Advertisment

ବଢୁଛି ଯୁଦ୍ଧ ଘନଘଟା; ଇସ୍ରାଏଲ ଉପରେ ଶତାଧିକ ମିଜାଇଲ୍ ଆଟାକ୍ କଲା ଇରାନ୍

ଘଟଣା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି ନେତାନ୍ୟାହୁ । ଇରାନର ଆକ୍ରମଣ ପୂର୍ବରୁ ଏନେଇ ଆମେରିକା ଗୁଇନ୍ଦା ମଧ୍ୟ ଇସ୍ରାଏଲକୁ ସୂଚନା ଦେଇଥିଲା।

ଅଦ୍ୟତନ ହୋଇଛି
Missile Attack

Missile Attack

Advertisment

ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ। ଇସ୍ରାଏଲ୍ ଉପରେ ଶତାଧିକ ଡ୍ରୋନ୍ ମିଜାଇଲ ଆକ୍ରମଣ କରିଛି ଇରାନ୍। ଗତକାଲି ରାତିରେ ଶହ ଶହ ସଂଖ୍ୟାରେ ମିଜାଇଲ ଇସ୍ରାଏଲ୍ ଉପରକୁ ମାଡ଼ ହୋଇଛି। ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ ଚିହ୍ନଟ କରିଛି । ଡ୍ରୋନରେ ବାଲିଷ୍ଟିକ ମିଜାଇଲ ସହ କ୍ରୁଜ ମିଜାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି ।

Advertisment

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ ଇରାନ ଇସ୍ରାଏଲ ଉପରେ ୧୦୦ ରୁ ଅଧିକ ଡ୍ରୋନ୍ ଏବଂ ୨୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲ୍ ସେନା କହିଛି ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଇସ୍ରାଇଲ ଆକାଶ ଛୁଇଁବା ପୂର୍ବରୁ ଏସବୁ ନଷ୍ଟ କରିବା ଲାଗି ତୟାର ରହିଛି ଆଣ୍ଟି-ମିଜାଇଲ ସିଷ୍ଟମ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିଛି ସ୍ଥାନରେ ଡ୍ରୋନ ମାଡରେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି।

ଇସ୍ରାଏଲ୍ ଏହାର ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ହାଇ ଆଲର୍ଟରେ ରହିଛି ଇସ୍ରାଏଲର ବାୟୁ ଏବଂ ନୌସେନା। ଇସ୍ରାଏଲ୍ ବ୍ୟତୀତ ଲେବାନନ୍ ଏବଂ ଜୋର୍ଡାନ ମଧ୍ୟ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। ଇରାନର ଆକ୍ରମଣ ପରେ ଆଇଡିଏଫ୍ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛି ଯେ ଆଇଡିଏଫ୍ ତାର ସହଯୋଗୀମାନଙ୍କ ସହ ଇସ୍ରାଏଲକୁ ନିଜର ସମସ୍ତ ଶକ୍ତି ରକ୍ଷା କରିବାକୁ ପ୍ରସ୍ତୁତ।

Advertisment

ଘଟଣା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି ନେତାନ୍ୟାହୁ । ଇରାନର ଆକ୍ରମଣ ପୂର୍ବରୁ ଏନେଇ ଆମେରିକା ଗୁଇନ୍ଦା ମଧ୍ୟ ଇସ୍ରାଏଲକୁ ସୂଚନା ଦେଇଥିଲା। ଇରାନର ସମସ୍ତ ଆକ୍ରମଣର ଦୃଢ ପ୍ରତିହତ ଲାଗି ମଧ୍ୟ ଇସ୍ରାଏଲକୁ ଆଶ୍ବସନା ଦେଇଥିଲା ଆମେରିକା। ତଥାପି ଇରାନର ଆକ୍ରମଣ ପରେ ଆଗକୁ କଣ ହେବ ସ୍ଥିତି,ଏନେଇ ସମସ୍ତ ଦେଶ ଏହା ଉପରେ ନଜର ରଖିଛନ୍ତି ।

ଆମେରିକା ଇସ୍ରାଏଲକୁ ସମର୍ଥନ ନେଇ ଘୋଷଣା କରିଛି । ବ୍ରିଟିସ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଡ୍ରୋନ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ସୁରକ୍ଷା ପାଇଁ ବ୍ରିଟେନ ଛିଡା ହେବ।କାନାଡା, ଜର୍ମାନ, ଫ୍ରାନସ ମଧ୍ୟ ଇରାନର ଆକ୍ରମଣକୁ ନିନ୍ଦା କରିଛନ୍ତି । ଘଟଣା ନେଇ ଜରୁରିକାଳୀନ ବୈଠକ ଡାକିଛି ଜାତିସଂଘ ।

Advertisment

ଇରାନ ଅଟକ ରଖିଥିବା ଇସ୍ରାଏଲୀ ଜାହାଜରେ ଅତି କମରେ ୧୭ ଭାରତୀୟ ଥିବା ସୂଚନା ମିଳିଛି । MCS ଏରିଜ ଜାହାଜକୁ ଅଟକ ଇରାନ ସେନା ଅଟକ ରଖିଥିବା ଦାବି କରିଛି ଇସ୍ରାଏଲ୍ । ଏଥିସହ ଇରାନ ଯଦି ଏହି ସ୍ଥିତିକୁ ଆହୁରି ଜଟିଳ କରେ, ତେବେ ଇସ୍ରାଏଲ୍ ସେନା ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଚେତାବନୀ ଦେଇଛି। ପର୍ସିଆନ୍ ଗଲ୍ଫର ଷ୍ଟ୍ରେଟ୍ ଅଫ୍ ହରମୁଜ ଠାରେ ଏହି ମାଲବାହୀ ଜାହାଜଟି ଅଟକ ରହିଛି।

Missile Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ