Advertisment

ରକ୍ତମୁଖା ଇରାନ୍: ଇସ୍ରାଏଲ୍‌ରେ ଉପରେ ଘନଘନ ରକେଟ୍ ମାଡ଼, ଆତଙ୍କ ରଚିଲେ ଆତତାୟୀ

ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିଶାଇଲ୍ ମାଡ଼।

Missile Attack

Missile Attack

Advertisment

ଦୁନିଆ ଦେଖିବ କି ତୃତୀୟ ବିଶ୍ବ ଯୁଦ୍ଧ? ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରିଛି। ହିଜବୁଲ୍ଲା ମୁଖ୍ୟ ହସରତ୍ ନସରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍। ଗତକାଲି ରାତିରେ ଘନ ଘନ ମିସାଇଲ୍ ମାଡ଼ ହୋଇଛି।

Advertisment

ଇସ୍ରାଏଲର ଜାଫା ସୀମା ନିକଟରେ ଥିବା ଜନବସତି ଓ ସେନା ବେସ୍ ର ବେଶ୍ ନିକଟରେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ରିଟାଲିଏଟ୍ କରିବା ପୂର୍ବରୁ ହିଁ ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରିଛି। ଲୋକଙ୍କ ଘରେ, ଛାତରେ ଏପରିକି ଏକାଧିକ ଏୟାର୍ ଷ୍ଟ୍ରିପ୍ ଉପରେ ହମଲା ହୋଇଛି। ଫଳରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି।

Advertisment

ଇରାନର ରକେଟ୍ ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶବ୍ୟାପୀ ସାଧାରଣ ନାଗରିଙ୍କ ପାଇଁ ଆଲର୍ଟ ଜାରି କରିଛି ଇସ୍ରାଲଲ୍। ଖାଲି ସେତିକି ନୁହେଁ ଇସ୍ରାଏଲର ବ୍ୟସ୍ତବହୁଳ ତେଲ ଅବିବ୍ ସହରରେ କିଛି ଆତତାୟୀ ପଶି ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଲାଇଛନ୍ତି। ଏଥିରେ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଇରାନ ବହୁତ ବଡ଼ ଭୁଲ କରିଛି, ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁହ ଖୋଲା ଚେତାବନୀ ଦେଇଛନ୍ତି।

ଇସ୍ରାଏଲ୍ ଆକାଶରେ ଇରାନ ମିଶାଇଲ ଦେଖିଲେ ତୁରନ୍ତ ଖସାଅ। ଆମେରିକା ସେନାକୁ କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଇରାନ୍ ମିଶାଇଲକୁ କାଉଣ୍ଟର କରିବା ସହ ଖସାଇବାକୁ ନିର୍ଦ୍ଦେଶ ଦେଇଛି ଆମେରିକା। ଇସ୍ରାଏଲ୍ ଉପରେ ଇରାନର ହମଲା ପରେ ଆମେରିକା ୱାସିଂଟନ୍ ରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ୱାର୍ ରୁମରେ ଯୁଦ୍ଧ ପରିସ୍ଥିତିର ଅନୁଧ୍ୟାନ ହୋଇଛି। ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ଆମେରିକା। ସାମରିକ, ଆର୍ଥିକ ଏବଂ ଅନ୍ୟ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ନେଇ ଆଶ୍ବସ୍ତ କରିଛନ୍ତି ରାଷ୍ଟ୍ରପତି ବାଇଡେନ୍ ।

Advertisment

ଇସ୍ରାଏଲର ଏଭଳି ସ୍ଥିତି ଭିତରେ ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି ହୋଇଛି। ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି।ସୁରକ୍ଷିତ ଓ ସତର୍କ ରହିବାକୁ ସମସ୍ତ ଭାରତୀୟଙ୍କୁ ଦିଆଯାଇଛି ପରାମର୍ଶ।ବିନା କାରଣରେ ବାହାରକୁ ନବାହାରିବା, ତାସହ ଯିଏ ଯେଉଁ ସହରରେ ରହିଛନ୍ତି ସେଠୁ ଅନ୍ୟତ୍ର ଚଳପ୍ରଚଳ ନକରିବାକୁ କୁହାଯାଇଛି। କୌଣସି ସମସ୍ୟା ହେଲେ ହେଲପଲାଇନ୍ ଜରିଆରେ ସୂଚନା ଦେବାକୁ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି ହୋଇଛି।

Benjamin Netanyahu Israel Rocket Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ