Advertisment

ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ଏକ ସଭାରେ ଭାଷଣ ଦେବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।

ଅଦ୍ୟତନ ହୋଇଛି
Japanese Ex PM Shinzo Abe Dies After Being Shot

Japanese Ex PM Shinzo Abe Dies After Being Shot

Advertisment

ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ଏକ ସଭାରେ ଭାଷଣ ଦେବା ବେଳେ ବିଚ୍‌ ରାସ୍ତାରେ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ନାରା ସହରରେ ସିଞ୍ଜୋ ଅଭିଭାଷଣ ରଖୁଥିବା ବେଳେ ପଛ ଆଡ଼ୁ ଜଣେ ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଫଳରେ ଗୁଳି ଯାଇ ସିଧା ସିଞ୍ଜୋଙ୍କ ଛାତିରେ ବାଜିଥିଲା।

Advertisment

ସିଞ୍ଜୋ ଆବେଙ୍କ ପଛପଟୁ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା। ଗୁରୁତର ଅବସ୍ଥାରେ ସିଞ୍ଜୋ ଆବେଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାପାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଶେଷରେ ସେ ଆଖି ବୁଜିଛନ୍ତି। ଶରୀରରେ ଗୁଳି ବାଜିବା ପରେ ତାଙ୍କୁ ହାର୍ଟ ଆଟାର୍କ ମଧ୍ୟ ଆସିଥିଲା ବୋଲି ସୂଚନା ମିଳିଛି।

୨୦୦୬-୦୭, ୨୦୧୨-୨୦୨୦ ଯାଏ ସିଞ୍ଜୋ ଆବେ ଜାପାନ ପ୍ରଧାନମନ୍ତ୍ରୀ ଥିଲେ। ଜାପାନରେ ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସେ ତୁଲାଇଛନ୍ତି। ୨୦୨୦ ମସିହାରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। 

Advertisment
Shinzo Abe Japan Ex PM Shinzo Abe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ