Advertisment

ଗୋଟାବାୟାଙ୍କ ବଡ଼ ବାର୍ତ୍ତା, ଖୁବ୍‌ଶୀଘ୍ର ଦେଶରେ ନୂଆ ପ୍ରଧାନମନ୍ତ୍ରୀ

ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୋଟାବାୟା । ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ଲାଗି ରହିଛି ହିଂସାକାଣ୍ଡ ।

undefined

Gotabaya Rajapaksa

Advertisment

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ ବାର୍ତ୍ତା । ସପ୍ତାହକ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି । ସଂଖ୍ୟାଗରିଷ୍ଠ ସମର୍ଥନ ଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ । ଦେଶରେ ସ୍ଥିରତା ଆସିବା ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ବ୍ୟବସ୍ଥା ଉଚ୍ଛେଦ ହେବ । ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୋଟାବାୟା । ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ଲାଗି ରହିଛି ହିଂସାକାଣ୍ଡ ।

Advertisment

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭୟଙ୍କର ହିଂସା ସଂଗଠିତ ହୋଇଛି । ହିଂସାରେ ଜଣେ ସରକାରୀ ଦଳର ସାଂସଦ ଅତୁକୋରାଲାଙ୍କ ମୃତ୍ୟୁ ଘଟିଛି । ଦିନକ ଭିତରେ ସାଂସଦଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଶହରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏତିକିରେ ଥମିନାହିଁ ହିଂସା, ବିଦାୟୀ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସଙ୍କ ବାସଭବନରେ ବି ଭଙ୍ଗାରୁଜା ହୋଇଛି ।

ଜଣେ ସାଂସଦଙ୍କ ଘର ଜାଳି ଦିଆଯାଇଥିବା ବେଳେ ଅନେକ ସାଂସଦଙ୍କ ଘରେ ଆକ୍ରମଣ ହୋଇଛି। ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।

Advertisment

ଘୋର ଆର୍ଥିକ ସଂକଟ ପାଇଁ ସବୁଠି ରାସ୍ତାକୁ ଓହ୍ଲାଉଛନ୍ତି ଲୋକେ। ସେପଟେ ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର ହୋଇଛି।  

Economic Crisis Srilanka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ