Advertisment

ଗାଜା ଉପରେ ଇସ୍ରାଏଲର ଟ୍ରିପଲ୍ ଆଟାକ୍, ହମାସ୍‌ର ମୂଳପୋଛ ପାଇଁ ତୟାର ଇସ୍ରାଏଲ

ଗାଜା ବର୍ଡର୍... ଉତ୍ତର ସୀମାରେ ଶହ ଶହ ଟ୍ୟାଙ୍କ... ହମାସର ମୂଳପୋଛ ପାଇଁ ତୟାର୍ ୧୦ ହଜାରରୁ ୧ ଲକ୍ଷ ସୈନ୍ୟ । ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୀମାକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇଥିବା ବେଳେ, କେବଳ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା।

ଅଦ୍ୟତନ ହୋଇଛି
Israel-Hamas War

Israel-Hamas War

Advertisment

ଜଳ-ସ୍ଥଳ-ଆକାଶ । ଗାଜା ଉପରେ ଇସ୍ରାଏଲର ଟ୍ରିପଲ୍ ଆଟାକ୍ । ଆକାଶରୁ ଜାରି ରହିଛି ଏୟାରଷ୍ଟ୍ରାଇକ୍ । ସମୁଦ୍ରରେ ଜଗିଛି କୁତବ ମୀନାରଠୁ ବି ଉଚ୍ଚ ଆମେରିକୀୟ ଯୁଦ୍ଧପୋତ ଜେରାଲ୍ଡ ଆର୍ ଫୋର୍ଡ। ତେବେ ସାରା ବିଶ୍ୱର ଏବେ ନଜର ଅଟକିଛି ଇସ୍ରାଏଲୀ ସ୍ଥଳସେନାର ଗ୍ରାଉଣ୍ଡ୍ ଆଟାକ୍ ଉପରେ। ୨୦୦୬ ଲେବାନନ୍ ଯୁଦ୍ଧର ୧୭ ବର୍ଷ ପରେ ଏହା ଇସ୍ରାଏଲର ସବୁଠୁ ବଡ଼ ଗ୍ରାଉଣ୍ଡ୍ ଅପରେସନ ହେବାକୁ ଯାଉଛି। ଖାଲି ମାଟି ଉପରେ ନୁହେଁ, ଗାଜାର ଭୂତଳ ସୁଡ଼ଙ୍ଗ ବି ତଲାସିବେ ଇସ୍ରାଏଲୀ ସେନା।

Advertisment

ଗାଜା ବର୍ଡର୍... ଉତ୍ତର ସୀମାରେ ଶହ ଶହ ଟ୍ୟାଙ୍କ... ହମାସର ମୂଳପୋଛ ପାଇଁ ତୟାର୍ ୧୦ ହଜାରରୁ ୧ ଲକ୍ଷ ସୈନ୍ୟ । ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୀମାକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇଥିବା ବେଳେ, କେବଳ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା। ଖୁବ୍ ଯୋଜନାବଦ୍ଧ ଭାବେ ଗାଜା ସୀମାରେ ଉତ୍ତର ଆଡ଼ୁ ପଶିବ ଇସ୍ରାଏଲୀ ଡିଫେନ୍ସ ଫୋର୍ସ- IDF । ଟ୍ୟାଙ୍କ ଓ ତୋପ ସହ ସାମିଲ ରହିବେ ସଶସ୍ତ୍ର ସେନା, ହାତାହାତି ଯୁଦ୍ଧରେ ମାହିର୍ କମାଣ୍ଡୋ ଏବଂ ଚଟାପଟ୍ ପୋଲ ଓ ରାସ୍ତା ଆଦି ତିଆରି ପାଇଁ ପ୍ରଶିକ୍ଷିତ ସାପର୍ ।

ଆକ୍ରମଣର ୩ଟି ମୁଖ୍ୟ ଲକ୍ଷ୍ୟ । ଟପ୍ ହମାସ୍ କମାଣ୍ଡରଙ୍କ ନିପାତ, ଅପହୃତ ଇସ୍ରାଏଲୀଙ୍କୁ ଉଦ୍ଧାର ଓ ଗାଜା ଦଖଲ। ଇସ୍ରାଏଲୀ ସେନାର ମୁଖ୍ୟ ଟାର୍ଗେଟ୍ 'ୟାହ୍ୟା ସିନୱାର୍'। ଇସମାଇଲ୍ ହାନିୟେ ପରେ ହମାସର ଏହି ସେକେଣ୍ଡ୍ ଇନ୍ କମାଣ୍ଡ୍ ହିଁ ଇସ୍ରାଏଲୀଙ୍କ ଗଣହତ୍ୟା ପଛର ମାଷ୍ଟରମାଇଣ୍ଡ୍। ଯାହାକୁ ପାଲେଷ୍ଟାଇନଙ୍କ ଓସାମା ବିନ୍ ଲାଡେନ୍ ବୋଲି କହୁଛି ଇସ୍ରାଏଲ୍। ହମାସର ସର୍ଭେଲାନ୍ସ କ୍ୟାମେରା ନେଟୱର୍କ, ଅସ୍ତ୍ର ଭଣ୍ଡାର, ହତିଆର କାରଖାନା ଓ ଟନେଲ ଧ୍ୱଂସ କରିବା ବି ଇସ୍ରାଏଲର ଟାର୍ଗେଟରେ ରହିବ ।

Advertisment

ପୂର୍ବ ଆକ୍ରମଣକୁ ଦେଖିଲେ, ଏଥର ବି ଇସ୍ରାଏଲୀ ଫୋର୍ସ ପ୍ରଥମେ ହମାସର ଚଳପ୍ରଚଳ ରୋକିବା ପାଇଁ ଗାଜାର ରାସ୍ତା ଗୁଡ଼ିକ ଧ୍ୱଂସ କରିବ । ଏହା ପରେ ପୁରୁଣା ରାସ୍ତାରେ ଲ୍ୟାଣ୍ଡମାଇନ୍ ବିଛାଯାଇଥିବା ଆଶଙ୍କା ଥିବାରୁ, ଇସ୍ରାଏଲୀ ସେନା ବୁଲଡୋଜର ସହାୟତାରେ ନୂଆ ରାସ୍ତା କାଢ଼ି ଗାଜା ସହରର ଗଳିକନ୍ଦି, ଚପ୍ପା ଚପ୍ପା ତଲାସି କରିବ।

ଏହି ଗ୍ରାଉଣ୍ଡ୍ ଆଟାକ ପାଇଁ ଅନେକ ଚାଲେଞ୍ଜ ବି ରହିଛି। ବର୍ତ୍ତମାନ ପାଇଁ ପ୍ରଥମ ଅଡ଼ୁଆ ସାଜିଛି ମେଘୁଆ ପାଗ। ଯାହାକି ଡ୍ରୋନ୍ ଓ ପାଇଲଟଙ୍କ ପାଇଁ ଗ୍ରାଉଣ୍ଡ ଫୋର୍ସକୁ ଏୟାର୍ କଭର ଦେବାରେ ସମସ୍ୟା ସୃଷ୍ଟି କରୁଛି। ତେବେ ଗାଜାରେ ପଶିବା ପରେ, ହମାସ୍ ତା’ର ପୂରା ବଳବୁଦ୍ଧି ଲଗାଇ ଇସ୍ରାଏଲୀ ସେନାର ବାଟ ଓଗାଳିବ। ଏବେ ଗାଜା ପଟ୍ଟିର ଉତ୍ତର ଭାଗରେ ନିଜ ଲଢ଼ାକୁଙ୍କୁ ଏକାଠି କରୁଛି ଏହି ସଂଗଠନର ସବୁଠୁ ଖତରନାକ୍ ଦଳ- ନୁଖବା ଫୋର୍ସ। ଗରିଲା ଆଟାକ୍ ପାଇଁ ଶହ ଶହ ମାଇଲ୍ ଭୂତଳ ଟନେଲ୍ ଓ ବଙ୍କର ଭିତରେ ଲୁଚିଛନ୍ତି ଆତଙ୍କୀ। ସେମାନେ ହ୍ୟୁମାନ ସିଲ୍ଡ ବା ସାଧାରଣ ଲୋକ ଓ ବନ୍ଧକଙ୍କୁ ଢାଲ ଭାବେ ବ୍ୟବହାର କରିପାରନ୍ତି। ନୁଖବା ଫୋର୍ସ ପାଖରେ ଦେଶୀ ରକେଟ୍, ମୋର୍ଟାର୍ ଏବଂ କର୍ନେଟ୍ ଆଣ୍ଟିଟ୍ୟାଙ୍କ ମିଜାଇଲ ସମେତ ୩୦ ହଜାରରୁ ଅଧିକ କ୍ଷେପଣାସ୍ତ୍ର ଥାଇପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଗାଜାରେ ଇସ୍ରାଏଲୀ ସେନାର ଡୋର୍-ଟୁ-ଡୋର୍ ସର୍ଚ୍ଚ ଅପରେସନ ଓ ହାଉସ୍-ଟୁ-ହାଉସ୍ ୱାର ବି ବଡ଼ ଚାଲେଞ୍ଜ । ଏଥିରେ ବହୁ ନିରୀହ ମୃତାହତ ହେବାର ଆଶଙ୍କା ରହିଛି । ପୃଥିବୀର ସବୁଠୁ ଭିଡ଼ ବହୁଳ ଅଞ୍ଚଳ ଗାଜାପଟ୍ଟିରେ ୨୩ ଲକ୍ଷ ଲୋକ ରହୁଛନ୍ତି । ଆକ୍ରମଣ ଆରମ୍ଭ ହେବା ଆଗରୁ ଉତ୍ତର ପ୍ରାନ୍ତ ଅର୍ଥାତ୍ ଗାଜା ସହରର ୧୧ ଲକ୍ଷ ଲୋକଙ୍କୁ ତୁରନ୍ତ ଦକ୍ଷିଣ ଆଡ଼କୁ ଲୋକଙ୍କୁ ପଳାଇବା ପାଇଁ ସତର୍କ କରିଛି ଇସ୍ରାଏଲ୍ । ଏବେ ସୁଦ୍ଧା ପ୍ରାୟ ୪ ଲକ୍ଷ ଲୋକ ସ୍ଥାନାନ୍ତର ହୋଇସାରିଥିବା ବେଳେ, ହମାସ୍ ଲୋକଙ୍କ ରାସ୍ତାରେ ଅବରୋଧ କରୁଥିବା ଇସ୍ରାଏଲ୍ ସାଟେଲାଇଟ୍ ଫଟୋ ମାଧ୍ୟମରେ ଜାଣିବାକୁ ପାଇଛି। 

Israel Palestine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ