Advertisment

ଅଶରଫ ଘନିଙ୍କୁ ଟାର୍ଗେଟ କଲେ ବାଇଡେନ: କହିଲେ, କଠିନ ସମୟରେ ଦେଶ ଛାଡ଼ି ପଳାଇଗଲେ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରି ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି।

ଅଦ୍ୟତନ ହୋଇଛି
ଅଶରଫ ଘନିଙ୍କୁ ଟାର୍ଗେଟ କଲେ ବାଇଡେନ: କହିଲେ, କଠିନ ସମୟରେ ଦେଶ ଛାଡ଼ି ପଳାଇଗଲେ

US president Joe Biden

Advertisment

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ଅଶରଫ ଗନିଙ୍କୁ ଇଶାରା କରି ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି। ଯେତେବେଳେ ଲୋକଙ୍କ ପାଖରେ ତାଙ୍କର ଉପସ୍ଥିତି ସବୁଠାରୁ ବେଶି ଜରୁରୀ ଥିଲା ସେତେବେଳେ ସେ ତାଙ୍କ ସାଥ୍‌ ଦେଲେ ନାହିଁ। ତେବେ ନିଜ ନିଷ୍ପତ୍ତି ଉପରେ ତାଙ୍କର ଅନୁଶୋଚନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ। ଆଫଗାନସ୍ଥାନରେ ଆମେରିକାର ଯୁଦ୍ଧ ଶେଷ ହୋଇଛି ଏବଂ ସୈନ୍ୟ ପ୍ରତ୍ୟାହାର ହୋଇଛନ୍ତି ବୋଲ ସେ କହିଛନ୍ତି। 

Advertisment

ବାଇଡେନ କହିଛନ୍ତି, ଆମେ କେଉଁ ପରିସ୍ଥିତିରେ ସେନା  ପ୍ରତ୍ୟାହାର କଲୁ ତାହା ସମସ୍ତେ ଜାଣନ୍ତି।  ବାଇଡେନ ଆହୁରି କହିଛନ୍ତି, ସେନା ପ୍ରତ୍ୟାହାର ପରେ ମୋର ଆଲୋଚନା ହେବ। ତେବେ ଏପରି ଆଲୋଚନାକୁ ମୁଁ ଗ୍ରହଣ କରୁଛି। ଏପରି ନଷ୍ପତ୍ତି ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଉପରେ ଛାଡ଼ି ପାରିବି ନାହିଁ। ଆଫଗାନସ୍ଥାନରୁ ବାହାରକୁ ଆସିବା ପାଇଁ ଉଚିତ ସମୟ ଆସି ନ ଥିଲା। ଏବେ ଆସିଛି। ୪ ଜଣ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିଗଲା। ୫ମ ରାଷ୍ଟ୍ରପତିଙ୍କ ସମୟରେ ଏପରି ନିଷ୍ପତ୍ତି ନିଆଗଲା। ଆମେ ଆମ ସେନାଙ୍କୁ ଦୀର୍ଘ ବର୍ଷ ଧରି ଅନ୍ୟ ଦେଶର ନାଗରିକଙ୍କ ପାଇଁ ସଂଘର୍ଷ  କରିବାକୁ ଛଡ଼ି ପାରିବୁ ନାହିଁ। ସେଥିପାଇଁ ଆମକୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଲା। 

Advertisment

ପୁଲ୍‌ ଆଉଟ୍‌ ଡିଲ୍‌ ସମ୍ପର୍କରେ ବାଇଡେନ କହିଛନ୍ତି, ଯଦି ଆଫଗାନ୍‌ ସେନା ଲଢିବା ପାଇଁ ପ୍ରସ୍ତୁତ ନାହାନ୍ତି ତେବେ ଆମେରିକୀ ସେନା କାହିଁକି ନିଜ ଜୀବନ ଦେବେ ? ଯଦି ଆବଶ୍ୟକ ପଡେ ତେବେ ଆତଙ୍କବାଦ ବିରୋଧରେ ଆଫଗାନସ୍ତାନରେ କାର୍ଯ୍ୟାନୁଷ୍ଠାନ ନେବେ। ବାଇଡେନ ଆହୁରି କହିଥିଲେ, ୨୦ ବର୍ଷ ପୂର୍ବେ ଅର୍ଥାତ୍‌ ସେପ୍ଟେମ୍ବର ୧୧, ୨୦୦୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର  ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଫଗାନିସ୍ତାନ ଯାଇଥିଲୁ। ଏହା ଛଡ଼ା ଅଲକାଏଦା ପୁଣି ଥରେ ଆଫଗାନିସ୍ତାନରେ ନିଜ କାୟା ବିସ୍ତାରକରି ଆମେରିକା ଉପରେ ଆକ୍ରମଣ ଯେପରି ନ କରିବା ସେଥିପାଇଁ ଆମେରିକା  ସେନା ମୁତୟନ କରିଥିଲା। ହେଲେ ଏବେ ଆମ ଆମ ଲକ୍ଷ୍ୟ ପୂରଣ କରିସାରିଛୁ। ଆମେ ଓସାମାବିନ ଲାଡେନକୁ ଧରିଛୁ ଏବଂ ତାଙ୍କୁ ନିପାତ କରିଛୁ। 

 ତେବେ ତାଲିବାନଙ୍କୁ ଚେତାବନୀ ଦେଇ ବାଇଡେନ କହିଛନ୍ତି, ଆଫଗାନିସ୍ତାନରେ ଯଦି ଆମେରିକୀୟଙ୍କୁ ଆକ୍ରମଣ ହୁଏ ତେବେ ସ୍ଥିତି ଭୟଙ୍କର ହେବ ।

Advertisment
Afghanistan Joe Biden US President Joe Biden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ