Advertisment

ନୂଆ ଭିଡିଓ ସେୟାର କଲା IDF, ଆକ୍ରମଣ ପୂର୍ବରୁ ବଙ୍କରରେ ଲୁଚିଥିଲା ସିନୱାର୍‌

ଇସ୍ରାଏଲ ଫୋର୍ସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ସିନୱାର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ଭିତରକୁ ଯାଉଛି ।

Yahya Sinwar

Yahya Sinwar

Advertisment

ହମାସ ନେତା ୟାହ୍ୟା ସିନୱାରର ଆଉ ଏକ ଭିଡିଓ ସେୟାର କରିଛି ଇସ୍ରାଏଲ ସେନା । ଏହି ଭିଡିଓ ଅକ୍ଟୋବର ୭, ୨୦୦୩ରେ ଇସ୍ରାଏଲ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ରେକର୍ଡ କରାଯାଇଥିଲା । ହମାସର ଏହି ଆକ୍ରମଣରେ ଇସ୍ରାଏଲର ପ୍ରାୟ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ୟାହ୍ୟା ସିନୱାର ।

Advertisment

ତେବେ ଇସ୍ରାଏଲ ଫୋର୍ସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ସିନୱାର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ଭିତରକୁ ଯାଉଛି । ସିନୱାର ଇସ୍ରାଏଲ ଉପରେ ଆକ୍ରମଣର କିଛି ସମୟ ପୂର୍ବରୁ ବଙ୍କର ଭିତରକୁ ଟିଭି, ତକିଆ, ଗଦି ଏବଂ ଅନ୍ୟ କିଛି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଛି । ବାହାରେ ଇସ୍ରାଏଲରେ ଆତଙ୍କ ଚାଲିଥିବା ବେଳେ ବଙ୍କର ଭିତରେ କିନ୍ତୁ ନିଜ ପରିବାର ସହିତ ବେଶ୍‌ ଆରମରେ ରହିଥିଲା ସିନୱାର ।

ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ୍ ଡାନିଏଲ ହାଗରୀ ମନ୍ତବ୍ୟ ଦେଇ କହିଛନ୍ତି, ‘ଆପଣମାନେ ଦେଖିପାରୁଥିବେ ଯେ, ସିନୱାର ଏବଂ ତାଙ୍କ ପରିବାର ସଦସ୍ୟମାନେ କିପରି ଏକ ନିର୍ଦ୍ଦୟ ହତ୍ୟାକାଣ୍ଡର କିଛି ଘଣ୍ଟା ପୂର୍ବରୁ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ଯାଉଛନ୍ତି । ଏହି ଫୁଟେଜରେ ସିନୱାର ଓ ତାଙ୍କ ପରିବାର ସହିତ ଖାଦ୍ୟ, ପାଣି, ଓ ଏକ ପ୍ଲାଜମା ସ୍କ୍ରିନ୍‌ ନେଇ ଯାଉଥିବାର ଦେଖିବାକୁ ମିଳିଛି । ହାଗରୀଙ୍କ ଅନୁଯାୟୀ, ବଙ୍କରରେ ଶୈଚାଳୟ, ରୋଷେଇ ଘର ମଧ୍ୟ ଥିଲା, ଯାହା ସୂଚାଇ ଦେଇଛି ଯେ ସିନୱାର ଦୀର୍ଘ ସମୟ ବଙ୍କରରେ ରହିବା ପାଇଁ ପ୍ରସ୍ତୁତ ହୋଇଥିଲା ।

Advertisment

Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ