Advertisment

ଇସ୍ରାଏଲ-ହମାସ ଯୁଦ୍ଧକୁ ବର୍ଷେ; ଜାଣନ୍ତୁ କେତେ ହୋଇଛି କ୍ଷତି, ଯାଇଛି କେତେ ଜୀବନ...

ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ଅକ୍ଟୋବର ୭, ୨୦୨୩ ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା।

ଅଦ୍ୟତନ ହୋଇଛି
Israel marks one-year anniversary of Hamas attacks

Israel -Hamas War

Advertisment

ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ଅକ୍ଟୋବର ୭, ୨୦୨୩ ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଦ୍ୱାରା କରାଯାଇଥିଲା ଯେଉଁଥିରେ ଗୋଟିଏ ଦିନରେ ୧୨୦୦ ରୁ ଅଧିକ ଇସ୍ରାଏଲୀଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୨୫୧ ଜଣଙ୍କୁ ହାମାସ ଆତଙ୍କୀ ବନ୍ଧକ ରଖିଥିଲେ। ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଦକ୍ଷିଣ ଇସ୍ରାଏଲରେ ୫୦୦୦ ରକେଟ ମାଡ଼ କରିଥିଲା।

Advertisment

ଏହି ଆକ୍ରମଣ ପରେ ଶହ ଶହ ହମାସ ଯୋଦ୍ଧା ଇସ୍ରାଏଲରେ ପ୍ରବେଶ କଲେ। ଲୋକଙ୍କୁ ଖୋଜି ଖୋଜି ଗୁଳି ଚଳାଇବା ଆରମ୍ଭ କରିଦେଲେ। ସାରା ଦେଶରେ ଧାର୍ମିକ ପର୍ବ ସୁକୋଟ ପାଳନ ବେଳେ ଏହି ଆକ୍ରମଣ କରାଯାଇଥିଲା। ହମାସ୍ ଏହି ଆକ୍ରମଣର ନାମ ଫ୍ଲଡ ଅଫ୍ ଅଲ-ଆକଲା ଦେଇଥିଲା।ଅକ୍ଟୋବର ୮ରେ ଏୟାର ଷ୍ଟ୍ରାଇକ୍ କରି ହାମାସକୁ ଜବାବ ଦେଇଥିଲା ଇସ୍ରାଏଲ । ଇସ୍ରାଏଲ ଅପରେସନ୍ ସୋଡସ୍‌ ଅଫ ଆଇରନ୍ ଆରମ୍ଭ କରି ଗାଜା ଅଞ୍ଚଳର ଉତ୍ତର ଭାଗରେ ରହୁଥିବା ପ୍ରାୟ ୧.୫ ମିଲିୟନ୍ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା।

ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟର ଆକାଶରେ ଯୁଦ୍ଧର କଳାବାଦଲ; ଗାଜାରୁ ଇସ୍ରାଏଲ ଉପରେ ହେଲା ରକେଟ ମାଡ଼

Advertisment

ଏହି ଘଟଣାକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା, ଏବେବି ଗାଜାର ଲୋକମାନେ ଜଳ, ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ। ଯଦି ଆମେ କେବଳ ଗାଜା ବିଷୟରେ କହିବା, ତେବେ ସେଠାରେ ଥିବା ପ୍ରାୟ ୭୦ ପ୍ରତିଶତ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୧୬,୭୬୫ ଜଣ ଶିଶୁ ଅଛନ୍ତି। ପ୍ରାୟ ୯୮ ହଜାର ଲୋକ ଆହତ ହୋଇଛନ୍ତି। ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଅନ୍ୟପକ୍ଷରେ, ବର୍ତ୍ତମାନ ପର୍ଯ୍ୟନ୍ତ ୧୧୩୯ ଜଣ ଇସ୍ରାଏଲୀ ପ୍ରାଣ ହରାଇଛନ୍ତି ଏବଂ ଯୁଦ୍ଧରେ ୮୭୩୦ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଆକ୍ରମଣରେ ୧୨୫ ସାମ୍ବାଦିକ ମଧ୍ୟ ନିହତ ହୋଇଛନ୍ତି। ଅଲ ଜଜିରା ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଆକ୍ରମଣ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପରେ ଥିବା ୮୦ପ୍ରତିଶତ ବାଣିଜ୍ୟିକ କ୍ଷେତ୍ର, ୮୭ପ୍ରତିଶତ ସ୍କୁଲ କୋଠା ନଷ୍ଟ ହୋଇଯାଇଛି। ଗାଜା ଅଞ୍ଚଳରେ ୧ଲକ୍ଷ ୪୪ହଜାରରୁ ୧ଲକ୍ଷ ୭୫ହଜାର କୋଠା ଧ୍ୱଂସ ହୋଇଯାଇଛି। ୩୬ରୁ ୧୭ଟି ଡାକ୍ତରଖାନା କାର୍ଯ୍ୟକ୍ଷମ ଅଛି। ୬୮% ସ୍ଥଳପଥ ଓ ୬୮% ଚାଷ ଜମି ବି ନଷ୍ଟ ହୋଇଯାଇଛି।

Advertisment

ସେହିପରି ଗାଜାର ଜିଡିପି ୮୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨.୦୧ଲକ୍ଷ ଲୋକ ବେରୋଜଗାର ହୋଇଛନ୍ତି। ପ୍ରାୟ ୨୦ ଲକ୍ଷ ଲୋକ ଭୂମିହୀନ ହୋଇଥିବା ବେଳେ ୮୫ ହଜାର ପାଲେଷ୍ଟାଇନ ଶ୍ରମିକ ଚାକିରି ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଗାଜା ଷ୍ଟ୍ରିପ୍ ଉପରେ ୪୨ ମିଲିୟନ ଟନ୍‌ରୁ ଅଧିକ ଆବର୍ଜନା ପଡିଛି। ଯାହାକୁ ଉଠାଇବାକୁ ଅନେକ ବର୍ଷ ଲାଗିବ ଓ ଏଥିପାଇଁ ପ୍ରାୟ ୭୦୦ ମିଲିୟନ୍ ଡଲାର୍ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ ।

ଅଧିକ ପଢ଼ନ୍ତୁ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଫିଙ୍ଗିଥିଲା ବୋମା; ୭୯ ବର୍ଷ ପରେ ଜାପାନ୍‌ରେ ବିସ୍ଫୋରଣ

Israel Palestine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ