Advertisment

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଫିଙ୍ଗିଥିଲା ବୋମା; ୭୯ ବର୍ଷ ପରେ ଜାପାନ୍‌ରେ ବିସ୍ଫୋରଣ

ଦ୍ୱିତୀୟ ବିଶ୍ୱ ଯୁଦ୍ଧର ୭୯ ବର୍ଷ ପରେ ଜାପାନରେ ଫୁଟିଲା ବୋମା। ଗତକାଲି ଦକ୍ଷିଣ-ପଶ୍ଚିମ ଜାପାନର ଏକ ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ ଘଟିଛି।

ଅଦ୍ୟତନ ହୋଇଛି
World War 2-era bomb explodes near runway

World War 2-era bomb explodes near runway

Advertisment

ଦ୍ୱିତୀୟ ବିଶ୍ୱ ଯୁଦ୍ଧର ୭୯ ବର୍ଷ ପରେ ଜାପାନରେ ଫୁଟିଲା ବୋମା। ଗତକାଲି ଦକ୍ଷିଣ-ପଶ୍ଚିମ ଜାପାନର ଏକ ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ ଘଟିଛି। ମିୟାଜାକି ବିମାନ ବନ୍ଦରର ରନୱେ ନିକଟରେ ହଠାତ ବିସ୍ଫୋରଣ ହେବା ପରେ ସାତ ମିଟର (୨୩ ଫୁଟ) ଓସାର ଏବଂ ଏକ ମିଟର (୩.୨ ଫୁଟ) ଗଭୀରତାର ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଜାପାନ ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଖଞ୍ଜିଥିବା ବୋମା ଫାଟିବା ଫଳରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ବେଳେ ୯୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି।

Advertisment

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସର ଏକ ବୋମା ନିଷ୍କାସନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ବିସ୍ଫୋରଣର କାରଣ ପୋତା ଯାଇଥିବା ଆମେରିକୀୟ ବୋମା ବୋଲି ସ୍ପଷ୍ଟ କରିଛି। ହୁଏତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକାଇଥିବା ବୋମା ବିସ୍ପୋରଣ ନ ହୋଇ ମାଟି ତଳେ ପୋତି ହୋଇଯାଇଥିଲା। ସ୍ଥାନୀୟ ବ୍ରଡକାଷ୍ଟର ଏମଆରଟି ଅନୁଯାୟୀ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ନେତାନ୍ୟାହୁଙ୍କୁ ବଡ଼ ଝଟକା: ଇରାନ୍‌ ଆଣବିକ ଘାଟି ଆକ୍ରମଣକୁ ସମର୍ଥନ କରିବନି ଆମେରିକା

Advertisment

କିନ୍ତୁ ଲାଇଭ କ୍ୟାମ ଫୁଟେଜରେ ବିସ୍ଫୋରଣର ମାତ୍ର ଦୁଇ ମିନିଟ ପୂର୍ବରୁ ଗୋଟିଏ ବିମାନ ଅବତରଣ କରିଥିବା ଦେଖାଯାଇଛି । ଜାପାନର ବରିଷ୍ଠ ସରକାରୀ ମୁଖପାତ୍ର ୟୋସିମାସା ହାୟାଶି କହିଛନ୍ତି, ରନୱେ ବନ୍ଦ ହେତୁ ୯୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି। ଆଉ ବିସ୍ଫୋରଣର ବିପଦ ନାହିଁ। ଗର୍ତ୍ତ ଭରିବା ପାଇଁ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଯାହାକି ଗୁରୁବାର ସକାଳ ସୁଦ୍ଧା ଶେଷ ହେବ।

Advertisment

କ୍ୟୁଶୁ ଦ୍ୱୀପର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ମିୟାଜାକି ବିମାନବନ୍ଦର ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାପାନର ନୌସେନା ବେସ ଥିଲା । ଏଠାରୁ ଶହ ଶହ ଯୁବକ "କାମିକାଜେ" ପାଇଲଟ୍ ମିଶନରେ ଯାଇଥିଲେ। ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ମିୟାଜାକି ବିମାନବନ୍ଦରରୁ ଅନେକ ଅଫୁଟା ବୋମା ମିଳି ସାରିଛି। ଆମେରିକା ଏବଂ ଜାପାନ ମଧ୍ୟରେ ଯୁଦ୍ଧ ହେବାର ୭୯ ବର୍ଷ ବିତିଗଲାଣି, କିନ୍ତୁ ଏତେ ବର୍ଷ ପରେ ମଧ୍ୟ ଜାପାନର ଅନେକ ସ୍ଥାନରେ ବୋମା ମିଳୁଛି। ଜାପାନ ସୁରକ୍ଷା ବାହିନୀ ଅନୁଯାୟୀ, ୨୦୨୩ ମସିହାରେ ମୋଟ ୨,୩୪୮ଟି ବୋମା ମିଳିଥିଲା ଯାହାର ଓଜନ ଥିଲା ୩୭.୫ଟନ୍।

Bomb Blast Second World War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ