Advertisment

ଚୀନ୍‌ରେ ଇସ୍ରାଏଲ୍‌ କୂଟନୀତିଜ୍ଞଙ୍କୁ ଛୁରାମାଡ଼

କିଏ ଓ କାହିଁକି ଇସ୍ରାଏଲ୍‌ର କୂଟନୀତିଜ୍ଞଙ୍କୁ ଆକ୍ରମଣ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏହି ଆକ୍ରମଣ ପଛରେ କୌଣସି ସଂଗଠନ ବି ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହିଁ।

ଅଦ୍ୟତନ ହୋଇଛି
Israeli diplomat stabbed

Israeli diplomat stabbed

Advertisment

ଚୀନ୍‌କୁ ବ୍ୟାପିଲା ଇସ୍ରାଏଲ-ହମାସ୍‌ ଯୁଦ୍ଧର ନିଆଁ । ଚୀନ୍‌ରେ ଥିବା ଇସ୍ରାଏଲ୍‌ କୂଟନୀତିଜ୍ଞଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଚୀନ୍‌ ରାଜଧାନୀ ବେଜିଂରେ କିଛି ଦୁର୍ବୃତ୍ତ ଇସ୍ରାଏଲ କୂଟନୀତିଜ୍ଞଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ କୂଟନୀତିଜ୍ଞ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆକ୍ରମଣ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ସୂଚନା ଦିଆଯାଇଛି।

Advertisment

ତେବେ କିଏ ଓ କାହିଁକି ଇସ୍ରାଏଲ୍‌ର କୂଟନୀତିଜ୍ଞଙ୍କୁ ଆକ୍ରମଣ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏହି ଆକ୍ରମଣ ପଛରେ କୌଣସି ସଂଗଠନ ବି ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହିଁ। ତେବେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରିପ୍ରେକ୍ଷୀରେ ହମାସ୍‌ ଶୁକ୍ରବାର ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବ ବୋଲି ଘୋଷଣା କରିଥିଲା। ଏହାପରେ ଇହୁଦୀମାନଙ୍କୁ ସତର୍କ ରହିବାକୁ ଇସ୍ରାଏଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

China Israel Diplomats
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ