Advertisment

Nigeria Tanker Explosion: ୧୭ଟି ଗାଡ଼ିକୁ ଧକ୍କା ଦେଲା ଟ୍ୟାଙ୍କର, ଘଟିଲା ବିସ୍ଫୋରଣ; ଜଳିଗଲେ ୧୮

ପେଟ୍ରୋଲ୍ ବୋଝେଇ ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ୧୭ଟି ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଟ୍ୟାଙ୍କରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା।

ଅଦ୍ୟତନ ହୋଇଛି
Blast

Blast

Advertisment

ଦକ୍ଷିଣ ନାଇଜେରିଆରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଦକ୍ଷିଣ ନାଇଜେରିଆର ଏନୁଗୁର ଏକ୍ସପ୍ରେସ୍ ୱେରେ ପେଟ୍ରୋଲ୍ ବୋଝେଇ ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ୧୭ଟି ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଟ୍ୟାଙ୍କରରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିସ୍ଫୋରଣରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଫଳରେ ଅଗ୍ନିଶମ ବାହିନୀଙ୍କୁ ନିଆଁ ଲିଭାଇବା ପାଇଁ ଦୀର୍ଘ ସମୟ ଲାଗିଥିଲା। ନିଆଁରେ କିଛି ଗାଡ଼ି ପୋଡ଼ି ଯାଇଥିବା ସୂଚନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

ଫେଡେରାଲ୍ ରୋଡ୍ ସେଫ୍ଟି କର୍ପସର ମୁଖପାତ୍ର କହିଛନ୍ତି ଯେ, ବିସ୍ଫୋରଣରେ ଯେଉଁମାନଙ୍କ ମୃତ୍ୟୁ ଘଟିଛି, ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ସେମାନଙ୍କ ଶରୀର ସଂପୂର୍ଣ୍ଣ ପୋଡ଼ି ଯାଇଛି। 

ବିସ୍ଫୋରଣରେ ୧୦ ଜଣ ଆହତଙ୍କ ବ୍ୟତିତ ଉଦ୍ଧାରକାରୀମାନେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରିଛନ୍ତି। ସୌଭାଗ୍ୟ ବଶଃତ ସେମାନଙ୍କର କିଛି ହୋଇ ନାହିଁ।

Advertisment

ମାଲ ପରିବହନ ପାଇଁ ନାଇଜେରିଆ ରେଳ ବ୍ୟବସ୍ଥାର ବିଶେଷ ସୁବିଧା ନାହିଁ। ଏଥିପାଇଁ ସଡ଼କ ପଥରେ ମାଲ ପରିବହନ କରାଯାଇଥାଏ। ଏହି କାରଣରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଥାଏ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ଏକ ପେଟ୍ରୋଲ୍ ଟ୍ୟାଙ୍କର୍ ବିସ୍ଫୋରଣ ଘଟି ୯୮ ଜଣଙ୍କର ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: ଭୟଙ୍କର ବିସ୍ଫୋରଣ, ଭୁଶୁଡିଲା ଛାତ, ୮ ମୃତ

Nigeria Petrol Pump Explosion Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ