Advertisment

ଗମ୍ଭୀର ହେଉଛି ସ୍ଥିତି; ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।

ଅଦ୍ୟତନ ହୋଇଛି
indian citizens advised to leave ukraine

indian citizens advised to leave ukraine

Advertisment

ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ। ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

Advertisment

ରାଜଧାନୀ କିଭ ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି  । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ୍ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛନ୍ତି ସରକାର। ଗତ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ଋଷ ଘନ ଘନ ମିସାଇଲ ମାଡ କରିଥିଲା ରୁଷ।  ଏହାର ଜବାବ ଦେଇଥିଲା ୟୁକ୍ରେନ୍ । ଏହାପରେ ଗତ ଏପ୍ରିଲରେ ସୈନିକ ପ୍ରତ୍ୟାହାର କରିନେଇଥିଲା ଋଷ । ଏବେ କିଭ୍ ଉପରେ ପୁଣି ଆରମ୍ଭ ହୋଇଯାଇଛି କ୍ଷେପଣାସ୍ତ୍ର ଓ ଡ୍ରୋନରେ ଆକ୍ରମଣ ।

ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ୟୁକ୍ରେନରେ ଯୁଦ୍ଧ ଆଶଙ୍କା ବଢୁଥିବାରୁ ଆମେ ବହୁତ ଚିନ୍ତିତ। ଏହାଦ୍ୱାରା ବିକାଶ ବାଧାପ୍ରାପ୍ତ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଶତ୍ରୁତା ବୃଦ୍ଧି କାହା ପାଇଁ ହିତକର ନୁହେଁ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment
Indian Embassy Russia Ukraine Crisis Russia Ukran War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ