Advertisment

ଗାଜାରେ ନରସଂହାର; ଆଖିବୁଜିଲେ ଗୋଟିଏ ପରିବାରର ୧୪ ସଦସ୍ୟଙ୍କ ସହ ୨ଯାଆଁଳା ଶିଶୁ

ଆକ୍ରମଣରେ ରାନିଆଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ତାଙ୍କ ପରିବାରର ୧୪ଜଣ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ଅଦ୍ୟତନ ହୋଇଛି
Gaza war

Gaza war

Advertisment

ଗାଜାରେ ଥମୁନି ନରସଂହାର। ଇସ୍ରାଏଲର ଆକ୍ରମଣରେ ଯାଉଛି ନୀରିହ ଜୀବନ। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ। ଗାଜାର ରାଫା ସହରରେ ଇସ୍ରାଏଲ ସେନା ରାତାରାତି ଏୟାରଷ୍ଟ୍ରାଇକ୍ ଏବଂ ବୋମା ବିସ୍ଫୋରଣ କରିଛି। ଯେଉଁଥିରେ ଗୋଟିଏ ପରିବାରର ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରେ ଅଛନ୍ତି ଦୁଇ ନବଜାତ ନୀରିହ ଯାଆଁଳା ଶିଶୁ।

Advertisment

ଅକ୍ଟୋବର ୭ରେ ହାମାସ-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ରାଫାର ରାନିଆ ଆବୁ ଅଞ୍ଜା ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ପୁଅ ଓ ଝିଅ ଥିଲେ। ସେ ସେମାନଙ୍କର ନାଁ ଦେଇଥିଲେ ୱାସିମ ଓ ନାଏମ ଅବୁ ଅଞ୍ଜା । ଗତକାଲି ଇସ୍ରାଏଲ୍ ସୈନ୍ୟବାହିନୀ ତାଙ୍କ ଘରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ରାନିଆଙ୍କ ପରିବାରର ୧୪ଜଣଙ୍କର ମୃତ୍ୟୁ ଘଟିଛି।

ନିହତ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୫ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୨ଯାଆଁଳା ଶିଶୁ ୱାସିମ ଓ ନାଏମ ଅବୁ ଅଞ୍ଜା । ଏହି ଆକ୍ରମଣରେ ରାନିଆଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ତାଙ୍କ ପରିବାରର ୧୪ଜଣ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ, ରାନିଆ ତାଙ୍କର ଦୁଇ ପିଲାଙ୍କ ମଧ୍ୟରୁ ଜଣକୁ ଧରି ଭୋ ଭୋ ହୋଇ କାନ୍ଦୁଥିଲେ। ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେଉଥିଲେ।

Advertisment

ପରିବାରର ସମସ୍ତ ବ୍ୟକ୍ତିଙ୍କ ମୃତଦେହ କଳାବ୍ୟାଗରେ ଲମ୍ୱା ଲାଇନ କରି ରଖିଯାଇଥିଲା। ସମସ୍ତଙ୍କୁ ହରାଇ ଏକା ହୋଇଯାଇଛନ୍ତି ରାନିଆ। ବିବାହର ୧୧ବର୍ଷ ପରେ ଯାଆଁଳା ଶିଶୁ ଦ୍ୱୟ ଜନ୍ମ ହୋଇଥିଲେ। ପିଲାମାନଙ୍କୁ କବର ଦିଆଯିବା ବେଳେ ସେ ଅଧର୍ଯ୍ୟ ହୋଇପଡିଲେ। ସେ କିପରି ବଞ୍ଚିବେ ବୋଲି କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଆମେ ଶୋଇଥିଲୁ। ଆମେ ଯୁଦ୍ଧରେ ସାମିଲ ନଥିଲୁ । ମାତ୍ର ସେମାନଙ୍କର ଦୋଷ କଣ ବୋଲି କହି ରାନିଆ କାନ୍ଦିବାକୁ ଲାଗିଲେ।

ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲର ସାମରିକ ଆକ୍ରମଣରେ ଗାଜାରେ ୩୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବିଭିନ୍ନ ଅଂଚଳ ଧ୍ୱଂସ ପାଇବା ସହ ଅଧିକାଂଶ ଲୋକ ବିତାଡିତ ହୋଇଛନ୍ତି।

Advertisment
Israel Army Air Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ