ହଠାତ୍ ଦିନରେ ଅନ୍ଧାର ଛାଇଗଲା, ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା !

ହଠାତ୍ ଦିନରେ ଅନ୍ଧାର ଛାଇଗଲା । ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା । ଲୋକ ଜୀବନ ବଂଚାଇ ଦୌଡିବାକୁ ଲାଗିଲେ । କେହି କିଛି ଭାବିବା ପୂର୍ବରୁ ଆରମ୍ଭ ହୋଇସାରିଥିଲା ଧ୍ୱଂସଲୀଳା ।

Indonesia

ପ୍ରଳୟ ରଚିଲା ପ୍ରକୃତି । ସବୁକିଛି ଛାରଖାର କରିଦେଲା । ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଥିବା ସବୁଠାରୁ ବଡ ଆଗ୍ନେୟଗିରି ସେମେରୁରେ ରବିବାର ବିସ୍ଫୋରଣ ଘଟିଛି । ଏହାପରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗୀରଣ ହୋଇ ତାଣ୍ଡବ ରଚିଛି । ପାଂଚ କିଲୋମିଟର ଅଂଚଳ ଯାଏଁ ପାଉଁଶ ଓ ଧୂଆଁ ବ୍ୟାପି ଯାଇଛି । ଏଯାଏଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ଖବର ମିଳିଛି । 

ହଠାତ୍ ଦିନରେ ଅନ୍ଧାର ଛାଇଗଲା । ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା । ଲୋକ ଜୀବନ ବଂଚାଇ ଦୌଡିବାକୁ ଲାଗିଲେ । କେହି କିଛି ଭାବିବା ପୂର୍ବରୁ ଆରମ୍ଭ ହୋଇସାରିଥିଲା ଧ୍ୱଂସଲୀଳା । ଆଗରେ ଯାହା ଆସିଲା ପୋଡି ପାଉଁଶ କରିଚାଲିଲା । ଘରଦ୍ୱାର, ଗାଡି ମୋଟର, ଛାରଖାର ହୋଇଗଲା । ସବୁକିଛି  ବର୍ଷ ବର୍ଷ ଧରି ସୁପ୍ତ ହୋଇପଡିଥିବା ସେମେରୁ ଆଗ୍ନେୟଗିରି ହଠାତ୍ ଜୀବନ୍ତ ହୋଇଉଠିଥିଲା । ଆଗ୍ନେଗିରିରେ ବିସ୍ଫୋରଣ ଘଟିବା ପରେ ଉଦଗୀରଣ ହୋଇଥିଲା ତରଳ ଉତ୍ତପ୍ତ ଲାଭା । ତା’ସାଙ୍ଗକୁ ପାଉଁଶ ଓ ଧୂଆଁ ସ୍ଥଳଭାଗରେ ପ୍ରଳୟ ରଚିବା ସହ ଗରମ ଲାଭା ଓ ଗ୍ୟାସ ୮ଶହ ମିଟର ଦୂର ନଦୀ ଯାଏଁ ପହଁଚିଯାଇଛି ।

ଇଣ୍ଡୋନେସିଆର ୧୩୦ଟି ଆଗ୍ନେୟଗିରି ଥିବା ବେଳେ ସବୁଠୁ ବନ ହେଉଛି ସେମେରୁ । ୩ ହଜାର ୬୭୬ ମିଟର ଉଚ୍ଚତାର ଏହି ଆଗ୍ନେୟଗିରିରୁ କିଛି ଦିନ ହେଲା ପାଉଁଶ ଓ ଧୂଆଁ ବାହାରିବାରେ ଲାଗିଥିଲା । ଶନିବାର ରାତିରେ ହଠାତ୍ ଉଦଗୀରଣ ହୋଇଥିଲା । ଏବେବି ସେହି ଅଂଚଳରେ ଅନ୍ଧାର ଛାଇଯାଇଛି । ୧୫ ହଜାର ମିଟର ଉପରକୁ ଧୂଆଁ ବ୍ୟାପିଛି । ୫ କିଲୋମିଟର ଯାଏଁ ଅଂଚଳରେ ମାଡିଯାଇଛି ପାଉଁଶ । ଲୁମାଜଙ୍ଗ ଜିଲ୍ଲାର ୧୧ଟି ଗାଁ ପ୍ରଭାବିତ ହୋଇଛି । ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ସେଠାରେ ଜାରି ରହିଛି ରେସଖ୍ୟଉ ଅପରେସନ୍ । ସାମୟିକ ଭାବେ ଇଣ୍ଡୋନେସିଆକୁ ବିମାନ ଉଡାଣ ବାତିଲ କରାଯାଇଛି ।