Advertisment

କୁଏତ ଟ୍ରାଜେଡି; ଭୟାବହ ଅଗ୍ନିକାଣ୍ଡରେ ଚାଲିଗଲା ୪୫ ଭାରତୀୟଙ୍କ ସହ ୨ ଓଡ଼ିଆଙ୍କ ଜୀବନ

କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ। ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ବଦେଶରେ ପହଞ୍ଚିବ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼।

kuwait-fire

kuwait-fire

Advertisment

କୁଏତରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୨ ଓଡ଼ିଆଙ୍କ ଜୀବନ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ମହମ୍ମଦ କୌରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ। ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଛୁଟିରେ ଆସି ଗତ ମେ’ ମାସରେ ସେ ପୁଣି କୁଏତକୁ ଯାଇଥିଲେ। ମୃତ୍ୟୁ ଖବର ଶୁଣି ଭାଙ୍ଗିପଡ଼ିଛନ୍ତି ପୁରା ପରିବାର ଲୋକେ। ତାଙ୍କ ପତ୍ନୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି। ସେପଟେ ସନ୍ତୋଷଗୌଡ଼ଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ତାଙ୍କ ଘର କେଉଁଠି ସେ ନେଇ ଖବର ମିଳିନି।

Advertisment

କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ। ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ବଦେଶରେ ପହଞ୍ଚିବ। ଭାରତୀୟଙ୍କ ମରଶରୀରକୁ ଧରି ଆସୁଛି ବାୟୁସେନାର ସ୍ବତନ୍ତ୍ର ବିମାନ C-130J। କେରଳର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଉ କିଛି ସମୟ ପରେ ପାର୍ଥିବ ଶରୀର ପହଞ୍ଚିବ। ମୃତକଙ୍କ ଭିତରେ କେରଳର ସର୍ବାଧିକ ୨୦ ଜଣ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ମୋଟ୍ ୪୯ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୫ ଭାରତୀୟ। କୁଏତ ହସ୍ପିଟାଲକୁ ଯାଇ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଆହତଙ୍କ
ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ।

ବୁଧବାର ଦକ୍ଷିଣ କୁଏତର ମଙ୍ଗାଫ ସହରର ଏକ ୬ ମହଲା କୋଠାରେ ନିଆଁ ଲାଗିଥିଲା। ରୋଷେଇ ଘରେ ନିଆଁ ଲଗିବା ପରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ସେହି ବିଲ୍ଡିଂରେ ପ୍ରାୟ ୧୯୬ ଜଣ ଶ୍ରମିକ ରହୁଥିଲେ । ଏନବିଟିସି ସଂସ୍ଥା ତାର ଶ୍ରମିକ ମାନଙ୍କୁ ରଖିବାକୁ ଭଡ଼ା ସୂତ୍ରରେ ଏହି ବିଲ୍ଡିଂକୁ ନେଇଥିଲା। ଆବଶ୍ୟକତାଠାରୁ ବିଲ୍ଡିଂରେ ଅଧିକ ଶ୍ରମିକ ରହୁଥିଲେ । ଅଗ୍ନିକାଣ୍ଡ ସମୟରେ କିଛି ଶ୍ରମିକ ନାଇଟ୍ ସିଫ୍ଟ ସାରି ସୋଇଥିଲେ । ନିଆଁ ଲାଗିବା ପରେ କ୍ଷୀପ୍ର ବେଗରେ ବ୍ୟାପି ଯାଇଥିଲା । ଫଳରେ ଶ୍ରମିକମାନେ ବାହାରି ପାରିନଥିଲେ ।

Advertisment

କୁଏତ ସରକାର ବିଲ୍ଡିଂ ମାଲିକ ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପିଏମ୍ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦନ କରିବାକୁ ଘୋଷଣା କରିଛନ୍ତି । କୁଏତର ଉପମୁଖ୍ୟମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ୍‌-ସାବ ଘଟଣାସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ରିଅଲ୍ ଇଷ୍ଟେଟ୍‌ ଭୁଲ୍‌ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି ।

Fire Mishap Kuwait
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ