Advertisment

Iraq's Census Held In Over 30 Years: ତିନି ଦଶନ୍ଧି ପରେ ହେଲା ଜନଗଣନା; ଜାଣନ୍ତୁ କେତେ ରହିଛି ଇରାକର ଜନସଂଖ୍ୟା

ତିନ ଦଶନ୍ଧି ପରେ ଇରାକ୍‌ରେ ହେଲା ଜନଗଣନା। ବର୍ଷ ବର୍ଷର ବିବାଦ, ରାଜନୈତିକ ବିଭାଜନ ଓ ଅନେକ ସମସ୍ୟାକୁ ବାଦ୍ ଦେଇ ଶେଷରେ ଜନଗଣନା କରାଯାଇଛି।

ଅଦ୍ୟତନ ହୋଇଛି
census iraq

census iraq

Advertisment

ତିନ ଦଶନ୍ଧି ପରେ ଇରାକ୍‌ରେ ହେଲା ଜନଗଣନା। ବର୍ଷ ବର୍ଷର ବିବାଦ, ରାଜନୈତିକ ବିଭାଜନ ଓ ଅନେକ ସମସ୍ୟାକୁ ବାଦ୍ ଦେଇ ଶେଷରେ ଜନଗଣନା କରାଯାଇଛି। ଚଳିତମାସ ଆରମ୍ଭରୁ ଦେଶବ୍ୟାପୀ ଜନସଂଖ୍ୟା ହୋଇଥିଲା । ତେବେ ଦୀର୍ଘ ୩୦ବର୍ଷ ପରେ ଦେଶର ଜନସଂଖ୍ୟା ୪.୫୪ କୋଟିକୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଇରାକର ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍ ସୁଦାନୀ।

Advertisment

ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ-ସୁଦାନୀ କହିଛନ୍ତି, ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ ଦେଶର ଜନସଂଖ୍ୟା ପ୍ରାୟ ୪୫.୪ ନିୟୁତ ବା ୪.୫୪ କୋଟିରେ ପହଞ୍ଚିଛି। ୨୦୦୯ରେ ଏକ ଅନୌପଚାରିକ ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟା ପ୍ରାୟ ୩.୧୬ କୋଟି ରହିଥିଲା। ଶେଷଥର ପାଇଁ ୧୯୮୭ରେ ଇରାକ୍‌ରେ ଜନଗଣନା କରାଯାଇଥିଲା। ଚଳିତ ଜନଗଣନା ତଥ୍ୟ ଅନୁଯାୟୀ, ଲିଙ୍ଗ ଅନୁପାତ ପ୍ରାୟ ସମାନ ରହିଛି।

ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଦେଶରେ ମୋଟ୍ ଜନସଂଖ୍ୟା ୪୫,୪୦୭,୮୯୫ ଅତିକ୍ରମ କରିଛି। ଯେଉଁଥିରେ ସହରାଞ୍ଚଳରେ ୭୦.୩ପ୍ରତିଶତ ଓ ଗ୍ରାମାଞ୍ଚଳରେ ୨୯.୯ ପ୍ରତିଶତ ଲୋକ ରହୁଛନ୍ତି। ୫ରୁ ଅଧିକ ଲୋକ ଥିବା ପରିବାର ସଂଖ୍ୟା ୭୮ଲକ୍ଷ ୯୮ହଜାର ୫୮୮ ରହିଛି। ପୁରୁଷଙ୍କ ସଂଖ୍ୟା ୫୦.୧ ପ୍ରତିଶତ ଯାହାକି ୨କୋଟି ୨୭ଲକ୍ଷ, ୮୪ହଜାର ୬୨ ଥିବା ବେଳେ ମହିଳାଙ୍କ ସଂଖ୍ୟା ୪୯.୮ପ୍ରତିଶତ ଅର୍ଥାତ ୨ କୋଟି ୨୬ଲକ୍ଷ ୨୩ ହଜାର ୮୩୩ ରହିଛି।

Advertisment

ଇରାକ ଜନସଂଖ୍ୟାର ୧୫ ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ୩୬.୧ ପ୍ରତିଶତ, ୧୫ରୁ ୬୪ ବର୍ଷ ଲୋକଙ୍କ ସଂଖ୍ୟା ୬୦.୨ ପ୍ରତିଶତ ଏବଂ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ୩.୭ ପ୍ରତିଶତ ରହିଛି। ଜାତୀୟ ଜନଗଣନାରେ ଏହା ମଧ୍ୟ ଜଣାପଡିଛି ଯେ ଇରାକରେ ଜନସଂଖ୍ୟା ବୃଦ୍ଧି ହାର ୨.୩ ପ୍ରତିଶତରେ ପହଞ୍ଚିଛି। ଏହି ଜନଗଣନା ପୂର୍ବରୁ, ଇରାକର ଯୋଜନା ମନ୍ତ୍ରଣାଳୟ ଆକଳନ କରିଥିଲା ଜନସଂଖ୍ୟା ପ୍ରାୟ ୪.୩ କୋଟି ହେବ। ଏହାଛଡା ଅନ୍ୟ ରିପୋର୍ଟରେ ଆଶା କରାଯାଉଥିଲା ଜନସଂଖ୍ୟା ବୃଦ୍ଧି ପାଇ ୪.୪.କୋଟି ହୋଇଯିବ।

୧୯୯୭ରେ ହୋଇଥିବା ଶେଷ ଜାତୀୟ ଜନଗଣନା ଅନୁଯାୟୀ, ଦିବଂଗତ ରାଷ୍ଟ୍ରପତି ସଦ୍ଦାମ ହୁସେନ୍‌ଙ୍କ ସମୟରେ ଇରାକର ଜନସଂଖ୍ୟା ୧.୯ କୋଟି ଥିଲା। ଏହା ମଧ୍ୟ ଅନୁମାନ କରାଯାଏ ଯେ ସେହି ସମୟରେ ଇରାକର କୁର୍ଦ୍ଦିସ୍ତାନ ଅଞ୍ଚଳରେ ପ୍ରାୟ ତିନି ଲକ୍ଷ ଲୋକ ବାସ କରୁଥିଲେ। ତେବେ ୧୯୯୭ରେ ହୋଇଥିବା ଅନ୍ୟ ଏକ ଜନଗଣନାରେ କୁର୍ଦ୍ଦ ଅଞ୍ଚଳ ଅନ୍ତର୍ଭୂକ୍ତ ହୋଇନଥିଲା।  ମନ୍ତ୍ରୀ ମହମ୍ମଦ ତମିମ କହିଛନ୍ତି, 'ନୂତନ ଜନଗଣନା ଭବିଷ୍ୟତ ପାଇଁ ବିକାଶର ଏକ ମାନଚିତ୍ର ପ୍ରସ୍ତୁତ କରିବ ଏବଂ ସ୍ଥିରତାର ବାର୍ତ୍ତା ଦେବ।'

Advertisment
Annual Census Iraq
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ