Advertisment

ଆମେରିକାରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଭାରତୀୟ ଭାଇ-ଭଉଣୀ

ଯେଉଁ ବୟସରେ ପିଲାମାନେ ଖେଳ ଓ ମୋବାଇଲରେ ମାତିଥାନ୍ତି, ସେହି ବୟସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଦୁଇ କୁନି ପିଲା। ଏମାନେ ହେଲେ ଆମେରିକାରେ ଭାରତୀୟ ଭାଇ-ଭଉଣୀ ଇଶାନ୍ ଠକ୍କର ଓ ଅନନ୍ୟା ଠକ୍କର ।

Indian Siblings

Indian Siblings

Advertisment

 ଆମେରିକା: ଆମେରିକାରେ ଭାରତୀୟ ଭାଇ-ଭଉଣୀ ଲକ୍ଷପତି। ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା। ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି, ସେହି ବୟସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଦୁଇ ଭାଇ-ଭଉଣୀ।  ଜଣେ ୧୪ ବର୍ଷର ବାଳକ। ଯାହାଙ୍କ ନାଁ ଇଶାନ୍ ଠକ୍କର। ଆଉ ଜଣେ ୯ ବର୍ଷର ଝିଅ ଅନନ୍ୟା ଠକ୍କର। କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଏହି ଭାଇ-ଭଉଣା ଦୁଇ ଜଣ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ପିଲାମାନେ ମୋବାଇଲ ଫୋନରେ ମାତି ସମୟରେ ବରବାଦ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଭାରତର ଏହି ଦୁଇ କୁନି ପିଲା।

Advertisment

ଯେତେବେଳେ କରୋନା ପାଇଁ ସ୍କୁଲ ଛୁଟି ଥିଲା, ସେତେବେଳେ ଦୁଇ ଭାଇ ଭଉଣୀ ୟୁଟ୍ୟୁବ୍‌ରୁ କ୍ରିପ୍ଟୋ କରେନ୍ସି ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। କିପରି ଏଥିରୁ ଟଙ୍କା ରୋଜଗାର କରି ହେବ ଶିଖିଥିଲେ। ଚଳିତ ବର୍ଷ ପ୍ରଥମ କରି କ୍ରିପ୍ଟୋ କରେନ୍ସିରେ ଟ୍ରେଣ୍ଡିଂ କରିବା ଆରମ୍ଭ କରିଥିଲେ ଭାଇ-ଭଉଣୀ। ପ୍ରଥମ ମାସରେ ଇଶାନ୍ ଏବଂ ଅନନ୍ୟା ୩ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୨୫ ଟଙ୍କା ରୋଜଗାର କରିଥିଲେ। ପର ମାସରେ ଏକ ହଜାର ଡଲାର ରୋଜଗାର କରିଥିଲେ। ଏତିକିରେ ଦୁଇ କୁନି ଭାଇ ଭଉଣୀ ଅଟକି ନ ଯାଇ ୨୦୨୧ ଏପ୍ରିଲରେ ନିଜର କମ୍ପାନୀ ‘ଫ୍ଲଫର ଟେକ୍ନୋଲୋଜି’ ଆରମ୍ଭ କରିଥିଲେ। ଏବେ ଏହି ଦୁଇ ଭାଇ-ଭଉଣୀ କ୍ରିପ୍ଟୋ କରେନ୍ସି ମାଇନିଂରେ ମାସକୁ ୨୭ ଲକ୍ଷ ଟଙ୍କା ରୋଜଗାର କରୁଥିବା କୁହାଯାଉଛି।

ଆମେରିକାର ଟେକ୍ସାସରେ ବସବାସ କରୁଥିବା ଇଶାନ୍ ହାଇସ୍କୁଲରେ ପାଠ ପଢୁଛନ୍ତି। ୟୁପିଏନରେ ମେଡିସିନ୍ ପାଠ ପଢିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ତାଙ୍କ ସାନ ଭଉଣୀ ଅନନ୍ୟା କ୍ଲାସ ଫୋରରେ ପଢୁଥିବା ବେଳେ ନ୍ୟୁୟର୍କ ୟୁନିଭର୍ସିଟିରେ ମେଡିକାଲ ପଢିବାକୁ ସ୍ୱପ୍ନ ରଖିଛନ୍ତି।

Advertisment

କ୍ରିପ୍ଟୋ ମାଇନ କରିବା ବହୁ କଷ୍ଟକର ବ୍ୟାପାର ହୋଇଥାଏ। କିନ୍ତୁ ଆମେରିକାରେ ରହୁଥିବା ଇଶାନ୍ ଓ ଅନନ୍ୟା ଏହି ଭ୍ରମକୁ ଦୂର କରିବାରେ ସକ୍ଷମ ହୋଇ ପାରିଛନ୍ତି।

Indian-American Indian Siblings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ