Advertisment

Israel Strikes Syria: ଡ୍ରୁଜ-ସିରିଆ ସେନା ମଧ୍ୟରେ ଧସେଇ ପଶିଲା ଇସ୍ରାଏଲ, ପ୍ରତିରକ୍ଷା ମୁଖ୍ୟାଳୟ ଉପରେ କଲା ଏୟାର ଷ୍ଟ୍ରାଇକ୍‌

ସିରିଆର ରାଜଧାନୀ ଦାମାସ୍କସରେ ଥିବା ସେନା ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣରେ ଜଣେ ନିହତ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Syria

Syria

Advertisment

ଇସ୍ରାଏଲ ଓ ସିରିଆ ମଧ୍ୟରେ ବୃଦ୍ଧି ପାଇଛି ଉତ୍ତେଜନା। ସିରିଆର ରାଜଧାନୀ ଦାମାସ୍କସରେ ଥିବା ସେନା ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)। ଇସ୍ରାଏଲ ସେନା ଦାମାସ୍କସ ସମେତ ବିଭିନ୍ନ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କରିଛି। ଜୁଲାଇ ୧୬ ତାରିଖ ସନ୍ଧ୍ୟାରେ ଇସ୍ରାଏଲ ସେନା ଦାମାସ୍କସରେ ଥିବା ସିରିଆର ସେନା ମୁଖ୍ୟାଳୟ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଖବର ପ୍ରକାଶ ପାଇଛି।

Advertisment

ଅଧିକ ପଢ଼ନ୍ତୁ: ଇସ୍ରାଏଲ-ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ; ବଡ ଘୋଷଣା କଲେ ଟ୍ରମ୍ପ, ପ୍ରତିକ୍ରିୟା ରଖିଲା ଇରାନ

ରାଷ୍ଟ୍ରପତି ପ୍ୟାଲେସ୍ ନିକଟରେ ଆକ୍ରମଣ କରିଛି ଇସ୍ରାଏଲ। ଆକ୍ରମଣରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଜେନେରାଲ ଷ୍ଟାଫ୍ କମାଣ୍ଡ ଭବନ ଧ୍ୱଂସ ହୋଇଛି। ସିରିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ପ୍ରତିକ ଅପଡେଟ୍ ଅନୁଯାୟୀ, ଦାମାସ୍କସରେ ଇସ୍ରାଏଲ ଆକ୍ରମଣରେ ଜଣେ ନାଗରିକ ନିହତ ହୋଇଛନ୍ତି ଏବଂ ୧୮ ଜଣ ଆହତ ହୋଇଛନ୍ତି।

Advertisment

ଦକ୍ଷିଣ ସିରିଆର ସ୍ୱେଦା ପ୍ରଦେଶରେ ଶିଆ ଡ୍ରୁଜ୍ ଏବଂ ସୁନ୍ନି ବେଦୋଇନ୍ ସମୁଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଚାଲିଥିବା ବେଳେ ଇସ୍ରାଏଲ ଏହି ଆକ୍ରମଣ କରିଛି । ଦକ୍ଷିଣ ସିରିଆରୁ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଇସ୍ରାଏଲ ଚେତାବନୀ ଦେଇଛି । ଏହା ନହେବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିବ ବୋଲି ଧମକ ଦେଇଛି । 

ସୂଚନାଯୋଗ୍ୟ, ଇସ୍ରାଏଲର ଗୋଲାନ ହ୍ୱାଇଟ୍ସ ସୀମାନ୍ତବର୍ତ୍ତୀ ଦକ୍ଷିଣ ସିରିଆର ସ୍ୱେଦାରେ ଥିବା ଡ୍ରୁଜ୍ ଲୋକଙ୍କ ସହ ଇସ୍ରାଏଲର ଭଲ ସମ୍ପର୍କ ରହିଛି । ଗତ ରବିବାର ସ୍ୱେଦାରେ ବେଦୋଇନ୍ ସମୁଦାୟର କିଛି ଲୋକ ଜଣେ ଡ୍ରୁଜ୍ ଲୋକଙ୍କ ଉପରେ ଆକ୍ରମଣ କରିବା ପରେ ଡ୍ରୁଜ୍ ଓ ବେଦୋଇନ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ବେଦୋଇନ୍ ଗ୍ରୁପକୁ ସିରିଆ ସରକାରଙ୍କ ସମର୍ଥନ ରହିଥିବା ଜଣା ପଡିଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜୋରଦାର ବଢିଥିଲା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସିରିଆ ପକ୍ଷରୁ ସେଠାରେ ସେନା ନିୟୋଜିତ ହୋଇଥିଲେ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଆହୁରି ତୀବ୍ର ହୋଇଥିଲା । ଯାହା ପରେ ଇସ୍ରାଏଲ୍ ସେନା ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ଆକ୍ରମଣ କରିଥିଲା । ଡ୍ରୁଜ୍ ସମୁଦାୟଙ୍କ ସୁରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି । 
ଏହା ସହ ସିରିଆ ସରକାରଙ୍କ ଉପରେ ଅତିଷ୍ଠ ହୋଇ ହଜାର ହଜାର ଡ୍ରୁଜ ଇସ୍ରାଏଲ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ଡ୍ରୁଜମାନଙ୍କୁ ଅପିଲ୍ କରି ଇସ୍ରାଏଲ ସୀମା ଭିତରକୁ ନ ପଶିବାକୁ ବେଞ୍ଜାମିନ୍ କହିଛନ୍ତି । 

Advertisment

ଏଯାବତ୍ ଡ୍ରୁଜ ସମୁଦାୟ ଉପରେ ସିରିଆ ସେନାର ଆକ୍ରମଣରେ ୨୫୦ ଜଣଙ୍କର ମୃତ୍ୟୁ ହେଲାଣି । ଏହି ସମ୍ପ୍ରଦାୟ ସିରିଆ ସମେତ ଇସ୍ରାଏଲ ଓ ଲେବାନନରେ ମଧ୍ୟ ଥାଆନ୍ତି । ବସାର ଅସଦଙ୍କ ଶାସନ ସମୟରେ ଡ୍ରୁଜ ସମୁଦାୟଙ୍କୁ ଦେଶରୁ ବିତାଡିତ କରି ଦିଆ ଯାଇଥିବା ବେଳେ ଏବେ ସେମାନେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ସିରିଆ ସରକାର ସେମାନଙ୍କୁ ବିରୋଧ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଆମେରିକା ଏପରି ଆକ୍ରମଣ କରିବ ଇରାନ ପୂର୍ବରୁ କେବେ ଦେଖିନଥିବ: ଟ୍ରମ୍ପଙ୍କ ଚେତାବନୀ

Syria Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ