Advertisment

ବିବାହର ମାତ୍ର ୩ ମିନିଟ୍‌ରେ ହେଲା ଛାଡ଼ପତ୍ର; ଜାଣନ୍ତୁ କାରାଣ...

ବିବାହର ୩ ମିନିଟ୍‌ ପରେ ଛାଡ଼ପତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଉ ପାରେ କିନ୍ତୁ ଘଟଣାଟି ସତ । ଛାଡ଼ପତ୍ରର କାରଣ ଜାଣିଲେ ହୋଇଯିବେ ତାଜୁବ !

Kuwait Couple Divorces

Kuwait Couple Divorces

Advertisment

ଦୁନିଆରେ ପ୍ରଥମ ଘଟଣା ! ବିରଳ ବିବାହ । ରେକର୍ଡ଼ ସୃଷ୍ଟି କଲା ବିବାହ ! ବିବାହର ୩ ମିନିଟ୍‌ ପରେ ଛାଡ଼ପତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଉ ପାରେ କିନ୍ତୁ ଘଟଣାଟି ସତ । ଯାହା ସମସ୍ତଙ୍କ ଚକିତ କରିଛି । ଏମିତି ଘଟଣା ବି ସାରା ଦୁନିଆ ପାଇଁ ମଧ୍ୟ ବିରଳ । 

Advertisment

ତେବେ ଦୁନିଆରେ ଅନେକ ସମୟରେ ବହୁ ଅଜବ ଘଟଣା ସାମ୍ନାକୁ ଆସିଥାଏ । ଯାହା ଶୁଣି ସହଜରେ ବିଶ୍ବାସ କରିହୁଏ ନାହିଁ । ଆଉ କେତେକ ଘଟଣାକୁ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟକର ହୋଇଥାଏ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ସମସ୍ତେ ତାଜୁବ ।

ବିବାହର ମାତ୍ର ୩ ମିନିଟ୍ ପରେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି ନବ ଦମ୍ପତ୍ତି । ଘଟଣାଟି ଅଜବ ଲାଗୁଥାଇ ପରେ ଏ କିନ୍ତୁ ବାସ୍ତବରେ ଘଟିଛି । ଏହି ବିବାହ ବିଚ୍ଛେଦ ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ, ବିବାହର ସମସ୍ତ ଆଇନଗତ ପ୍ରକ୍ରିୟା ସରିବା ପରେ ବର ଓ କନ୍ୟା କୋର୍ଟ ରୁମରୁ ବାହାରକୁ ଯାଉଥିଲେ। ଏତିକି ବେଳେ କନ୍ୟା ଜଣକ ହଠାତ୍ ତଳେ ପଡ଼ିଯାଇଥିଲେ । ଏହା ଦେଖି ବର ଜଣଙ୍କ କନ୍ୟାଙ୍କୁ ର୍ନିବୁଦ୍ଧିଆ ବୋଲି କହିଥିଲେ । ବାସ୍ ସ୍ବାମୀଙ୍କ ଏହି କଥା ଶୁଣି ରାଗିରେ ଗରଗର ହୋଇଯାଇଥିଲେ କନ୍ୟା ।  ଏହାପରେ ସେ ବିଚାରପତିଙ୍କ ନିକଟକୁ ଯାଇ ବିବାହ ବାତିଲ କରିବାକୁ କହିଥିଲେ । ତେବେ ମାତ୍ର ୩ ମିନିଟ୍ ପୂର୍ବରୁ ହୋଇଥିବା ବିବାହକୁ ବାତିଲ କରିବା ନେଇ ଜଜ୍ ଘୋଷଣା କରିଥିଲେ।

Advertisment

ତେବେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ୨୦୧୯ରେ କୁଏତରେ ଘଟିଛି ବୋଲି କୁହାଯାଉଛି । ଏହି ବିବାହକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବହୁ ଲୋକ ଏଭଳି ନିଷ୍ପତ୍ତି ପାଇଁ କନ୍ୟାକୁ ପ୍ରଶଂସା କରୁଥିବା ଜଣାପଡ଼ିଛି । କିଛି ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେଉଁଠାରେ ବିବାହ ଆରମ୍ଭରୁ ପରସ୍ପରକୁ ନେଇ ସମ୍ମାନ ନାହିଁ, ସେଭଳି ସମ୍ପର୍କ ଭାଙ୍ଗିଯିବା ଭଲ’।  ଆଉ କିଛି ଲୋକେ କହିଛନ୍ତି ଯେ, ‘ଯଦି କେହି ନିଜ ଜୀବନସାଥୀ ସହିତ ଆରମ୍ଭରୁ ଏହି ପ୍ରକାରର କାର୍ଯ୍ୟ କରୁଛନ୍ତି, ତେବେ ଏପରି ବିବାହ ଗ୍ରହଣୀୟ ନୁହେଁ, ଏଭଳି ପରିସ୍ଥିତିରେ, ଆରମ୍ଭରେ ସମ୍ପର୍କ ଭାଙ୍ଗିବା ସମ୍ପୂର୍ଣ୍ଣ ଠିକ୍’ । ଅନ୍ୟପଟେ କିଛି ଲୋକ କନ୍ୟାଙ୍କ ଏଭଳି ପଦକ୍ଷେପକୁ ପସନ୍ଦ କରିନଥିବା ଦେଖିବାକୁ ମିଳିଛି ।

Divorce Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ