Advertisment

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।

ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

Advertisment

ୟୁକ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଗତକାଲି ୟୁକ୍ରେନ୍‌ର ଡୋନେସ୍କ ସହରର ଜନବସତି ଅଞ୍ଚଳରେ ମିଜାଇଲ ମାଡ଼ କରିଛି ରୁଷ। ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଥିବା ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ତେଣେ ଡୋନବାସରେ ଦୁଇ ପକ୍ଷଙ୍କ ଲଢେଇ ବେଳେ ୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍। ସେପଟେ ରୁଷ ବିରୋଧରେ ଲଢ଼ିବାକୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି। ଏହାସହ ଆମେରିକାରେ ୟୁକ୍ରେନ ଶରଣାର୍ଥୀଙ୍କୁ ରହିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଇଡେନ୍।

ସେମାନଙ୍କୁ ଅର୍ଥ, ଖାଦ୍ୟ ଓ ଅନ୍ୟ ମାନବିକତା ସହାୟତା ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍। ସେପଟେ ଆସନ୍ତାକାଲି ICJରେ ରୁଷ-ୟୁକ୍ରେନ୍  ଯୁଦ୍ଧ ମାମଲାର ଶୁଣାଣି ହେବ ବୋଲି ରୁଷ ଗଣମାଧ୍ୟମ ସ୍ପୁଟନିକ୍ ସୂଚନା ଦେଇଛି।

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ