Advertisment

ବିମାନରେ ଚାଲିଲା ଅଶ୍ଳୀଳ ଫିଲ୍ମ; ଚେଷ୍ଟା କଲେ ବି ବନ୍ଦ ହେଲାନି, ଯାତ୍ରୀ ଅସନ୍ତୁଷ୍ଟ

ଅଷ୍ଟ୍ରେଲିଆର ସିଡନୀରୁ ଜାପାନ ହାନେଡା ଯାଉଥିବା ଏକ ବିମାନରେ ଅଶ୍ଳୀଳ ଫିଲ୍ମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ। QF59 ବିମାନରେ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା।

ଅଦ୍ୟତନ ହୋଇଛି
flight plays erotic film for all passengers

flight plays erotic film for all passengers

Advertisment

ଫ୍ଲାଇଟ୍‌ରେ ଚାଲିଲା ନନଷ୍ଟପ ଅଶ୍ଳୀଳ ଫିଲ୍ମ। ଅଷ୍ଟ୍ରେଲିଆର ସିଡନୀରୁ ଜାପାନ ହାନେଡା ଯାଉଥିବା ଏକ ବିମାନରେ ଅଶ୍ଳୀଳ ଫିଲ୍ମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ। QF59 ବିମାନରେ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ, ବିଶେଷକରି ପିଲାମାନଙ୍କୁ ନେଇ ଯାତ୍ରା କରିଥିବା ଯାତ୍ରୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। ଫିଲ୍ମ " ଡେଡିୟୋ"ର ଅଶ୍ଳୀଳ ବିଷୟବସ୍ତୁ ଲଗାତାର ସ୍କ୍ରିନ୍‌ରେ ଚାଲିଥିଲା। ଯାତ୍ରୀ ଚାହିଁଲେ ମଧ୍ୟ ଏହାକୁ ବନ୍ଦ କରି ପାରିନଥିଲେ।

Advertisment

ଅଧିକ ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନ ଖାଇବାରେ ମିଳିଲା ଅସରପା, ଭିଡିଓ ହେଲା ଭାଇରାଲ

ଡାକୋଟା ଜନସନ ଏବଂ ସିନ୍‌ ପେନଙ୍କ ଅଭିନୀତ ଆର-ରେଟେଡ୍ ଚଳଚ୍ଚିତ୍ରରେ ଅଶ୍ଳୀଳ ଓ ନଗ୍ନ ସମ୍ବନ୍ଧୀୟ ଦୃଶ୍ୟ ରହିଛି। ମନୋରଞ୍ଜନ ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ହୋଇଥିବା କୁହାଯାଇଛି। ତେବେ ଏନେଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫିଲ୍ମ ଦୀର୍ଘ ସମୟ ଯାଏ ଚାଲିଥିଲା। ତ୍ରୁଟି କାରଣରୁ ଏହାକୁ ବନ୍ଦ କରିବା ଅଥବା ଅନ୍ୟ ଫିଲ୍ମ ଚଲାଇବା ସମ୍ଭବ ନଥିଲା। ବିମାନରେ ସବୁ ବୟସର ଲୋକ ଥିଲେ। ତେଣୁ ଏହା ସେମାନଙ୍କୁ ଭଲ ଲାଗିନଥିଲା। ଏହାକୁ ଠିକ୍ କରିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା।

 

କ୍ୱାଣ୍ଟାସ ଏହି ଘଟଣା ନେଇ କହିଛନ୍ତି ଯେ ଫ୍ଲାଇଟ୍ ମନୋରଞ୍ଜନ ବ୍ୟବସ୍ଥା ସହିତ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ଯାତ୍ରୀ ନିଜ ପସନ୍ଦର ଫିଲ୍ମ ଚୟନ କରିପାରୁନଥିଲେ। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଏୟାରଲାଇନ୍ସ କହିଛି ଯେ କ୍ରୁ ସଦସ୍ୟମାନେ ଯାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦର ଚଳଚ୍ଚିତ୍ର ଚଳାଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ସ୍କ୍ରିନ୍‌ରେ “ଡେଡିୟୋ” ଚାଲିଥିଲା।

Advertisment

ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ, ସମସ୍ତ ଯାତ୍ରୀଙ୍କ ପାଇଁ ଏହା ପ୍ରଯୁଜ୍ୟ ନଥିଲା। ତେଣୁ, କ୍ରୁ ସଦସ୍ୟମାନେ ଏହାକୁ ଦେଖିବାକୁ ଇଚ୍ଛା ନଥିବା ଯାତ୍ରୀମାନଙ୍କ ସ୍କ୍ରିନ ଠିକ୍ କରି ପରିସ୍ଥିତିର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହା ସମ୍ଭବ ହେଲାନାହିଁ। ଏହାପରେ ଶିଶୁଙ୍କ ଫିଲ୍ମ ଚଲାଯାଇଥିଲା। ନେଇ କ୍ୱାଣ୍ଟାସ ମୁଖପାତ୍ର କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏହି ତ୍ରୁଟି କାହିଁକି ଘଟିଲା ସେନେଇ ସମୀକ୍ଷା କରାଯାଉଛି।

ଅଧିକ ପଢ଼ନ୍ତୁ: ଖାଦ୍ୟ ପ୍ୟାକେଟରେ ବାହାରିଲା ଜୀଅନ୍ତା ମୂଷା; ଜରୁରୀ ଅବତରଣ କଲା ବିମାନ

Advertisment
Flight Services Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ