Advertisment

ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ : ଉଭୟ ପକ୍ଷରୁ ମୃତ୍ୟସଂଖ୍ୟା ୪ ହଜାର ପହଂଚିଲାଣି

ମଧ୍ୟପ୍ରାଚ୍ୟରେ ପୁଣି ଥରେ ମାନବୀୟ ସଂକଟ...ଘର ଛାଡୁଛନ୍ତି ଇସ୍ରାଏଲ ଯୁଦ୍ଧ ବିପନ୍ନ...ରିଲିଫ କ୍ୟାମ୍ପରେ ବିତୁଛି ଲୋକଙ୍କ ଜୀବନ..ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ

ଅଦ୍ୟତନ ହୋଇଛି
Israel Palestine War Live Updates

Israel-Hamas war

Advertisment

ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧକୁ ବିତିଲାଣି ୭ ଦିନ । ଉଭୟ ପକ୍ଷରୁ ମୃତ୍ୟସଂଖ୍ୟା ୪ ହଜାର ପାଖାପାଖି ପହଂଚିଲାଣି । ଆଉ ଏହା ମଧ୍ୟରେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ମାନବୀୟ ସଂକଟ ଉତ୍କଟ ରୂପ ନେଇଛି । ଯାହା କେବଳ ସେ ଅଞ୍ଚଳ ନୁହେଁ, ବରଂ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି । କାରଣ ମୃତକଙ୍କ ମଧ୍ୟରେ ରହିଛନ୍ତି ଅନେକ ସାଧାରଣ ନାଗରିକ । ଏବେ ରିଲିଫ କ୍ୟାମ୍ପରେ ବିତୁଛି ଲୋକଙ୍କ ଜୀବନ । ସେପଟେ ଆଉ କେହି କେହି ଦେଶ ଛାଡି ପଳାୟନ କରିବାକୁ ଲାଗିଲେଣି।

Advertisment

ଯେଉଁ ଘରେ ଦିନେ ହସି ଖେଳି ଜୀବନ କଟୁଥିଲା, ସେହି ଘର ଏବେ ଜଳି ପୋଡି ପାଉଁଶ ହୋଇଯାଇଛି। ପୋଡା ଜିନିଷ ଭିତରୁ ସନ୍ତକକୁ ସାଉଣ୍ଟୁଛନ୍ତି ଯୁଦ୍ଧତ୍ରସ୍ତ ହମାସ ଆକ୍ରମଣରେ ନିଜର ସବୁ କିଛି ହରାଇଥିବା ଇସ୍ରାଏଲୀ ନାଗରିକ । ହମାସର ହମଲାରେ ଜଳି ପୋଡି ଛାରଖାର ହୋଇଯାଇଛି ଘର । ଏଭଳି ଅସହାୟ ଅବସ୍ଥାରେ ସେମାନଙ୍କ ନିକଟରେ ପଳାୟନ ହିଁ ଏକ ମାତ୍ର ପନ୍ଥା । ଯୁଦ୍ଧ ଯୋଗୁ ସଙ୍କଟକୁ ଠେଲି ହୋଇଯାଇଥିବା ଇସ୍ରାଏଲରେ ଏବେ ନିଜ ଭିଟା ମାଟି ଛାଡୁଛନ୍ତି ଲୋକେ । ଅସୁରକ୍ଷିତ ମନେ କରି କେହି କେହି ବାହାର ଦେଶକୁ ପଳାଇବାକୁ ବସିଲେଣି ।

ଅଧିକ ପଢ଼ନ୍ତୁ: ସିରିଆକୁ ବ୍ୟାପିଲା ଯୁଦ୍ଧ ନିଆଁ, ଇସ୍ରାଏଲ ରକେଟ୍ ମାଡ଼ରେ ସିରିଆର ୨ଟି ପ୍ରମୁଖ ଏୟାରପୋର୍ଟ ଅଚଳ

Advertisment

ଏପଟେ ହମାସର ହମଲାର ଶିକାର ହେବା ପରେ ଲୋକଙ୍କ ପାଇଁ ରିଲିଫ କ୍ୟାମ୍ପ ହିଁ ପାଲଟିଛି ଏକମାତ୍ର ଭରସା । ଇସ୍ରାଏଲର ଡେରଟ ସହରର ଏକ ରିଲିଫ କ୍ୟାମ୍ପର ଦୃଶ୍ୟ ଭାରି ଦୟନୀୟ । ଗାଜାର ସୀମାକୁ ଲାଗିଥିବା ଡେରଟ ସହରକୁ ଇସ୍ରାଏଲର ଗେଟ୍ ବୋଲି କୁହାଯାଏ । ଏଥିପାଇଁ ହମାସ ଆତଙ୍କୀ ଗୋଷ୍ଠୀର ଆକ୍ରମଣର ପ୍ରଭାବ ଏଠାରେ ଅଧିକ ଦେଖିବକୁ ମିଳିଛି । ଆଉ ଯୁଦ୍ଧର ଶିକାର ହୋଇଥିବା ଲୋକେ ଏବଂ ଅନ୍ୟ ନାଗରିକଙ୍କ ପାଇଁ ଏଠାରେ ଏକାଧିକ ରିଲିଫ କ୍ୟାମ୍ପ ଖୋଲାଯାଇଛି। ତେବେ ଇସ୍ରାଏଲ ସରକାରଙ୍କ ସହ ଏଠାକୁ ଅନ୍ୟ ଦେଶରୁ ମଧ୍ୟ ରିଲିଫ ସାମଗ୍ରୀ ଏବଂ ସହାୟତା ମିଳୁଛି।

ଏପଟେ ଗାଜାରେ ମଧ୍ୟ ଦେଖିବାକୁ ମିଳିଛି ଉତ୍କଟ ମାନବୀୟ ସଙ୍କଟ। କାହାର ହସ୍ପିଟାଲରେ ଜୀବନ ବିତୁଛି ତ ଆଉ କେହି କେହି ରିଲିଫ୍ କ୍ୟାମ୍ପରେ କାଳ କାଟୁଛନ୍ତି। ଇସ୍ରାଏଲର ପ୍ରତି ଆକ୍ରମଣରେ ଗାଜାରେ ବହୁ ସଧାରଣ ଲୋକଙ୍କ ଜୀବନ ଯାଇଛି। ଆଉ ଅନେକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗାଜାର ଅଲ୍-ଶିଫା ହସ୍ପିଟାଲର ବିକଳ ଚିତ୍ର ହିଁ ବୟାନ କରୁଛି ଲୋକଙ୍କ ଦୁର୍ଦ୍ଦଶା। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ଏତେ ଯେ, ସମସ୍ତଙ୍କୁ ଏଠାରେ ଚିକିତ୍ସା ଯୋଗାଇବା ବି କଷ୍ଟକର ହୋଇପଡୁଛି। ୟାରି ଭିତରେ ଏଠାରେ ବାସହୀନ ହୋଇଯାଇଥିବା ସ୍ଥାନୀୟ ନାଗରିକ ଏବଂ ଶରଣାର୍ଥୀଙ୍କୁ ବି ଥଇଥାନ କରାଯାଇଛି। ବିଡମ୍ବନାର କଥା ଯେ ଏମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ବି ଅଛନ୍ତି। ଆଉ ସମସ୍ତଙ୍କ ନିକଟରୁ ଶୁଣିବାକୁ ମିଳୁଛି ଜୀବନ ଯନ୍ତ୍ରଣାର କରୁଣ କାହାଣୀ।

Advertisment

ସେହିଭଳି ଯୁଦ୍ଧତ୍ରସ୍ତ ଗାଜାରେ ଉତ୍କଟ ବିଦ୍ୟୁତ ସଙ୍କଟ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। ଗାଜାରେ ବିଦ୍ୟୁତ ଯୋଗାଣ ପାଇଁ ରହିଥିବା ଏକମାତ୍ର ପାୱାର ପ୍ଲାଣ୍ଟ ବୁଧବାର ଠାରୁ ବନ୍ଦ ହୋଇଯାଇଛି। ଫଳରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ସେବା ବିଛିନ୍ନ ହୋଇପଡିଛି। ଗାଜାରେ ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକେ ଘର ଛାଡିଥିବା ନେଇ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଆହୁରି ଘମାଘୋଟ ହେବ ଇସ୍ରାଏଲ-ହମାସ୍ ଯୁଦ୍ଧ, ଏୟାରଷ୍ଟ୍ରାଇକ୍ ପରେ ଗାଜାରେ ପଶିବେ ଇସ୍ରାଏଲୀ ସେନା

Israel Palestine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ