Advertisment

Shot Dead: ଆମେରିକା ପୋଲିସ ଗୁଳିରେ ଭାରତୀୟ ଆଇଟି କର୍ମଚାରୀଙ୍କ ମୃତ୍ୟୁ, ପରିବାର ଆଣିଲେ ହତ୍ୟା ଅଭିଯୋଗ

ସାନ୍ତା କ୍ଲାରା ପୁଲିସର ବୟାନ ଅନୁସାରେ, ଘର ଭିତରେ ଛୁରାମାଡ଼ ବିଷୟରେ ୯୧୧ କଲ୍ ଆସିବାରୁ ପୁଲିସ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ପୁଲିସ କହିଛି ଯେ ଅଧିକାରୀମାନେ ଛୁରୀଧାରୀ ଜଣେ ସନ୍ଦିଗ୍ଧର ସାମ୍ନା କରିଥିଲେ । ଯେତେବେଳେ ସନ୍ଦିଗ୍ଧ ପୁଲିସର ନିର୍ଦ୍ଦେଶ ମାନି ନଥିଲା, ସେତେବେଳେ ଗୁଳି ଚାଳନା କରାଯାଇଥିଲା।

shot dead

shot dead

Advertisment

ଆମେରିକାରେ ମାଷ୍ଟର୍ସ ପଢ଼ିବାକୁ ଯାଇଥିବା ଏବଂ ସଫ୍ଟୱେର୍ ଇଞ୍ଜିନିୟର ଭାବେ କାମ କରୁଥିବା ତେଲେଙ୍ଗାନାର ୩୦ ବର୍ଷୀୟ ଛାତ୍ର ମୋହମ୍ମଦ ନିଜାମୁଦ୍ଦିନଙ୍କର ମୃତ୍ୟୁ ହୋଇଛି। ତାଙ୍କ ରୁମମେଟ୍ ସହ କଥିତ ବିବାଦ ପରେ ୩ ସେପ୍ଟେମ୍ବରରେ କାଲିଫର୍ଣ୍ଣିଆର ସାନ୍ତା କ୍ଲାରା ପୋଲିସ ତାଙ୍କୁ ଗୁଳି କରିଥିଲା। ଭାରତରେ ତାଙ୍କ ପରିବାର ଏବେ ବୈଦେଶିକ ମନ୍ତ୍ରଣାଳୟକୁ ତାଙ୍କ ମୃତଦେହ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ମୃତଦେହକୁ ଏପର୍ଯ୍ୟନ୍ତ ସାନ୍ତା କ୍ଲାରାର ଏକ ହସ୍ପିଟାଲରେ ରଖାଯାଇଛି।

Advertisment

ଗୁଳିମାଡ଼ ଘଟଣାକୁ ନେଇ ତେଲେଙ୍ଗାନାର ମହବୁବନଗରରେ ପରିବାର ଓ ବନ୍ଧୁମାନେ କହିଛନ୍ତି ଯେ ନିଜାମୁଦ୍ଦିନ ଜଣେ ଶାନ୍ତ, ଧାର୍ମିକ ଯୁବକ ଥିଲେ। ପରିବାର କହିଛି ଯେ ଗୁଳିମାଡ଼ ହେବାର ଦୁଇ ସପ୍ତାହ ପୂର୍ବେ ଏକ ଲିଙ୍କଡ଼ିନ୍ ପୋଷ୍ଟରେ ନିଜାମୁଦ୍ଦିନ ଜାତିଗତ ଉତ୍ପୀଡ଼ନ, ଦରମାରେ ଠକେଇ ଏବଂ ଅନ୍ୟାୟ ଭାବେ ଚାକିରିରୁ ବହିଷ୍କାର ହେବା ଭଳି ଅଭିଯୋଗ ଉଠାଇଥିଲେ।

ସେହି ପୋଷ୍ଟରେ ନିଜାମୁଦ୍ଦିନ ଲେଖିଥିଲେ, "ବହୁତ ହେଲା, ଆମେରିକୀୟ ମାନସିକତାର ଅନ୍ତ ହେବା ଉଚିତ।" ସେ ଏହି ପୋଷ୍ଟରେ ଜାତିଗତ ଭେଦଭାବ, ଖାଦ୍ୟରେ ବିଷ ଦେବା, ବହିଷ୍କାର ଏବଂ ଜଣେ ଗୁପ୍ତଚର ଦ୍ୱାରା ନିରନ୍ତର ନିରୀକ୍ଷଣ ଓ ଧମକ ଭଳି ଅଭିଯୋଗ କରିଥିଲେ। ଏହି ପୋଷ୍ଟର କିଛି ଅଂଶ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆ ଓ କମ୍ୟୁନିଟି ଚାନେଲରେ ସେୟାର ହୋଇଥିଲା।

Advertisment

ସାନ୍ତା କ୍ଲାରା ପୋଲିସର ବୟାନ ଅନୁସାରେ, ଘର ଭିତରେ ଛୁରାମାଡ଼ ବିଷୟରେ ୯୧୧ କଲ୍ ଆସିବାରୁ ପୋଲିସ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ପୋଲିସ କହିଛି ଯେ ଅଧିକାରୀମାନେ ଛୁରୀଧାରୀ ଜଣେ ସନ୍ଦିଗ୍ଧର ସାମ୍ନା କରିଥିଲେ । ଯେତେବେଳେ ସନ୍ଦିଗ୍ଧ ପୋଲିସର ନିର୍ଦ୍ଦେଶ ମାନି ନଥିଲା, ସେତେବେଳେ ଗୁଳି ଚାଳନା କରାଯାଇଥିଲା।

ପୋଲିସ ବିଭାଗ ଏକ ବୟାନରେ କହିଛି ଯେ ସନ୍ଦିଗ୍ଧ ତାଙ୍କ ରୁମମେଟ୍‌କୁ ତଳେ ପକାଇ ଦେଇଥିଲେ ଏବଂ ରୁମମେଟ୍‌ଙ୍କୁ ଛୁରିରେ ଅନେକ ଆଘାତ ହୋଇଥିଲା। ତେବେ, ପରିବାର ପୋଲିସର କିଛି ଦାବି ଉପରେ ଆପତ୍ତି ଉଠାଇଛନ୍ତି । କହିଛନ୍ତି ଯେ ଗୁଳିମାଡ଼ ହେବା ପୂର୍ବରୁ ନିଜାମୁଦ୍ଦିନ ନିଜେ ସାହାଯ୍ୟ ପାଇଁ ପୁଲିସକୁ ଡାକିଥିଲେ। ତାଙ୍କ ପରିବାର ଜାତିଗତ ହିଂସାର ଅଭିଯୋଗ ଆଣିଛନ୍ତି । ନିଜାମୁଦ୍ଦିନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । 

Advertisment

ମୃତ ନିଜାମୁଦ୍ଦିନ ପୂର୍ବରୁ ଫ୍ଲୋରିଡାରେ (କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର୍ସ) ପଢ଼ିଥିଲେ ଏବଂ ପରେ ଆମେରିକାରେ ଟେକ୍ନିକାଲ କମ୍ପାନୀଗୁଡ଼ିକରେ କାମ କରିଥିଲେ।

USA Shot Dead Indian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ