Israel War
ମିଡିଲ ଇଷ୍ଟରେ ପୁଣି ଯୁଦ୍ଧର ଘନଘଟା । ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସର ଘନ ଘନ ରକେଟ ମାଡ଼ । ଅଧ ଘଣ୍ଟା ଭିତରେ ହମାସ ୫ ହଜାର ରକେଟ ମାଡ଼ କରିଥିବାର ସୂଚନା ମିଳିଛି । ଏପରିକି ପାରା ଗ୍ଲାଇଡ୍ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି । ହମାସ ତରଫରୁ ଏହି ସାମରିକ ଅଭିଯାନର ନାଁ ରଖାଯାଇଛି ଅପରେସନ ଅଲ୍ ଅକସା ଫ୍ଲଡ୍ ।
ଏହା ପରେ ଇସ୍ରାଏଲ ତରଫରୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି । ଗାଜା ଷ୍ଟ୍ରିପ୍ରୁ ଭୟାବହ ରକେଟ୍ ଆକ୍ରମଣ ହେବାରୁ ଇସ୍ରାଏଲ୍ ‘ଷ୍ଟେଟ୍ ଅଫ୍ ୱାର୍’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା ସୂଚନା ମିଳିଛି।
ସେନା ଓ ଇଣ୍ଟିଲିଜେସନ୍ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସ୍ଥିତିର ସମୀକ୍ଷା କରିବାକୁ ଖୁବ ଶୀଘ୍ର ଏକ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ହମାସକୁ ଏହି ଆକ୍ରମଣ ବହୁତ ମହଙ୍ଗା ପଡ଼ିବ ଓ ତାକୁ ଉଚିତ ଶିକ୍ଷା ଦିଆଯିବ ବୋଲି କହିଛି ଇସ୍ରାଏଲ । ନିଜ ନାଗରିକଙ୍କୁ ସୁରକ୍ଷା ଦେବାକୁ ଯେ କୌଣସି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ୨୦୦୭ରେ ଗାଜାକୁ ଦଖଲ କରିଥିଲା ହମାସ । ଗାଜାର ଲୋକଙ୍କ ପାଇଁ ଇସ୍ରାଏଲ ସୀମା ସିଲ୍ କରିବା ପରେ ଉଭୟ ପକ୍ଷ ମଧ୍ୟରେ ଦେଖା ଦେଇଛି ଉତ୍ତେଜନା । କେବଳ ଏହି ବର୍ଷ ୨୪୭ ପାଲେଷ୍ଟାଇନ ନାଗରିକ, ୩୨ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Israel_War_1696666706.jpg)