• Astrospeak
  • Live TV
  • Read In English

ଏହି ରେଷ୍ଟୁରାଣ୍ଟରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେନି ଗ୍ରାହକ !

ରେଷ୍ଟୁରାଣ୍ଟର ନିୟମ ଅନୁସାରେ ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍‌ ବ୍ୟବହାର କରିପାରିବେ ନାହିଁ । ଏହା ଦ୍ୱାରା ଖାଦ୍ୟ ଖାଇବାରେ ବିଳମ୍ବ ହେବା ସହ ଖାଦ୍ୟର ସ୍ୱାଦ ଉପରେ ପ୍ରଭାବ ପଡୁଛି।

Japanese Restaurant
ରେଷ୍ଟୁରାଣ୍ଟରେ ଖାଇଲେ ଫୋନ୍‌ ମନା !

ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ୍‌ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଗଲାଣି । ଘର ହେଉ କିମ୍ୱା କୌଣସି ସ୍ଥାନ ସବୁଠି ସ୍ମାର୍ଟ ଫୋନ୍‌ର ବ୍ୟବହାର କରୁଛନ୍ତି ଲୋକେ । ରେଷ୍ଟୁରାଣ୍ଟ, ହୋଟେଲ ଓ କୌଣସି ସ୍ଥାନକୁ ବୁଲିବାକୁ ଗଲେ ସ୍ମାର୍ଟ ଫୋନ୍‌ରେ ଗ୍ରାହକମାନେ ଫଟୋ ଉଠାଇଥା’ନ୍ତି । କିମ୍ୱା ନିଜର ସମ୍ପର୍କୀୟଙ୍କ ସହ କଥା ହୋଇଥା’ନ୍ତି ।

ବିଶେଷକରି ରେଷ୍ଟୁରାଣ୍ଟରେ ୱେଟର ଖାଦ୍ୟ ପରସିବା ପରେ ଖାଦ୍ୟର ଫଟୋ ଉଠାଇବା ସହ ଗ୍ରାହକମାନେ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥା’ନ୍ତି । ଯାହାଦ୍ୱାରା ରେଷ୍ଟୁରାଷ୍ଟର ସମୟ ନଷ୍ଟ ହେବା ସହ ଅନ୍ୟ ଗ୍ରାହକଙ୍କ ଖାଦ୍ୟ ଖାଇବାରେ ବିଳମ୍ବ ହୋଇଥାଏ । ଏହିପରି ସମସ୍ୟାକୁ ଦୃଷ୍ଟିରେ ରଖି ରେଷ୍ଟୁରାଣ୍ଟରେ ମୋବାଇଲ୍‌ ବ୍ୟବହାର କରିବାକୁ ବାରଣ କରାଯାଇଛି । ସେହିପରି ଫୋନ୍‌ରେ ଗପିବା ଦ୍ୱାରା ଖାଦ୍ୟ ଖାଇବାରେ ବିଳମ୍ବ ହୋଇଥାଏ। ଯାହା ଫଳରେ ଖାଦ୍ୟ ଥଣ୍ଡା ହୋଇ ଏହାର ସ୍ୱାଦ ମଧ୍ୟ ବିଗିଡ଼ି ଯାଇଥାଏ। ଏହା ଦ୍ୱାରା ରେଷ୍ଟୁରାଣ୍ଟର ସୁନାମରେ ଆଞ୍ଚ ଆସିବାର ଆଶଙ୍କା ରହିଛି।  

ଜାପାନର ରାମେନ ରେଷ୍ଟୁରାଣ୍ଟ ତା’ର ଗ୍ରହକଙ୍କ ପାଇଁ ଏଭଳି କିଛି ନିୟମ କରିଛି । ରେଷ୍ଟୁରାଣ୍ଟର ନିୟମ ଅନୁସାରେ ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍‌ ବ୍ୟବହାର କରିପାରିବେ ନାହିଁ । ସେହିପରି ଟୋକିଓ ରେଷ୍ଟୁରାଣ୍ଟ ଡେବୁ-ଖାନ୍ ମଧ୍ୟ ଗ୍ରାହକଙ୍କ ଖାଇବା ସମୟରେ ସ୍ମାର୍ଟଫୋନ୍‌ ବ୍ୟବହାର କରିବାକୁ ବାରଣ କରିଛି । ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍‌ ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଛି ।

ଜାପାନରେ ଏମିତି ଏକ ନିୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ନିୟମକୁ ନେଇ ଜାପାନର ଏକ ରେଷ୍ଟୁରାଣ୍ଟର ମାଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରେଷ୍ଟୁରାଣ୍ଟରେ ଅନେକ ଅତିଥିଙ୍କ ଭିଡ ଜମିଥିଲା । ଆମେ ସହି ସମୟରେ ବହୁ ବ୍ୟସ୍ତ ଥିଲୁ । କିଛି ଅତିଥିଙ୍କ ଖାଦ୍ୟ ପରସା ସରିଥିବା ବଳେ ସେମାନେ ଖାଦ୍ୟ ନଖାଇ ଫୋନ୍‌ରେ ବ୍ୟସ୍ତ ରହିଥିବା ଦେଖିବାକୁ ପାଇଥିଲୁ । ତେଣୁ ଏପରି ଏକ ନିୟମ ଲାଗୁ କରାଯାଇଥିବା ସେ କହିଛନ୍ତି ।