Advertisment

Apple's New COO: ଭାରତୀୟ ବଂଶୋଦ୍ଭବଙ୍କୁ ଆପଲ୍‌ କମ୍ପାନୀର ଗୁରୁଦାୟିତ୍ୱ, ଏହି ସହରରେ ସବୀହ ଖାନଙ୍କ ଜନ୍ମ...

ଭାରତୀୟ ବଂଶୋଦ୍ଭବ ସବୀହ ଖାନଙ୍କୁ ଆପଲ୍‌ କମ୍ପାନୀର ଗୁରୁଦାୟିତ୍ୱ ମିଳିଛି । ବିଶ୍ୱର ସୁବୁଠୁ ମୂଲ୍ୟବାନ କମ୍ପାନୀ ଆପଲ୍‌ର COO ହୋଇଛନ୍ତି ସବୀହ । ଟିମ୍‌ କୁକ୍‌ ମଧ୍ୟ ସବୀହଙ୍କୁ ପ୍ରଶଂସା କରିଛନ୍ତି । ଜାଣନ୍ତୁ, ଭାରତର କେଉଁ ସହରରେ ସବୀହଙ୍କ ଜନ୍ମ ।

ଅଦ୍ୟତନ ହୋଇଛି
Apple COO

Apple COO

Advertisment

ଆପଲ୍‌ କମ୍ପାନୀର ନୂଆ ମୁଖ୍ୟ ପରିଚାଳନା ଅଧିକାରୀ (COO) ହେଲେ ସବୀହ ଖାନ୍ । ସବୀହ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ବଢିଛି । ଟେକ୍ନୋଲୋଜି ଜଗତରେ ଆପଲ୍‌(Apple) କମ୍ପାନୀ ବେଶ ଖ୍ୟାତି ଅର୍ଜନ କରିଛି । ଏହାକୁ ବିଶ୍ୱର ସୁବୁଠୁ ମୂଲ୍ୟବାନ କମ୍ପାନୀ ବୋଲି ବିବେଚନା କରାଯାଏ । ଆଉ ଏହି ମୂଲ୍ୟବାନ କମ୍ପାନୀର ଗୁରୁଦାୟିତ୍ୱ ତୁଲାଇବେ ଭାରତୀୟ ବଂଶୋଦ୍ଭବ । 

Advertisment

ସୂଚନାଯୋଗ୍ୟ, ସବୀହ ଖାନ ମୂଳ ଭାରତୀୟ ହୋଇଥିବାବେଳେ ତାଙ୍କର ଜନ୍ମସ୍ଥାନ ହେଉଛି ଉତ୍ତର ପ୍ରଦେଶର ମୁରାଦାବାଦ। ସେ ଦୀର୍ଘ ୩୦ ବର୍ଷ ଧରି ଆପଲ୍‌ କମ୍ପାନୀ ସହ ଜଡ଼ିତ ଥିବା ଜଣାପଡ଼ିଛି ।  ଆମେରିକାରେ ଶିକ୍ଷାଲାଭ କରିଥିବାବେଳେ ବର୍ତ୍ତମାନ ସେ ବଡ଼ କମ୍ପାନୀର ଗୁରୁଦାୟିତ୍ୱ ତୁଲାଉଛନ୍ତି । ଏହି ପଦରୁ ଟିମ୍‌ କୁକ୍‌ ଇସ୍ତଫା ଦେବା ପରେ ନୂଆ COO ଭାବେ ନିଯୁକ୍ତ ହୋଇଛନ୍ତି ସବୀହ ଖାନ ।

ସେପଟେ ଟିମ୍‌ କୁକ୍‌ ମଧ୍ୟ ସବୀହଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ସବୀହ ଜଣେ ଉତ୍ତମ ରଣନୀତିଜ୍ଞ । କମ୍ପାନୀର ଟେକ୍ନୋଲୋଜି ଉନ୍ନତିକରଣ ପଛରେ ତାଙ୍କର ହାତ ରହିଛି । ଆପଲ୍‌ ଯେପରି ବିଶ୍ୱସ୍ତରରେ ଆହୁରି ଚମକିବ ସେ ଦିଗରେ ସେ କାମ କରିବେ ବୋଲି ମୋର ବିଶ୍ୱାସ ରହିଛି ।"

Advertisment

ଅଧିକ ପଢନ୍ତୁ: ଆପଲ ସିଇଓଙ୍କୁ ଟ୍ରମ୍ପଙ୍କ ଚେତାବନୀ: ଭାରତରେ ନିର୍ମିତ ଆଇଫୋନ ଆମେରିକାରେ ବିକ୍ରି ହେବନି, ନଚେତ୍...

Apple IPhone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ