Advertisment

Japan's New Workweek Policy: ଜାପାନରେ ସପ୍ତାହକୁ ୪ ଦିନ କାମ, ସମାଧାନ ହେବ ବଡ଼ ସମସ୍ୟା

ମହିଳାମାନଙ୍କୁ ଆଉ ପରିବାର କିମ୍ୱା କ୍ୟାରିଅର୍ ଭିତରୁ ଗୋଟିଏକୁ ବାଛିବାକୁ ପଡିବ ନାହିଁ । ଆମେ ଏମିତି ଏକ ସମାଜ ଗଠନ କରିବା ଯେମିତିକି ପରିବାରର କାମ ହେଉଥିବ ଓ କ୍ୟାରିଅର୍ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ । ଏପରିକି ଜଣେ ମହିଳା ସନ୍ତାନ ଜନ୍ମ କଲେ ବି କ୍ୟାରିଅର୍ ପ୍ରଭାବିତ ହେବନାହିଁ ବୋଲି ଟୋକିଓ ଆସେମ୍ୱଲିରେ ସେ କହିଛନ୍ତି । ଜାପାନରେ କାମ ଓ ପାରିବାରିକ ଜୀବନକୁ ନେଇ ଏମତି ଏକ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଭାରତରେ କିନ୍ତୁ ସପ୍ତାହରେ ୯୦ ଘଣ୍ଟା କାମ କରିବା ନେଇ ମତପ୍ରକାଶ ପାଇଥିଲା ।

ଅଦ୍ୟତନ ହୋଇଛି
Work Hour

Work Hour

Advertisment

ଜାପାନ ଆପଣାଇଲା ନୂଆ ନିୟମ । ଏଥର ବଢ଼ିବ ଜନସଂଖ୍ୟା । ଗୋଟିଏ ସପ୍ତାହରେ ୪ ଦିନ କାମ କରିବେ କର୍ମଚାରୀ । ପରିବାରକୁ ଅଧିକ ସମୟ ଦେବା ପାଇଁ ଓ ବାପାମାଆଙ୍କୁ ସହାୟତା କରିବା ପାଇଁ ଟୋକିଓ ମେଟ୍ରୋପଲିଟାନ୍ ସରକାର ଏପରି ନିଷ୍ପତ୍ତି ନେଇଛି।

Advertisment

ଟୋକିଓ ଗଭର୍ଣ୍ଣର ୟୁରିକୋ କୁଇକୋ କହିଛନ୍ତି, ଏବେ ସମୟ ବଦଳିଯାଇଛି । ମହିଳାମାନଙ୍କୁ ଆଉ ପରିବାର କିମ୍ୱା କ୍ୟାରିଅର୍ ଭିତରୁ ଗୋଟିଏକୁ ବାଛିବାକୁ ପଡିବ ନାହିଁ । ଆମେ ଏମିତି ଏକ ସମାଜ ଗଠନ କରିବା ଯେମିତିକି ପରିବାରର କାମ ହେଉଥିବ ଓ କ୍ୟାରିଅର୍ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ । ଏପରିକି ଜଣେ ମହିଳା ସନ୍ତାନ ଜନ୍ମ କଲେ ବି କ୍ୟାରିଅର୍ ପ୍ରଭାବିତ ହେବନାହିଁ ବୋଲି ଟୋକିଓ ଆସେମ୍ୱଲିରେ ସେ କହିଛନ୍ତି । ଜାପାନରେ କାମ ଓ ପାରିବାରିକ ଜୀବନକୁ ନେଇ ଏମତି ଏକ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଭାରତରେ କିନ୍ତୁ ସପ୍ତାହରେ ୯୦ ଘଣ୍ଟା କାମ କରିବା ନେଇ ମତପ୍ରକାଶ ପାଇଥିଲା ।

ଏଲ୍ ଆଣ୍ଡ ଟି ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟମ କହିଥିଲେ, ଭାରତୀୟମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଉଚିତ। ଦେଶର ବିକାଶ ପାଇଁ ଯୁବକମାନେ ସପ୍ତାହରେ ୭୦ ଘଣ୍ଟା କାମ କରିବା ସଂପର୍କରେ ମତ ରଖିଥିଲେ Infosys ପ୍ରତିଷ୍ଠାତା ଏନଆର୍ ନାରାୟଣ ମୂର୍ତ୍ତି ।

Advertisment

ଅଧିକ ପଢ଼ନ୍ତୁ: ମିଶନ NS-31କୁ ଐତିହାସିକ ସଫଳତା; ମହାକାଶ ବୁଲି ଫେରିଲେ ପପ୍ ଷ୍ଟାର୍ କେଟ୍ଟି ପେରୀ

ଜାପାନ ସାପ୍ତାହିକ କାମ ସମୟ କମାଇବା ପଛରେ ରହିଛି ଏକ ବଡ଼ କାରଣ । ଜାପାନରେ ଜନସଂଖ୍ୟା ଏବେ ବଢ଼ୁନାହିଁ । ଶିଶୁ ଜନ୍ମ ହାର କମୁଛି । ଏବେ ଗର୍ଭଧାରଣ ହାର ରହିଛି ୧.୨ । ଯାହାକି ୨.୧ ରହିବା କଥା ବୋଲି ସରକାରୀ ଭାବେ କୁହାଯାଇଛି । ୨୦୨୪ ରେ ଜାନୁଆରୀରୁ ଜୁନ୍ ମଧ୍ୟରେ ଜାପାନରେ ପ୍ରାୟ ୩ ଲକ୍ଷ ୫୦ ହଜାର ଶିଶୁ ଜନ୍ମ ନେଇଥିଲେ । ୨୦୨୩ ମସିହା ଜାନୁଆରୀରୁ ଜୁନ୍ ମଧ୍ୟରେ ହୋଇଥିବା ଶିଶୁ ଜନ୍ମ ତୁଳନାରେ ଏହା ୫.୭ ପ୍ରତିଶତ କମ୍ । ମୋଟ ଜନସଂଖ୍ୟାର ଅଧିକ ଭାଗ ବୟସ୍କ ଲୋକ ଅଛନ୍ତି । ଏହି କାରଣରୁ ଜାପାନରେ ଏବେ ଶ୍ରମିକଙ୍କ ଅଭାବ ଭଳି ସମସ୍ୟା ଦେଖାଦେଇଛି ।

Advertisment

ଏକ ଅନ୍ତର୍ଜାତୀୟ ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ କାମ କମିବା ଦ୍ୱାରା ଘର କାମରେ ସମସ୍ତେ ସହଯୋଗ କରନ୍ତି । ଏପରିକି ଶିଶୁମାନଙ୍କର ଯତ୍ନ ପରିବାରର ସମସ୍ତେ ମିଳିମିଶି ନେଇଥାଆନ୍ତି । ସର୍ଭେରୁ ଜଣାପଡ଼ିଛି, ସପ୍ତାହରେ ୪ ଦିନ କାମ କଲେ, ଜଣେ ଘରେ ପିଲାଙ୍କୁ ଅଧିକ ୨୨ ପ୍ରତିଶତ ସମୟ ଦେଇଥାଆନ୍ତି ଓ ଅନ୍ୟ ଘରୋଇ କାମରେ ଅଧିକ ୨୩ ପ୍ରତିଶତ ସମୟ ଦେଇଥାଆନ୍ତି । ସମଗ୍ର ବିଶ୍ୱରେ କମ୍ ଦିନ କାମ କରିବାର ଟ୍ରେଣ୍ଡ ଆରମ୍ଭ ହେବାକୁ ଯାଉଛି । ବ୍ରିଟେନରେ ପ୍ରାୟ ୨୦୦ କଂପାନୀ ସପ୍ତାହରେ ୪ ଦିନ କାମ କାମ ନିୟମ ଲାଗୁ କରିଛନ୍ତି ।

ନରୱେ, ଡେନମାର୍କ ଓ ଅଷ୍ଟ୍ରିଆରେ ସପ୍ତାହରେ କାମର ସମୟ ଅତିକମରେ ୨୮ ଘଣ୍ଟାକୁ କମାଇ ଦେଇଛନ୍ତି । ୟେମେନରେ ମଧ୍ୟ କର୍ମଚାରୀଙ୍କ କାମ କରିବାର ସମୟକୁ ଆବଶ୍ୟକତା ଅନୁସାରେ କମାଯାଏ । ତେବେ ଭୁଟାନ ଓ ସୁଦାନରେ ଗୋଟିଏ ସପ୍ତାହରେ କାମ କରିବାର ସମୟ ସବୁଠୁ ଅଧିକ ୫୪.୫ ଘଣ୍ଟା ଓ ୫୦.୮ ଘଣ୍ଟା ରହିଛି ।

ଅଧିକ ପଢ଼ନ୍ତୁ: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, ଟେନସନରେ ପ୍ରବାସୀ ଭାରତୀୟ

Japan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ