ଇଂରାଜୀ କହିଲେ ଦେବାକୁ ପଡ଼ିବ ଜୋରିମାନା ! ! ଏହି ଦେଶରେ ଲାଗୁ ହେଲା ନିୟମ

ଇଂରାଜୀ କହିଲେ ତ୍ରାହି ନାହିଁ । ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା . . ହେଲେ କେଉଁଠି ?

Italian government seeks to ban English

ବ୍ୟାନ୍‌ ହେବ ଇଂରାଜୀ ଭାଷା । କେହି ଇଂରାଜୀ କହିଲେ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡ଼ିବ । ଇଟାଲୀ ସରକାର ଖୁବ୍‌ ଶୀଘ୍ର ନିଜ ଦେଶରେ ଇଂରାଜୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ସରକାରୀ କ୍ଷେତ୍ରରେ ଇଂରାଜୀ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା ବ୍ୟବହାର କଲେ ଇଟାଲୀୟ ନାଗରିକ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟାଲୀ ପ୍ରଧାନମନ୍ତ୍ରୀ ଏକ ନୂତନ ନିୟମ ପ୍ରଣୟନ କରିଛନ୍ତି । ନୂଆ ନିୟମ ଅନୁସାରେ ସରକାରୀ କ୍ଷେତ୍ରରେ କୌଣସି ପ୍ରକାର ବିଦେଶୀ ଭାଷା, ବିଶେଷ କରି ଇଂରାଜୀ ଭାଷାର ବ୍ୟବହାର କରାଯିବ ନାହିଁ । ଯଦି କେହି ନିୟମ ଉଲ୍ଲଂଘନ କରେ, ତେବେ ଏକ ମିଲିୟନ୍ ୟୁରୋ ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ।

ଅଧିକ ପଢ଼ନ୍ତୁ:ଏହି ଦେଶରେ ଅଜବ ଟ୍ରାଫିକ ନିୟମ, ଲୋକ ଖୁସି କିନ୍ତୁ ପୋଲିସ ନାକେଦମ !

ସିଏନ୍ଏନ୍ ଅନୁଯାୟୀ, ଇଟାଲୀୟ ନାଗରିକମାନେ ସରକାରୀ ଯୋଗାଯୋଗ ସମୟରେ ଇଂରାଜୀ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା ବ୍ୟବହାର କରନ୍ତି, ୧,୦୮,୭୦୫ ଆମେରିକୀ ଡଲାର ପର୍ଯ୍ୟନ୍ତ ଫାଇନ୍‌ ଗଣିବେ ।

ଇଟାଲୀର ଚାମ୍ବର ଅଫ୍ ଡେପୁଟି (ନିମ୍ନ ଗୃହ)ର ନେତା ଫାବିଓ ରାମ୍ପେଲି (Fabio Rampelli) ଏହି ଆଇନ ଉପସ୍ଥାପନ କରିଛନ୍ତି । ଆଉ ଏହି ଆଇନ୍‌ ଉପରେ ମୋହର ମାରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ । କୌଣସି ବିଦେଶୀ ଭାଷା ବ୍ୟବହାର ନକରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । ତେବେ ବିଶେଷ ଭାବରେ "ଆଙ୍ଗ୍ଲୋମାନିଆ" ଓ ଇଂରାଜୀ ଭାଷାର ବ୍ୟବହାର ଉପରେ ଅଧିକ ଧ୍ୟାନ ଦିଆଯାଇଛି ।

ନୂଆ ଆଇନ୍‌ ଅନୁସାରେ ବିଦେଶୀ ଭାଷାର ବ୍ୟବହାର, ଇଟାଲୀ ଭାଷାକୁ ଅପମାନିତ କରୁଛି । ତେଣୁ ଏପରି ଆଇନ୍‌ ଅଣାଯାଇଛି । ତଥାପି ଏହି ବିଲକୁ ଏବେ ସୁଦ୍ଧା ସଂସଦକୁ ବିତର୍କ ପାଇଁ ପଠାଯାଇ ନାହିଁ ।