• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିଭ୍ରମଣର ସନ୍ତକ ସ୍ୱରୂପ ଘରକୁ ନେଉଥିଲେ ଅଫୁଟା । ବୋମା ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ବାଜି ଉଠିଲା ସାଇରନ । ଜୀବନ ବଞ୍ଚାଇବା ଲାଗି ଯାତ୍ରୀଙ୍କ ଧାଁଧୌଡ଼ । ଯିଏ ଯୁଆଡେ ପାଇଲେ ଦୌଡିଲେ । ଠେଲାପେଲା ଭିତରେ କିଛି ଯାତ୍ରୀ ଆହତ ବି ହେଲେ । ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛି ଇସ୍ରାଏଲରେ ।

ବହୁ ଚର୍ଚ୍ଚିତ ଲେଭାଣ୍ଟ ଅଞ୍ଚଳରେ ରହିଛି ବିବାଦୀୟ ଗୋଲାନ ହାଇଟ୍ସ । ଏହି ଅଞ୍ଚଳକୁ ନେଇ ୧୯୬୭ ଓ ୧୯୭୩ରେ ଇସ୍ରାଏଲ ଓ ସିରିଆ ମଧ୍ୟରେ ଲାଗିଥିଲା ଯୁଦ୍ଧ । ତେବେ ନିକଟରେ ଏହି ସ୍ଥାନ ପରିଦର୍ଶନରେ ଯାଇଥିଲେ ଏକ ଆମେରିକୀୟ ଦମ୍ପତ୍ତି । ସେଠାରେ ବୁଲାବୁଲି କରିବା ସମୟରେ ସେମାନେ ଏକ ସିଲିଣ୍ଡରାକୃତି ବସ୍ତୁ ପାଇଥିଲେ । ତେବେ ଭ୍ରମଣର ସ୍ମୃତି ସୂରୂପ ଏହାକୁ ଆମେରିକା ନେଇଯିବାକୁ ସ୍ଥିର କରିଥିଲେ ।

ତେବେ ଘରକୁ ଫେରିବା ଲାଗି ସେମାନେ ଇସ୍ରାଏଲ ମୁଖ୍ୟ ବିମାନ ବନ୍ଦର ବେନ୍ ଗୁରିଅଆନରେ ପହଞ୍ଚିବା କ୍ଷଣି ବାଜି ଉଠିଥିଲା ସାଇରନ୍ । ବିମାନ ବନ୍ଦରକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏୟାରପୋର୍ଟ କର୍ତ୍ତୃପକ୍ଷ । ଏହାପରେ ଆରମ୍ଭ ହୋଇଯାଇଥିଲା ଦଳାଚକଟା । ଯାତ୍ରୀମାନେ ପ୍ରାଣ ବିକଳରେ ଧାଁଦୌଡ଼ ଆରମ୍ଭ କରିଦେଇଥିଲେ । ଏହାପରେ ତୁରନ୍ତ ବୋମା ନିଷ୍କ୍ରୀୟକାଳୀ ଦଳ ଓ ସାମରିକ ଅଧିକାରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ ।

ଆମେରିକୀ ଦମ୍ପତ୍ତି ନେଇ ଆସିଥିବା ଜିନିଷଟି ଯୁଦ୍ଧ ବେଳର ଏକ ଅଫୁଟା ବୋମା ବୋଲି ଜଣାପଡିଥିଲା । ସେମାନଙ୍କୁ ପଚରାଉଚରା ପରେ ବିମାନରେ ବସି ଘରକୁ ଫେରିବା ଲାଗି ଆବଶ୍ୟ ଅନୁମତି ଦେଇଥିଲେ ଇସ୍ରାଏଲ କର୍ତ୍ତୃପକ୍ଷ । ସୋଲିଆଲ ମିଡିଆରେ ବିମାନ ବନ୍ଦରରେ ଯାତ୍ରୀଙ୍କ ଭାଗଦୌଡ଼ ଭିଡିଓ ଭାଇରାଲ ହେଉଛି ।