Advertisment

Corruption in China Military: ବିଶ୍ୱାସଘାତକ ବିଶ୍ୱସ୍ତ, ଦୁର୍ନୀତି ଓ ଭ୍ରଷ୍ଟାଚାରର ଚକ୍ରବ୍ୟୁହରେ ଅଣନିଶ୍ୱାସୀ ଜିନପିଙ୍ଗ

କଳ, ବଳ, ଛଳ ପ୍ରୟୋଗ କରୁଥିବା ତଥା ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ଯେଉଁମାନେ ଦୁର୍ନୀତିରେ ରତ ଅଛନ୍ତି ସେମାନଙ୍କୁ ଗୋଟି ଗୋଟି ବାହାର କରାଯାଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ସି ଜିନପିଙ୍ଗ ଖେଳିଛନ୍ତି ବହିସ୍କାର ଗେମ । ଜିନପିଙ୍ଗଙ୍କ ବହିସ୍କାର ଖଣ୍ଡା କେତେବେଳେ ଯେ କାହା ଉପରେ ପଡ଼ିବ, ସେଥିପାଇଁ ଥରହର ଦୁନୀତିଗ୍ରସ୍ତ ।

ଅଦ୍ୟତନ ହୋଇଛି
ଚିନ୍ତାରେ ଜିନ୍‌ପିଙ୍ଗ୍

ଚିନ୍ତାରେ ଜିନ୍‌ପିଙ୍ଗ୍

Advertisment

ପଡ଼ୋଶୀ ଦେଶ ଚୀନରେ ଧୀରେ ଧୀରେ ଜଳୁଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦା । ଜଣେ ପରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି । ସମାଜସେବା ପାଇଁ ଉଦ୍ଦିଷ୍ଟ ରାଜନୀତି, ପ୍ରଶାସନିକ ପେସାକୁ ବେପାରରେ ପରିଣତ କରି ସାରିଲେଣି କିଛି ଅଧିକାରୀ । ଆଉ ଏହି ଦୁର୍ନୀତିର ଚକ୍ରବ୍ୟୁହ ଭିତର ଫସିଯାଇଛନ୍ତି ରାଷ୍ଟ୍ରମୁଖ୍ୟ ସି ଜିନପିଙ୍ଗ । ଦେଶରେ ସ୍ୱଚ୍ଛ ଶାସନକୁ ଗୁରୁତ୍ୱ ଦେଉଥିବା ଚୀନ ସରକାରଙ୍କ ପାଇଁ ଏହା ଏକ ବଡ଼ ସଙ୍କଟ ରୂପେ ଉଭା ହୋଇଛି । ଅଣ୍ଟି ଛୁରୀ ତଣ୍ଟି କାଟିଲା ପରି ଜିନପିଙ୍ଗଙ୍କ ରାସ୍ତାର କଣ୍ଟା ସାଜିଛନ୍ତି ବିଶ୍ୱସ୍ତ । ଚୀନ ସେନାରେ ଭ୍ରଷ୍ଟାଚାର ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଫଳରେ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସି ଜିନପିଙ୍ଗ ଏବେ ଆପଣାର ଲୋକଙ୍କ ଉପରେ ମଧ୍ୟ ଆକ୍ସନ ନେବା ଆରମ୍ଭ କରିଦେଇଛନ୍ତି । କଳ, ବଳ, ଛଳ ପ୍ରୟୋଗ କରୁଥିବା ତଥା ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ଯେଉଁମାନେ ଦୁର୍ନୀତିରେ ରତ ଅଛନ୍ତି ସେମାନଙ୍କୁ ଗୋଟି ଗୋଟି ବାହାର କରାଯାଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ସି ଜିନପିଙ୍ଗ ଖେଳିଛନ୍ତି ବହିସ୍କାର ଗେମ । ଜିନପିଙ୍ଗଙ୍କ ବହିସ୍କାର ଖଣ୍ଡା କେତେବେଳେ ଯେ କାହା ଉପରେ ପଡ଼ିବ, ସେଥିପାଇଁ ଥରହର ଦୁନୀତିଗ୍ରସ୍ତ ।

Advertisment

ସି ଜିନପିଙ୍ଗ, ଚୀନ ସେନାରେ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ସେ ପ୍ରଥମେ ଶକ୍ତିଶାଳୀ ଜେନେରାଲ ମାନଙ୍କୁ ଟାର୍ଗେଟରେ ରଖି ପିପୁଲ ଲିବରେସନ ଆର୍ମିକୁ ସମ୍ପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ଆଣିଥିଲେ । ଆଉ ଧୀରେ ଧୀରେ ନିଜ ପାଖ ଲୋକଙ୍କୁ ଶୀର୍ଷ ସ୍ଥାନରେ ନିଯୁକ୍ତ କରି ଧୀରେ ଧୀରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ହେଲେ ସେମାନଙ୍କ ମଧ୍ୟରୁ କିଛି ବିଶ୍ୱାସଘାତ ଆରମ୍ଭ କରିଦେଇଛନ୍ତି । ଏପରି ସ୍ଥଳେ ଅରାଜକତା ବୃଦ୍ଧି ହେବା ସହ ରାଜନୀତିରେ ଭ୍ରଷ୍ଟାଚାର ଦେଶକୁ ଭିତରୁ ଭିତରୁ ଖୋଳ କରିବାର ଅନେକ ଆଶଙ୍କା ରହିଛି । ପୂର୍ବରୁ ସେଥିପାଇଁ ଦୁର୍ନୀତି ଚରମସୀମାରେ ପହଞ୍ଚିବା ପୂର୍ବରୁ ଜିନପିଙ୍ଗ ପୁଣି ଥରେ ଜଣେ ବିଶ୍ୱସ୍ତ ଲୋକକୁୁ ନିକଟରେ ପଦଚ୍ୟୁତ କରିଛନ୍ତି । ଯାହାଙ୍କ ନାମ ହେଲା ଆଡମିରେଲ ମିଆଓ ହୁଆ ।

କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମସି)ର ସଦସ୍ୟ ତଥା ରାଜନୈତିକ ବ୍ୟାପାର ବିଭାଗର ମୁଖ୍ୟ ଆଡମିରେଲ ମିଆଓ ହୁଆଙ୍କ ବିରୋଧରେ ଅନୁଶାସନହୀନତାର ଗମ୍ଭୀର ଅଭିଯୋଗ ଆଣି ନିଲମ୍ବିତ କରାଯାଇଥିବା ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ମିଆଓଙ୍କ ନିଲମ୍ବନ ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଚୀନରେ ଅନୁଶାସନହୀନତା ଶବ୍ଦ ସାଧାରଣତଃ ଦୁର୍ନୀତି ସହ ଜଡ଼ିତ ମାମଲାରେ ବ୍ୟବହୃତ ହୁଏ । ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ୱୁ କିଆନ୍ କହିଛନ୍ତି, ୬୯ ବର୍ଷିୟ ମିଆଓ ସି ଜିନପିଙ୍ଗ ସରକାରଙ୍କ ଜଣେ ଖାସ ଲୋକ । ଜିନପିଙ୍ଗଙ୍କ ସହିତ ମିଆଓଙ୍କର ଘନିଷ୍ଠ ସମ୍ପର୍କ ତିନି ଦଶନ୍ଧି ପୁରୁଣା । ମିଆଓଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ରହିଛି । କ୍ଷମତାକୁ ଆସିବା ପରେ ମିଆଓଙ୍କୁ ଏକ ବଡ ପଦୋନ୍ନତି ମିଳିଥିଲା । ମିଆଓ ୧୯୯୦ ଏବଂ ୨୦୦୦ ପୂର୍ବରୁ ଫୁଜିଆନ୍ ପ୍ରଦେଶରେ ରାଜନୈତିକ ଅଧିକାରୀ ଭାବରେ କାର୍ୟ୍ୟ କରିଥିଲେ, ଆଉ ସେତେବେଳେ ସି ଜିନପିଙ୍ଗ ସେଠାରେ ସ୍ଥାନୀୟ ଅଧିକାରୀ ଥିଲେ।

Advertisment

ନଭେମ୍ବର ୨ରେ ମିଆଓଙ୍କୁ ଗିରଫ କରାଯାଇଛି । ବହିସ୍କାର ନୀତି ଯୋଗୁଁ ଜିନପିଙ୍ଗ ଧୀରେ ଧୀରେ କରି ତାଙ୍କର ବିଶ୍ୱାସୀଙ୍କୁ ହରାଉଥିବା ଚେତାବନୀ ଦିଆଯାଇଛି । ବିଶେଷଜ୍ଞମାନେ କହିଛନ୍ତି, ଏକଛତ୍ରବାଦୀ ଶାସକ ଯେପରି କରନ୍ତି, ସି ଜିନପିଙ୍ଗ ସେହି ରାସ୍ତା ଆପଣାଇଛନ୍ତି । ପ୍ରଥମେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବା ପରେ ଏବେ ପାଳି ପଡ଼ିଛି ତାଙ୍କର ଘନିଷ୍ଠ ସହଯୋଗୀଙ୍କର । ଯେଉଁମାନେ ଭବିଷ୍ୟତରେ ବିପଦ ସୃଷ୍ଟି କରିବାର ସମ୍ଭାବନ ରଖନ୍ତି, ସେମାନଙ୍କୁ ମୂଳପୋଛ କରୁଛନ୍ତି ଚୀନ ସରକାର । ଆମେରିକାର ନ୍ୟାସନାଲ ଡିଫେନ୍ସ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ୍ ଫର ନ୍ୟାସନାଲ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଇନଷ୍ଟିଚ୍ୟୁଟର ଜୋଏଲ୍ ୱାଥନୋ କହିଛନ୍ତି, “ ଜିନପିଙ୍ଗ କିଛି ବଡ଼ ଚିନ୍ତା କରି ମିଆଓଙ୍କୁ ପଦରୁ ହଟାଇଛନ୍ତି । । କାରଣ ସେ ଜିନପିଙ୍ଗ ସରକାରରେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଇସାରାରେ ଅନେକ ବଡ଼ ବଡ଼ ମିଶନ ସଫଳ ହୋଇଛି । ଅନ୍ୟପଟେ ମିଆଓଙ୍କ ବହିସ୍କାର ପଛରେ ଅର୍ଥ ହେରଫେର କି ପିଏଲଏରେ ଅନିୟନ୍ତ୍ରିତ ଶକ୍ତିର ଆବିର୍ଭାବ ରହିଛି, ସେନେଇ ଠୋସ ତଥ୍ୟ ନାହିଁ ।

ପିଏଲରେ ଭ୍ରଷ୍ଟାଚାର ବିରୋଧରେ ବ୍ୟାପକ ଅଭିଯାନ

ଗତ ବର୍ଷ ଠାରୁ ଆରମ୍ଭ କରି ଏବେ ସୁଦ୍ଧା ସି ଜିନପିଙ୍ଗ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ଚଖଇ) ରେ ଦୁର୍ନୀତି ବିରୋଧରେ ଏକ ବ୍ୟାପକ ଅଭିଯାନ ଚାଲୁ ରଖିଛନ୍ତି । ଏହି କ୍ରମରେ ଚୀନର ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ୟ୍ୟକ୍ରମ ପରିଚାଳନା କରୁଥିବା ରକେଟ୍ ଫୋର୍ସ ଉପରେ ରହିଛି ସି ଜିନପିଙ୍ଗଙ୍କ ଛଞ୍ଚାଣ ଆଖି । ଦୁର୍ନୀତି ଅଭିଯୋଗରେ ଛନ୍ଦି ହେବାପରେ ଏପର୍ୟ୍ୟନ୍ତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଏବଂ ୱାଇ ଫେଙ୍ଗେଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ଜୁନ୍ ମାସରେ ଉଭୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

Advertisment

ଜିନପିଙ୍ଗଙ୍କ ସୈନ୍ୟ ସୁଧାର ଅଭିଯାନ

ଚୀନ୍ର ସାମରିକ ଶକ୍ତିକୁ ବିଶ୍ୱ ସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସି ଜିନପିଙ୍ଗ । ସମୟ ଆସିଲେ ଯାହା ଆମେରିକା ସେନାକୁ କଡ଼ା ଟକ୍କର ଦେଇପାରିବ । ଯେଉଁଥିପାଇଁ ସେ ସାମରିକ ଯୁଦ୍ଧ କ୍ଷମତା ତଥା ଆଞ୍ଚଳିକ ଦାବିକୁ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହା ସତ୍ତ୍ୱେ ପିଏଲ୍ଏରେ ଦୁର୍ନୀତି, ସି ଜିନପିଙ୍ଗଙ୍କ ସାମରିକ ସଂସ୍କାର ଅଭିଯାନକୁ ଚ୍ୟାଲେଞ୍ଜ କରୁଛି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଚୀନ୍ ସୈନ୍ୟବାହିନୀରେ ଦୁର୍ନୀତି କେବଳ କିଛି ଅଧିକାରୀଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମଗ୍ର ବ୍ୟବସ୍ଥାରେ ଗଭୀର ଭାବେ ଜଡିତ। ଏହି ସମସ୍ୟା ସି ଜିନପିଙ୍ଗ ଏବଂ ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ଆଗାମୀ ବର୍ଷରେ ଏକ ଚ୍ୟାଲେଞ୍ଜ ହୋଇ ରହିବ । ସି ଜିନପିଙ୍ଗ ସେନାଙ୍କୁ ଅତ୍ୟାଧୁନିକ ତଥା ଯୁଦ୍ଧ-ପ୍ରସ୍ତୁତ କରିବା ପାଇଁ ନିଜର ମିଶନକୁ ଆଗେଇ ନେଉଥିବା ସମୟରେ ଏପରି ଘଟଣା ତାଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଛି ।

ଏବେ ସୁଦ୍ଧା ହଟିସାରିଛନ୍ତି ୧୪ ଅଧିକାରୀ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବିଗତ ୨ ବର୍ଷ ମଧ୍ୟରେ ପିଏଲଏର ଅନେକ ବରିଷ୍ଠ ଅଧିକାରୀଙ୍କୁ ପଦରୁ ବହିଷ୍କାର କରିଛନ୍ତି । ଅତି କମରେ ସେନାର ୧୪ ଜଣ ଅଧିକାରୀ ପଦଚ୍ୟୁତ ହୋଇଛନ୍ତି । ପିଏଲଏ ଓ ପିଏଲଏର ରକେର୍ଟ ଫୋର୍ସ(ପିଏଲଏଆରଏଫ)ରେ ଦୁର୍ନୀତି ଏହାର ମୂଳ କାରଣ । ପିଏଲଏଆରଏଫର ଶୀର୍ଷ ଦୁଇ କମାଣ୍ଡରଙ୍କୁ ବର୍ଷ ମଧ୍ୟଭାଗରେ ହଟାଇ ଦିଆଯାଇଥିଲା । ତା’ପରେ ପିଏଲଏଆରଏଫ ଅସ୍ତ୍ରଶସ୍ତ୍ର ବିଭାଗର ମୁଖ୍ୟ ଲୁ ହଙ୍ଗ, ପୂର୍ବତନ ପିଏଲଏ ଡେପୁଟି ଲି ଚୁଆଙ୍ଗୁଆଙ୍ଗ ଏବଂ ପିଏଲଏ ବାୟୁସେନାର ପୂର୍ବତନ କମାଣ୍ଡର ଜେନେରାଲ ଡିଙ୍ଗ ଲାହିଙ୍ଗଙ୍କୁ ମଧ୍ୟ ହଟାଇ ଦିଆଯାଇଛି ।

China Corruption Xi Jinping Military Investment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ