Advertisment

ଏମିତି ଏକ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଆପଣ ଏଭଳି କୌଣସି ଦେଶ ସମ୍ପର୍କରେ ଜାଣିଛନ୍ତି କି, ଯେଉଁଠାରେ ଜନସଂଖ୍ୟା ମାତ୍ର ୨୭ । ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ନିଆରା ଦେଶର ବିଷୟରେ ଜଣେଇବୁ, ଯାହାର ନାଁ ସି-ଲ୍ୟାଣ୍ଡ । ଏହି ଦେଶଟି ଇଂଲଣ୍ଡ ନିକଟରେ ଅବସ୍ଥିତ । ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ୍ ଦ୍ୱାରା ଏହି ଦେଶର ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ୱତନ୍ତ୍ର ଦେଶ ହୋଇଗଲା ,ଏପରିକି ଏହି ଦେଶର ଜାତୀୟ ସଂଗୀତ ବି ରହିଛି ଆଉ ଭିନ୍ନ ଜାତୀୟ ପତାକା ବି ରହିଛି ।

ଅଦ୍ୟତନ ହୋଇଛି
Smallest Country, Sealand

Smallest Country, Sealand

Advertisment

ସି ଲ୍ୟାଣ୍ଡ: ଆମେ ଯେବେ ବି କୌଣସି ଦେଶ ସମ୍ପର୍କରେ ଶୁଣୁ, ସେତେବେଳେ ସେଠାକାର ଜନସଂଖ୍ୟା ସମ୍ପର୍କରେ ଅନୁମାନ ଲଗାଇବା ବି ଆରମ୍ଭ କରିଦେଉ କିନ୍ତୁ ଯଦି କେହି କୁହେ ଯେ ଏଭଳି ଏକ ଦେଶ ବି ଅଛି ଯେଉଁଠାରେ ଜନସଂଖ୍ୟା ମାତ୍ର ୨୭ ଆପଣ ବିଶ୍ୱାସ କରିବେ କି ? କିନ୍ତୁ ଏକଥା ବିଶ୍ୱାସ ନ ହେଲେ ବି ବିଲକୁଲ ସତକଥା ଯେ, ଆମ ବିଶ୍ୱରେ ଏଭଳି ଏକ ଦେଶ ରହିଛି ଯାହାର ଜନସଂଖ୍ୟା ୨୭ । ଦେଶର ନାଁ ହେଉଛି ସି ଲ୍ୟାଣ୍ଡ ।

Advertisment

ଇଂଲଣ୍ଡର ସଫୋଲ୍କ୍ ସମୁଦ୍ର ବେଳାଭୂମି ଠାରୁ ପାଖାପାଖି ୧୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଛୋଟ ଦେଶଟି । ଏହି ଦେଶଟିକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ଦ୍ୱାରା ନିର୍ମାଣ କରାଯାଇଥିଲା,କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଖାଲି କରିଦିଆଯାଇଥିଲା । ମାଇକ୍ରୋ ନେଶନ କୁହାଯାଉଥିବା ଏହି ସି-ଲ୍ୟାଣ୍ଡ ଦେଶରେ ଭିନ୍ନ ଭିନ୍ନ ଲୋକମାନଙ୍କର କବ୍‌ଜା ରହିଥିଲା । କିନ୍ତୁ ୨୦୧୨ ୯ ତାରିଖରେ ରଏ ବେଟସ୍ ନାମକ ବ୍ୟକ୍ତି ନିଜକୁ ସିଲ୍ୟାଣ୍ଡର ପ୍ରିନ୍ସ ଘୋଷଣା କରିଦେଇଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ମାଇକେଲ ଶାସନ କଲେ ।

Advertisment
Smallest Country, SealandSmallest Country, Sealand

ମାଇକ୍ରୋ ନେଶନ ମାନେ ଛୋଟ ଦେଶକୁ କୁହାଯାଏ । ଯେଉଁଥି ପାଇଁ ଆନ୍ତର୍ଜାତୀୟ ମାନ୍ୟତା ମିଳିପାରିନଥାଏ । ସି-ଲ୍ୟାଣ୍ଡର କ୍ଷେତ୍ରଫଳ ୨୫୦ ମିଟର ଅର୍ଥାତ୍ ମାତ୍ର ୦.୨୫ କିଲୋମିଟର । ଭଗ୍ନାବଶେଷ ଅବସ୍ଥାରେ ଥିବା ଏହି ସ୍ଥାନକୁ ସି-ଲ୍ୟାଣ୍ଡ ବ୍ୟତୀତ ରଫ କୋର୍ଟ ବୋଲି ମଧ୍ୟ କୁହାଯାଏ । ଏହି ଦେଶର କ୍ଷେତ୍ରଫଳ ବହୁତ କମ୍ । ଏହା ନିକଟରେ ଜୀବନ ଜୀବିକାର କୌଣସି ସାଧନ ନାହିଁ । ଏପରି ସ୍ଥଳେ ଯେତେ ଇଣ୍ଟରନେଟ୍ ମାଧ୍ୟମରେ ଲୋକମାନଙ୍କୁ ଏ ସମ୍ପର୍କରେ ଜଣାପଡିଥିଲା ସେତେବେଳେ ଲୋକମାନେ ପ୍ରଚୁର ମାତ୍ରାରେ ଡୋନେସନ୍ ଦେଇଥିଲେ ଫଳରେ ଏଠାରେ ରହୁଥିବା ଲୋକମାନଙ୍କୁ ଆର୍ଥିକ ସହାୟତା ମିଳିଥିଲା । ସୋସିଆଲ ମିଡିଆ ସାଇଟରେ ପ୍ରିନ୍ସିପାଲିଟି ଅଫ୍ ସି-ଲ୍ୟାଣ୍ଡ ନାମରେ ଏହି ଛୋଟ ଦେଶର ପେଜ୍ ରହିଛି । ଫଳରେ ଏହି ଦେଶ ସମ୍ପର୍କରେ ବିଶ୍ୱବାସୀ ଜାଣିବାକୁ ପାଇଥିଲେ ।

Smallest Country, SealandSmallest Country, Sealand

ତେବେ ୨୭ ଜନସଂଖ୍ୟା ବିଶିଷ୍ଟ ଏହି ନିଆରା ଦେଶ ସି-ଲ୍ୟାଣ୍ଡ ବାସ୍ତବରେ ବେଶ୍ ଆଶ୍ଚର୍ଯ୍ୟଜନକ । ଆପଣ ଆହୁରି ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦେଶର ନିଜସ୍ୱ ଜାତୀୟ ସଂଙ୍ଗୀତ ରହିବା ସହ ନିଜର ଭିନ୍ନ ପତାକା ମଧ୍ୟ ରହିଛି । ଏଠାକାର ନିଜସ୍ୱ ରେଡିଓ ଷ୍ଟେସନ ମଧ୍ୟ ରହିଛି କିନ୍ତୁ ତାହା ଅନ୍ ଏୟାର ହୋଇପାରିନାହିଁ ତେବେ ଏହି ସି-ଲ୍ୟାଣ୍ଡ ହିଁ ପ୍ରମାଣ କରେ ଯେ, ଆମ ବିଶ୍ୱ ବାସ୍ତବରେ କେଡେ ବିଚିତ୍ର ।

Advertisment
Bichitra Brahmanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ