Israel-Hamas war
ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ୍ ଗସ୍ତରେ ଯିବେ । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ସୂଚନା ଦେଇଛନ୍ତି । ହମାସ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ପ୍ରତି ସମର୍ଥନ ଜଣାଇବାକୁ ବାଇଡେନ ସେଠାକାର ରାଜଧାନୀ ତେଲ୍ ଅଭିଭ ଯାଉଛନ୍ତି।
ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ‘ଇସ୍ରାଏଲ୍ର ଗାଜା ଦଖଲ ନିଷ୍ପତ୍ତି ମସ୍ତ ବଡ଼ ଭୁଲ୍ ହେବ । ଏଥିରୁ ଇସ୍ରାଏଲ ବିରତ ରହିବା ଜରୁରୀ।’ ଏହାସହ ଗାଜା ଦଖଲ ନ କରିବାକୁ ଇସ୍ରାଏଲ୍କୁ ବାଇଡେନ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ସଂକଟ ଆହୁରି ଘନେଇବ ବୋଲି ସେ ଆଶଙ୍କା କରିଛନ୍ତି ।
ଅଧିକ ପଢ଼ନ୍ତୁ: ହମାସ ଆତଙ୍କୀଙ୍କ କବଜାରେ ଇସ୍ରାଏଲ୍ ତରୁଣୀ; ଚିତ୍କାର କରି କହୁଛନ୍ତି, ମତେ ବଞ୍ଚାଅ..
ସେପଟେ ଯେକୌଣସି ମୁହୂର୍ତ୍ତରେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ ଇସ୍ରାଏଲ୍ ସେନା । ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ୍ର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଇସ୍ରାଏଲ୍ ସରକାର ଗ୍ରୀନ୍ ସିଗ୍ନାଲ ଦେବା ମାତ୍ରେ ଗାଜାରେ ଆରମ୍ଭ ହେବ ଗ୍ରାଉଣ୍ଡ ଅପରେସନ ।
ବିନା କୌଣସି ସର୍ତ୍ତରେ ଇସ୍ରାଏଲି ବନ୍ଧକଙ୍କୁ ଛାଡ଼ି ଦେବାକୁ ହମାସକୁ ଅନୁରୋଧ କରାଯାଇଛି । ତେବେ ଯୁଦ୍ଧ ନେଇ କୌଣସି ପ୍ରକାର ସାଲିସ କରାଯିବନି ବୋଲି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି । ଏହାରି ଭିତରେ ଗାଜାରେ ଲୋକଙ୍କ ପାଇଁ ଖାଦ୍ୟ,ପାନୀୟ ଓ ଔଷଧ ଯୋଗାଇବାକୁ ଜାତିସଂଘ ଆହ୍ୱାନ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a_1697516090.jpg)