Advertisment

ଇସ୍ରାଏଲରେ ଘନ ଘନ ରକେଡ୍ ମାଡ଼; ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ଲମ୍ବା ସମୟ ଧରି ଚାଲିଥିବା ୟୁକ୍ରେନ୍-ଋଷ ଯୁଦ୍ଧ ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ଏ ଲଢ଼େଇ ବିଶ୍ୱ ପାଇଁ ନୂଆ ସଂକଟ ଭାବେ ଉଭା ହୋଇଛି। ଏପରିସ୍ଥିତିରେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Israel amid war situation

Israel amid war situation

Advertisment

ଲମ୍ବା-ସମୟ ଧରି ଚାଲିଥିବା ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଲାଗିଗଲା ଆଉ ଏକ ଲଢ଼େଇ। ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ। ଆଜି ସକାଳୁ ହମାସର ଘନ ଘନ ରକେଟ୍ ମାଡ଼ ଜବାବରେ ପାଲେଷ୍ଟାଇନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଇସ୍ରାଏଲ ପିଏମ୍ ବେଞ୍ଜାମିନ୍ ନେତାନ୍ୟାହୁ। ଫଳରେ ନୂଆ ସଂକଟ ଭିତରକୁ ଠେଲି ହୋଇଯାଇଛି ମିଡିଲ୍ ଇଷ୍ଟ୍। ୨୦ ମିନିଟ୍ ଭିତରେ ହମାସ୍ ଆତଙ୍କୀ ସଂଗଠନ ପକ୍ଷରୁ ପ୍ରାୟ ୫ ହଜାର ରକେଟ୍ ଆକ୍ରମଣରେ ୪୦ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ସହ ୭ ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତିଜବାବରେ ପାଲେଷ୍ଟାଇନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।

Advertisment

ମିଡିଲ୍ ଇଷ୍ଟରେ ପୁଣି ଯୁଦ୍ଧର ଘନଘଟା। ପରସ୍ପରର ଶତ୍ରୁରାଷ୍ଟ୍ର ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଭିତରେ ଭୟଙ୍କର ଯୁଦ୍ଧ। ଆଟାକ୍, କାଉଣ୍ଟର ଆଟାକ୍। ଘନ ଘନ ରକେଟ୍ ମାଡ଼ ସାଙ୍ଗକୁ ଅନ୍ଧାଧୁନ୍ ଗୁଳିଗୋଳାର ଭୀମ ଗର୍ଜନ। ଭୟ-ଆତଙ୍କରେ ଥରହର ମଣିଷ। ଥରହର ମାଟିର ଛାତି, ଆକାଶରୁ ସମୁଦ୍ର ଚାରିଆଡ଼େ ଯୁଦ୍ଧର ନିଆଁ। ଶନିବାର ସକାଳୁ ସକାଳୁ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ୍ ଗାଜାରୁ ପ୍ରଥମେ ଇସ୍ରାଏଲ୍ ଉପରେ ଆରମ୍ଭ କରିଦେଇଥିଲା ଘନ ଘନ ରକେଟ୍ ବର୍ଷା। ଫଳରେ ପୂରା ଦେଶରେ ଏମରେଜନ୍ସି ଆଲର୍ଟ ସାଇରନ୍ ବାଜି ଉଠିଥିଲା, ଯାହା ଏହାର ସାଂସ୍କୃତି ରାଜଧାନୀ ତେଲ-ଅବିବ ଯାଏ ଶୁଣାଯାଇଥିଲା। ଏଥିସହ ପୂରା ସୁଚିନ୍ତିତ ଓ ସୁନିୟୋଜିତ ଢଙ୍ଗରେ ଜଳ, ସ୍ଥଳ, ଆକାଶ ସବୁଆଡ଼ୁ ହମାସର ପ୍ରଶିକ୍ଷିତ ଆତଙ୍କୀ ଦକ୍ଷିଣ ଇସ୍ରାଏଲ ଭିତରେ ପଶି ଖୁନିଖେଳ ଆରମ୍ଭ କରିଦେଇଥିଲେ।

ଅଭିନବ ଢଙ୍ଗରେ ସ୍ୱତନ୍ତ୍ର ବାଇକ୍ ସହ ପାରାଚୁଟ୍ ଜରିଆରେ ଇସ୍ରାଏଲରେ ଅନୁପ୍ରବେଶ କରିଥିଲେ ହମାସ୍ ଚରମପନ୍ଥୀ। ଗୋଟିଏ ପଟେ ଇସ୍ରାଏଲ ରାଜରାସ୍ତାରେ ଆତଙ୍କରାଜ ଓ ଅନ୍ଧାଧୁନ୍ ଗୁଳିମାଡ଼ ଚାଲିଥିଲା। ଅନ୍ୟପଟେ ଘନଘନ ରକେଟ୍ ମାଡରେ ଜଳିଥିଲା ଇସ୍ରାଏଲର ବଡ଼ ବଡ଼ କୋଠା, ଜଳିଥିଲା ଶହ ଶହ କାର୍।

Advertisment

କେଉଁଠି ହମାସ୍ ପକ୍ଷରୁ ଇସ୍ରାଏଲ ଡିଫେନ୍ସ ଫୋର୍ସ-ଆଇଡିଏଫର ବହୁ ପୁରଷ ଓ ମହିଳା ସୈନ୍ୟ ଏବଂ ସାଧାରଣ ନାଗରିକଙ୍କୁ ବି ବନ୍ଧକ କରି ନେଉଥିବାର ଦେଖିବାକୁ ମିଳିଥିଲା। ଏଥିସହ ଇସ୍ରାଏଲର ଜନବସତି ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ଗାଜା ପକ୍ଷରୁ ୨୦ ମିନିଟ୍ ଭିତରେ ପାଖାପାଖି ୫ ହଜାର ରକେଟ୍ ମାଡ଼ କରାଯିବା ପରେ ଇସ୍ରାଏଲ ମଧ୍ୟ ଆରମ୍ଭ କରିଦେଇଛି ଜୋରଦାର କାଉଣ୍ଟର ଅପରେସନ୍। ଜରୁରୀକାଳୀନ ବୈଠକରେ ସ୍ଥିତିର ସମୀକ୍ଷା କରିବା ପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

ନେତାନ୍ୟାହୁଙ୍କ ଏ ଘୋଷଣା ସହ ହମାସ ପକ୍ଷରୁ ଇସ୍ରାଏଲ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ୍ ଅଲ୍ ଅକସା ଷ୍ଟର୍ମ ଜବାବରେ ହମାସ୍ ବିରୋଧରେ ଅପରେସନ୍ ଆଇରନ୍ ସୋଡ୍ ଆରମ୍ଭ କରି ଦେଇଛି ଇସ୍ରାଏଲ୍। ଅପରେସନ୍ ଆଇରନ୍ ସୋଡର ପ୍ରଭାବରେ ଗାଜା ଷ୍ଟ୍ରିପରେ ଥିବା ହମାସର ୧୭ଟି ମିଲିଟାରୀ କମ୍ପାଉଡ୍ ଓ ୪ଟି ଅପରେସନାଲ ହେଡକ୍ୱାର୍ଟର୍ସ ଉପରେ ଫାଇଟର ଜେଟ୍ ଜରିଆରେ ଇସ୍ରାଏଲର ଘନ ଘନ କାଉଣ୍ଟର ଆଟାକ୍ ଜାରି ରହିଥିଲା। ପାଲେଷ୍ଟାଇନରେ ଇସ୍ରାଏଲ୍ ବିରୋଧୀ ଗତିବିଧି ଜାରି ରଖିଥିବା ଆତଙ୍କୀ ସଂଗଠନକୁ ସମୂଳେ ନିପାତ ନକଲା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି।

Advertisment

ଲମ୍ବା ସମୟ ଧରି ଚାଲିଥିବା ୟୁକ୍ରେନ୍-ଋଷ ଯୁଦ୍ଧ ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ଏ ଲଢ଼େଇ ବିଶ୍ୱ ପାଇଁ ନୂଆ ସଂକଟ ଭାବେ ଉଭା ହୋଇଛି। ଏପରିସ୍ଥିତିରେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି ଆଡଭାଇଜରିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୁରକ୍ଷାର ସମସ୍ତ ପ୍ରୋଟୋକଲ ମାନିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜରୁରୀ ନଥିଲେ ବାହାରକୁ ନବାହାରିବାକୁ ମଧ୍ୟ କୁହାଯାଇଛି।

Israel Terrorist Palestine War International News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ