Advertisment

US:ଚୋର ମୁହଁ ଟାଣ, ଭାରତକୁ କହୁଛି କ୍ଷମା ମାଗ

ଚୋର ମୁହଁ ଟାଣ ଭଳି ଆମେରିକା ପୁଣି ବାଢିଛି ଯୁକ୍ତି। କହୁଛି ଆମେରିକାକୁ କ୍ଷମା ମାଗିବ ଭାରତ। ଟ୍ରମ୍ପଙ୍କ ସହ କରିବ ନୂଆ ଚୁକ୍ତି। ଭାରତ ଆମେରିକାର ଚାପରେ ପଡିବ। ନଚେତ୍ ୫୦% ଟାରିଫରେ ଘାଣ୍ଟି ହେବ। ଆମେରିକାରୁ ଆସିଥିବା ଏମିତି ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

usa

usa

Advertisment

ଆମେରିକାକୁ କ୍ଷମା ମାଗିବ ଭାରତ । ଟ୍ରମ୍ପଙ୍କ ସହ କରିବ ନୂଆ ଚୁକ୍ତି । ଭାରତ ଆମେରିକାର ଚାପରେ ପଡିବ । ନଚେତ୍ ୫୦% ଟାରିଫରେ ଘାଣ୍ଟି ହେବ । ଆମେରିକାରୁ ଆସିଥିବା ଏମିତି ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ଦାବି କରିଛନ୍ତି ଆମେରିକୀୟ ବାଣିଜ୍ୟ ସଚିବ ହାୱାର୍ଡ ଲୁଟ୍‌ନିକ୍। ସେ କହିଛନ୍ତି ଯେ ଆଗାମୀ ଗୋଟିଏ କିମ୍ବା ଦୁଇ ମାସ ଭିତରେ ଭାରତ ଆମେରିକାକୁ କ୍ଷମା ମାଗିବ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ନୂଆ ଚୁକ୍ତି କରିବାକୁ ଚେଷ୍ଟା କରିବ।

Advertisment

ତେବେ ଲୁଟନିକଙ୍କ ଏହି କଥା ଅବାନ୍ତର ଏବଂ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି। କାରଣ ଭାରତ ଅନେକ ଥର ସ୍ପଷ୍ଟ କରିସାରିଛି ଯେ ଶକ୍ତି କ୍ରୟ ହେଉ କି ବିଶ୍ୱ ପ୍ଲାଟଫର୍ମରେ ସହଭାଗୀତା, ପ୍ରତ୍ୟେକ ନିଷ୍ପତ୍ତି ଜାତୀୟ ସ୍ୱାର୍ଥ ଏବଂ ବଜାରର ବାସ୍ତବତା ଅନୁସାରେ ନିଆଯାଏ।

ଏପରି ପରିସ୍ଥିତିରେ, ଆମେରିକୀୟ ମନ୍ତ୍ରୀଙ୍କ ଏଭଳି ଅବାନ୍ତର କଥା କେବଳ ଅଜବ ଲାଗୁନି ବରଂ ସୋସିଆଲ ମିଡିଆରେ ମିମ୍ ଏବଂ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରୁଛି।

Advertisment

ଭାରତ ରୁଷରୁ ତେଲ କିଣିବାକୁ ନେଇ ଲୁଟ୍‌ନିକ୍‌ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତ କେବଳ ୨ ପ୍ରତିଶତ ତେଲ ରୁଷରୁ କିଣୁଥିଲା, କିନ୍ତୁ ବର୍ତ୍ତମାନ ୪୦ ପ୍ରତିଶତ କିଣୁଛି। ସେ କହିଛନ୍ତି ଯେ "ଭାରତ ଶସ୍ତା ତେଲ କିଣି ବହୁତ ଟଙ୍କା ରୋଜଗାର କରିଛି ଏବଂ ଏହା ବହୁତ ବଡ ଭୁଲ।"

ଆମେରିକାର ବାଣିଜ୍ୟ ସଚିବ ପୁଣି ଗାଲିମାରି କହିଛନ୍ତି, "ବିଶ୍ୱର ପ୍ରକୃତ ଗ୍ରାହକ ହେଉଛି ଆମେରିକା। ଆମର ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେଉଛି ସମସ୍ତଙ୍କର ମାର୍କଟ। ଶେଷରେ, ସମସ୍ତଙ୍କୁ ଆମ ପାଖକୁ ଆସିବାକୁ ପଡିବ। କାରଣ ଗ୍ରାହକ ସବୁବେଳେ ଠିକ୍ ହୋଇଥାଏ ବୋଲି ସେ କହିଛନ୍ତି।"

Advertisment

"ଆରମ୍ଭରେ ସମସ୍ତେ ଆମେରିକା ସହିତ ଲଢ଼ିବାକୁ ନେଇ କଥା ହୁଅନ୍ତି, କିନ୍ତୁ ଶେଷରେ, ସେମାନଙ୍କର ବ୍ୟବସାୟ ଏବଂ ଶିଳ୍ପକୁ ଆଖି ଆଗରେ ରଖି, ହାର ମାନନ୍ତି ଆଉ ଚୁକ୍ତି କରନ୍ତି।" ଭାରତ-ଆମେରିକା ଚୁକ୍ତିକୁ ଜୋର ଦେଇ ଲୁଟ୍‌ନିକ୍ ଏମିତି କହିଛନ୍ତି।

India US Tariff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ