବହାୱଲପୁର ଆଲ୍ଲାହାବାଦରେ 'ମୁଦାସିର ସହିଦ' ନାଁରେ ଏକ ସେଣ୍ଟର, ସଡ଼କ ଓ ହସ୍ପିଟାଲ ନିର୍ମାଣ କରିବ ।

Advertisment

ଗୁଇନ୍ଦା ସୂତ୍ର ମୁତବାକ, ମୁଦାସିର ଅହମ୍ମଦ ପହଲଗାମ୍ ନରସଂହାର ପରେ ଭାରତର ଜବାବୀ ଅପରେସନ ସିନ୍ଦୂରରେ ମରିଥିବା ହାଇପ୍ରୋଫାଇଲ ଟେରର୍‌ ଅପରେଟିଭ ମଧ୍ୟରୁ ଜଣେ । ସେହିପରି ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କୀ ଲିଷ୍ଟର ୩୨ତମ ସ୍ଥାନରେ ଥିବା ତଲହା ସିଇଦ ମଧ୍ୟ ରାଲିରେ ଜିହାଦୀ ନାରା ଲଗାଇଥିଲା ଏବଂ ହିଂସାତ୍ମକ ଭାଷଣ ଦେଇଥିଲା । ତେବେ ପଞ୍ଜାବରେ ଏହି ରାଜନୈତିକ ରାଲିର ଚିତ୍ର ପୁଣିଥରେ ପାକିସ୍ତାନର ଆତଙ୍କୀ ଚେହେରାକୁ ପଦାରେ ପକାଇଦେଇଛି ।

ଅଧିକ ପଢନ୍ତୁ: ନକ୍ସଲ ମୁକ୍ତ ହେଲା ବସ୍ତର, ୬ ଜିଲ୍ଲାକୁ ରେଡ୍ ଲିଷ୍ଟରୁ ହଟାଇଲା ଗୃହ ମନ୍ତ୍ରାଳୟ

Pakistan Lashkar-e-Taiba Terrorist Outfit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ