Advertisment

Ayatollah Ali Khamenei: କେଉଁଠି ଇରାନର ସୁପ୍ରିମ ଲିଡର ? ଭୟରେ ବାଛି ସାରିଲେଣି ନିଜ ଉତ୍ତରାଧିକାରୀ

ଅନ୍ୟପକ୍ଷରେ ଖାମେନେଇ ଅଘଟଣ ପୂର୍ବରୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ତିନିଜଣଙ୍କ ନାମ ମନୋନୟନ କରିଛନ୍ତି। ତେବେ ଖାମନେଇଙ୍କ ପୁଅ ମୋଜତବାଙ୍କ ନାମ ସେହି ୩ଜଣଙ୍କ ମଧ୍ୟରେ ନାହିଁ। ଯଦିଓ ସେ ଜଣେ ଧର୍ମଗୁରୁ ଏବଂ ଜଣେ ଇସଲାମିକ ବିଦ୍ୱାନ। ଚୟନ ହୋଇଥିବା ୩ଜଣଙ୍କ ନାମ ଏଯାଏଁ ଗୋପନ ରଖାଯାଇଛି। ଖାମେନେଇଙ୍କ ମୃତ୍ୟୁ ପରେ ଏମାନଙ୍କ ମଧ୍ୟରୁ ଜଣକୁ ଶୀର୍ଷ ନେତା ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
ଖାମେନେଇଙ୍କୁ ଖୋଜୁଛି ଆମେରିକା

ଖାମେନେଇଙ୍କୁ ଖୋଜୁଛି ଆମେରିକା

Advertisment

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି। ଘନଘନ ଆକ୍ରମଣରେ ଧ୍ୱଂସ ହେଉଛି ସହର, ମାଟିରେ ମିଶୁଛି ବଡ଼ ବଡ଼ ଅଟ୍ଟାଳିକା। ତେବେ ଏହାରି ମଧ୍ୟରେ ଇରାନ-ଇସ୍ରାଇଲ ମଧ୍ୟରେ ଅସ୍ତ୍ରବିରତି ହୋଇଥିବା ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ହେଲେ ଯୁଦ୍ଧର ଭୟ ମନରୁ ସମ୍ପୁର୍ଣ୍ଣ ଭାବେ ଲିଭିନାହିଁ। ସେପଟେ ଇରାନର ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ଖୋଜା ପଡ଼ିଛି।

Advertisment

ଯାହାଙ୍କ ଅନୁମତି ବିନା ଇରାନରେ ପତ୍ରଟିଏ ମଧ୍ୟ ହଲେନାହିଁ ତାଙ୍କୁ ଯୁଦ୍ଧ ସମୟରେ ଦେଖିବାକୁ ମଧ୍ୟ ମିଳିନଥିଲା। ତେବେ ଏଠି ପ୍ରଶ୍ନ କେଉଁଠି ଇରାନର ସୁପ୍ରିମ ଲିଡର ? ଘନ ଘନ ଆକ୍ରମଣ ଯୋଗୁଁ ସେ ଡରି ଲୁଚିଯାଇଛନ୍ତି କି ? ତେବେ ଏକ ରିପୋର୍ଟ ଅନୁସାର ଖାମେନେଇଙ୍କୁ ଏକ ବଙ୍କର ଭିତରେ ସୁରକ୍ଷିତ ଭାବେ ରଖାଯାଇଛି।

ଇରାନ୍‌ର ପରାଜୟ ଆଶଙ୍କାରେ ଖାମେନେଇ ବଙ୍କର ମଧ୍ୟରେ ଥିବା ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ହେଲେ ବଙ୍କରରେ ମଧ୍ୟ ହତ୍ୟା କରାଯିବାର ନଜିର ରହିଛି। ପୂର୍ବରୁ ବୈଦ୍ୟୁତିକ ଯୋଗାଯୋଗ ବ୍ୟବସ୍ଥାକୁ ମାଧ୍ୟମ କରି ଇସ୍ରାଏଲ୍‌ ଇରାନ୍‌ର ଅନେକ ବୈଜ୍ଞାନିକ ଓ ସେନା କମାଣ୍ଡରଙ୍କୁ ହତ୍ୟା କରିଛି।

Advertisment

ସୁତରାଂ ବଙ୍କର ମଧ୍ୟରେ ମଧ୍ୟ ବିପଦର ଆଶଙ୍କା ଥିବାରୁ ଖାମେନେଇଙ୍କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି।

ଅନ୍ୟପକ୍ଷରେ ଖାମେନେଇ ଅଘଟଣ ପୂର୍ବରୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ତିନିଜଣଙ୍କ ନାମ ମନୋନୟନ କରିଛନ୍ତି। ତେବେ ଖାମନେଇଙ୍କ ପୁଅ ମୋଜତବାଙ୍କ ନାମ ସେହି ୩ଜଣଙ୍କ ମଧ୍ୟରେ ନାହିଁ। ଯଦିଓ ସେ ଜଣେ ଧର୍ମଗୁରୁ ଏବଂ ଜଣେ ଇସଲାମିକ ବିଦ୍ୱାନ। ଚୟନ ହୋଇଥିବା ୩ଜଣଙ୍କ ନାମ ଏଯାଏଁ ଗୋପନ ରଖାଯାଇଛି। ଖାମେନେଇଙ୍କ ମୃତ୍ୟୁ ପରେ ଏମାନଙ୍କ ମଧ୍ୟରୁ ଜଣକୁ ଶୀର୍ଷ ନେତା ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

Advertisment
Israeli PM Benjamin Netanyahu Ayatollah Ali Khamenei Tension In Middle East Underground Bunker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ